ବିଚାର

ପୋଟଳର ଚମତ୍କାରୀ ଫାଇଦା, ଜାଣିଲେ ଆଜିଠୁ ହିଁ ଆରମ୍ଭ କରିବେ ଖାଇବା

ଋତୁ ଅନୁଯାୟୀ କିଛି ପରିବାର ବଜାରରେ ଖୁବ ଚାହିଦା ରହିଥାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ପୋଟଳ। ଖରାଦିନେ ପୋଟଳ ଖାଇବାର ମଜା କିଛି ଭିନ୍ନ ରହିଥାଏ। ପୋଟଳ ଖାଇବାକୁ ଭଲ ଲାଗିବା ସହ ଶରୀର ପାଇଁ ମଧ୍ୟ ହିତକର ହୋଇଥାଏ। ପୋଟଳରେ ଭିଟାମିନ-ଏ, ଭିଟାମିନ-ବି ୧, ବି ୨ ଓ ଭିଟାମିନ-ସି ଭରପୂର ମାତ୍ରାରେ ରହିଛି। ଏହାସହ ପୋଟଳରେ କ୍ୟାଲସିୟମ ଅଧିକ ମାତ୍ରାରେ ରହିଛି। ପୋଟଳ ଚୋପାରେ ମ୍ୟାଗ୍ନେସିୟମ, ପୋଟାସିୟମ, ଫସଫରସ ଭରପୂର ମାତ୍ରାରେ ରହିଛି। ଆସନ୍ତୁ ଜାଣିବା ପୋଟଳ ଖାଇବାର ଫାଇଦା ।

Trichosanthes-dioica

-ପୋଟଳ ଖାଇବା ଦ୍ବାରା ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ। ପୋଟଳରେ ଥିବା ମଞ୍ଜିରେ କୋଷ୍ଠକାଠିନ୍ୟ ଓ ପାଚନ କ୍ରିୟା ସହ ଜଡିତ ସମସ୍ୟାରୁ ମୁକ୍ତି ମିଳିବାର ଗୁଣ ରହିଛି। ମଧୁମେହ ରୋଗୀମାନେ ବିଶେଷ କରି ପୋଟଳ ଖାଇବାକୁ ପରାମର୍ଶ ଦିଆଯାଇଛି।

-ଯଦି ଆପଣଙ୍କ ପିଲାଙ୍କୁ ଭୋକ ଲାଗୁ ନ ଥାଏ ତେବେ ସେମାନଙ୍କୁ ପୋଟଳର କିଛି ଭଜା କିମ୍ବା ତରକାରୀ ଖାଇବାକୁ ଦିଅନ୍ତୁ।

-ପୋଟଳ ଖାଇବା ଦ୍ବାରା ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳେ।

potol

-ପୋଟଳରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥିବାରୁ ତାହା ଖାଇବା ଦ୍ବାରା ବୟସ ବୃଦ୍ଧି ଦ୍ବାରା ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ମୁହଁରେ କୁଞ୍ଚନ ସମସ୍ୟା ଦୂର କରିଥାଏ।

-ପୋଟଳ ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହା ଜ୍ବର, ଥଣ୍ଡା-କାଶ ଓ ଚର୍ମ ସଂକ୍ରମଣ ଓ ଖଣ୍ଡିଆକୁ ଶୀଘ୍ର ଭଲ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button