ଦେଶ ବିଦେଶ

କରେଣ୍ଟର ଝଟକାକୁ କେତେ ସହ୍ୟ କରିପାରିବ ଆପଣଙ୍କ ଶରୀର ଜାଣନ୍ତୁ

ଘର କାମ କରୁଥିବାବେଳେ ବେଳେବେଳେ କରେଣ୍ଟର ଝଟକା ଲାଗିଯାଏ। ଯଦି ଏହା ଅଳ୍ପ ଥାଏ ତାହେଲେ ଠିକ ଅଛି କିନ୍ତୁ ଯେତେବେଳେ ଏହା ଅଧିକ ସମୟ ହୋଇଥାଏ ଆପଣଙ୍କ ଝାଳ ବାହାରିଯାଇଥାଏ। ଆପଣ ଭଗବାନଙ୍କୁ ପ୍ରାର୍ଥନା କରନ୍ତି ଯେ ଯାହା ହେଉ ଅଳ୍ପରେ ଆପଣଙ୍କ ଜୀବନ ରକ୍ଷା ପାଇଗଲା ନହେଲେ ବହୁତ ବଡ ଦୁର୍ଘଟଣା ହୋଇପାରିଥାନ୍ତା। ଆଜି ଆମେ ଆପଣଙ୍କୁ ଜଣାଇବୁ ସେହି କାରଣ ଯାହାଦ୍ୱାରା ଶରୀରରେ କରେଣ୍ଟର ଦୁଷ୍ପପ୍ରଭାବ ପଡିଥାଏ ଏବଂ ମୃତ୍ୟୁ ମଧ୍ୟ ହୋଇପାରେ। ଆପଣଙ୍କ ଶରୀର କେତେ କରେଣ୍ଟ ସହନ କରପାରିବ ? ଏମିତି ଆହୁରି ଅନେକ କଥା ରହିଛି ଯାହାକୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

କେତେ ମାତ୍ରା ଆଉ କେମିତି କରିଥାଏ ପ୍ରଭାବିତ

1 mA : ଏଥିରେ ସହନ କରିହେବ କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ କରେଣ୍ଟର ସମ୍ପର୍କରେ ରହିଲେ କ୍ଷତି ପହଞ୍ଚିପାରେ।

5 mA : ଏଥିରେ ଅଳ୍ପ ଝଟକା ଅନୁଭୂତ ହୋଇଥାଏ। ସାଧାରଣତଃ ଝଟକା ଖାଇବା ପରେ ବାହାରି ଯାନ୍ତି କିନ୍ତୁ ଯଦି ଏହା ଶରୀର ପାଇଁ କ୍ଷତିକାରକ ହୋଇପାରେ।

electric shock

6 -16 mA : ଏହି ମାତ୍ରାରେ କରେଣ୍ଟ ଖାଇଲେ ତାହା ବହୁତ ଯନ୍ତ୍ରଣାଦାୟକ ହୋଇଥାଏ। ବ୍ୟକ୍ତି ନିଜ ଶରୀରରୁ ନିୟନ୍ତ୍ରଣ ହରାଇବସେ। ଏହି ସ୍ଥିତିକୁ ‘ଲେଟ ଗୋ’ ସ୍ଥିତି କୁହାଯାଏ।

17 -99 mA : କରେଣ୍ଟର ଏହି ମାତ୍ରା ଶ୍ୱସନ ତନ୍ତ୍ରକୁ ବହୁତ ଖରାପ ପ୍ରଭାବ ପକାଏ। ଶରୀରର ଅଙ୍ଗ ଏବଂ ମସଲ୍ସ ଉପରେ ବହୁତ ଗଭୀର ପ୍ରଭାବ ପଡିଥାଏ। ଏହି ସ୍ଥିତିରେ ମଣିଷ କରେଣ୍ଟରୁ ବାହାରି ପାରିନଥାନ୍ତି ଏବଂ ମୃତ୍ୟୁ ହେବାର ମଧ୍ୟ ଅଧିକ ସମ୍ଭାବନା ରହିଥାଏ।

100-2000 mA : ଏହା ବହୁତ ଅଧିକ ମାତ୍ରାର କରେଣ୍ଟ ଅଟେ ଯେଉଁ କାରଣରୁ ହାର୍ଟ କାମ କରିବା ବନ୍ଦ କରିଦିଏ ଏବଂ ଧୀରେ ଧୀରେ ସାରା ଶରୀରକୁ ପ୍ରଭାବିତ ହୋଇଥାଏ ଏବଂ ମଣିଷର ମୃତ୍ୟୁ ହୋଇଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button