ବିଚାର

ଚୁଟିରୁ ଉଡ଼ିଯାଉଛି କି ରଙ୍ଗ, ଏମିତି ନିଅନ୍ତୁ ଯତ୍ନ

କେଶକୁ ଭିନ୍ନ ଭିନ୍ନ ରଙ୍ଗରେ ରଙ୍ଗେଇବା ଏବେ ପାଲଟିଛି ନୂଆ ଫ୍ୟାସନ୍‌। କିଏ ଚୁଟିକୁ ଧଳା କଲାଣି ତ ଆଉ କିଏ ନାଲି। ମାତ୍ର ଏହି ରଙ୍ଗୀନ କେଶର ରଙ୍ଗ ଖୁବ୍‌ କମ୍‌ ଦିନରେ ଫିକା ପଡ଼ିଯାଉଥିବା ଦେଖିବାକୁ ମିଳିଛି। ଖାସ୍‌ କରି ଖରାଦିନେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ। ପ୍ରଖର ସୂର୍ଯ୍ୟକିରଣ ଯୋଗୁ ଚୁଟିର ରଙ୍ଗ ଜଲଦି ଫିକା ପଡ଼ିଯାଏ। କେଶ ବିଶେଷଜ୍ଞଙ୍କ କହିବାନୁସାରେ, ଖରାରେ କଲର ଖୁବ୍‌ ଶୀଘ୍ର ନଷ୍ଟ ହୋଇଯାଏ। ଯଦି ଆପଣଙ୍କ କେଶର ରଙ୍ଗ ମଧ୍ୟ ଜଲଦି ଫିକା ପଡ଼ିଯାଉଛି, ତେବେ ଏହି ଉପାୟ ଆପଣାନ୍ତୁ :

 

କଲର ଚୁଟିକୁ ସଫା କରିବା ବେଳେ ବଜାରର ଅନ୍ୟ ସାମ୍ପୁ ବ୍ୟବହାର କରନ୍ତୁ ନାହିଁ। ଯେଉଁ ସାମ୍ପୁ କଲର କେଶ ପାଇଁ ପ୍ରଯୁଜ୍ୟ ସେଥିରେ ମୁଣ୍ଡ ସଫା କରନ୍ତୁ। ଏଭଳି କରିବା ଦ୍ୱାରା ରଙ୍ଗ ଖରାପ ହେବ ନାହିଁ। ଖରାରେ ବାହାରିବା ପୂର୍ବରୁ ସ୍କାର୍ଫ କିମ୍ବା ଟୋପି ବ୍ୟବହାର କରନ୍ତୁ। ଏହାଦ୍ୱାରା ସୂର୍ଯ୍ୟକିରଣ ସିଧାସଳଖ ଚୁଟି ସଂସ୍ପର୍ଶରେ ଆସିବ ନାହିଁ। ଫଳରେ ବେଶୀ ଦିନ ରଙ୍ଗୀନ ରହିବ କେଶ। ବେଳେ ବେଳେ ପାନିଆ ଦ୍ୱାରା ମଧ୍ୟ ଚୁଟି ଛିଡ଼ିଥାଏ। ଏଣୁ ସବୁବେଳେ ଛୋଟ ଦାନ୍ତ ଥିବା ପାନିଆ ବ୍ୟବହାର କରନ୍ତୁ।

କଲର କରାଯାଇଥିବା ଚୁଟି ପାଇଁ ସଲ୍‌ଫେଟ୍‌ ଫ୍ରି ସାମ୍ପୁ ସବୁଠାରୁ ଭଲ। ଏହି ସାମ୍ପୁ ବ୍ୟବହାର କରିବା ଦ୍ୱାରା ଦୁଇମୁହାଁ, ପତଳା ଓ ରୁକ୍ଷ କେଶ ମଧ୍ୟ ଧୀରେ ଧୀରେ ମୁଲାୟମ ହୋଇଥାଏ।

ଆପଣଙ୍କ କେଶ ରୁକ୍ଷ ବା ଟାଣ ହୋଇଥିଲେ, କେଶ ମୂଳରେ ଉଷୁମ ତେଲ ମାଲିସ କରନ୍ତୁ। ୪ଠ ମିନିଟ୍‌ ପରେ ଥଣ୍ଡା ପାଣିରେ ଭଲଭାବେ ମୁଣ୍ଡ ଧୋଇଦିଅନ୍ତୁ। ଏହାଦ୍ୱାରା ରଙ୍ଗ ବି ଉଡ଼ିବ ନାହିଁ।

କେଶର ସୁରକ୍ଷା ପାଇଁ ଅଧିକ ପରିମାଣର କ୍ୟାଲସିୟମ୍‌, ଆଇରନ୍‌ ଓ ପ୍ରୋଟିନ୍‌ ଯୁକ୍ତ ଗ୍ରହଣ କରନ୍ତୁ। କେଶକୁ ମଜଭୁତ କରିବାରେ ଏହି ଖାଦ୍ୟ ସାହାଯ୍ୟ କରିବ। ଏଥିସହ ମାନସିକ ଅବସାଦରୁ ଦୂରେଇ ରୁହନ୍ତୁ ଓ ପ୍ରତିଦିନ କମ୍‌ ସେ କମ୍‌ ୮ ଘଣ୍ଟା ଶୋଇବା ଅଭ୍ୟାସ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button