ମନୋରଞ୍ଜନ

‘ମୋ ସ୍ଵାମୀ ମୋ ହୀରୋ, ଆମ ବିବାହ ସମୟରେ ମୋ ସାଙ୍ଗମାନେ ମତେ…’ ଦେଖନ୍ତୁ ନିଜ ବୈବାହିକ ଜୀବନକୁ ନେଇ କଣ କହିଲେ Akash ଙ୍କ ପତ୍ନୀ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତା ଆକାଶ ଏବଂ ତାଙ୍କ ଧର୍ମପତ୍ନୀ କିଛି ଏଭଳି କହିଛନ୍ତି । ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଅଭିନେତା ଆକାଶ କହିଛନ୍ତି ଯେ ଅନେକ ଗୀତରେ ଆକାଶ ଅଭିନୟ କରିଛନ୍ତି ଏବଂ ଆଜି ମଧ୍ୟ ଅନେକ ଫ୍ୟାନ ତାକୁ ମନେ ରଖିଛନ୍ତି । ଏହା ନିଶ୍ଚିତ ଭାବରେ ବହୁତ ଖୁସିର କଥା । ଆକାଶ ଙ୍କ ଧର୍ମପତ୍ନୀ କହିଛନ୍ତି ଯେ ମୁଁ ନିହାତି ଭାବରେ ପୂଣ୍ୟ କରିଥିଲି ସେଥିପାଇଁ ଏତେ ଭଲ ମଣିଷଟିଏ ପାଇଛି ।

ଆକାଶ କହିଛନ୍ତି ଯେ ଭଲ ପାଇବାରେ କେବେ ତୁଳନା କରାଯାଏ ପାରେ ନାହିଁ କି ତାକୁ ମାପି ପାରିବା ନାହିଁ ଭଲ ପାଇବାକୁ । ନିଶ୍ଚିତ ଭାବରେ ଆମ୍ଭେ ଦୁହେଁ ଭାଗ୍ୟବାନ । ଆକାଶ ଙ୍କ ଦୁଇ ପୁଅ ଅଛନ୍ତି । ଏବଂ ସେ ନିଜ ଜନ୍ମ ଦିନରେ ନିଜ ସହଯୋଗୀ ତଥା ପରିବାର ଙ୍କ ସହିତ ବୃଦ୍ଧାଶ୍ରମ କୁ ଯାଇଥିଲେ ଏବଂ ସେଠାରେ ଯାଇ ସେ ବୃଦ୍ଧ ମାନଙ୍କ ଗହଣରେ ନିଜ ଜନ୍ମ ଦିନ କୁ ପାଳୁଥିବାରୁ ନିଜକୁ ବେସ ଧନ୍ୟ ମନେ କରିଛନ୍ତି ।

ଆକାଶ ଙ୍କ ଧର୍ମପତ୍ନୀ କହିଛନ୍ତି ଯେ ନିହାତି ଭାବରେ ସମସ୍ତଙ୍କର ଭଲ ପାଇବା ଅଛି ସେଥିପାଇଁ ଏକ ଭଲ ପ୍ରୋଗ୍ରାମ ଟିଏ ହୋଇଛି । ଆକାଶ କହିଛନ୍ତି ଯେ ଆମ୍ଭେ ଯେତେବେଳେ ଏହି ଦୁନିଆକୁ ଆସିଛୁ ତେବେ ନିଶ୍ଚିତ ଭାବରେ କିଛି ଭଲ କାମ କରିଲେ ଲୋକେ ଆମ୍ଭକୁ ମନେ ରଖିବେ । ଆମ୍ଭେମାନେ ସମସ୍ତେ ନିଜର ବ୍ୟକ୍ତିଗତ ମୂହୁର୍ତ୍ତକୁ ନିଜ ପରିବାର ସହିତ କଟାଉ ଏବଂ ନିଜ ସାଙ୍ଗସାଥି ସହିତ କଟାଇଥାଉ ।

ମାତ୍ର କିଛି ମୁଲ୍ୟବାନ ସମୟ ଯଦି ଆମ୍ଭେ ସେହି ମାନଙ୍କ ପାଇଁ ବାହାର କରିପାରିବା ଯେଉଁ ମାନଙ୍କ ପାଖରେ କେହି ନାହାଁନ୍ତି ତଥା ଯେଉଁମାନେ ଦୁଃଖରେ ଅଛନ୍ତି କି କଷ୍ଟ ରେ ଅଛନ୍ତି, ସେମାନଙ୍କ ମୁହଁରେ ଯଦି ଆମ୍ଭେ ଟିକିଏ ହସ ଫୁଟାଇ ଦେଇ ପାରିବା ତେବେ ଯାଇ ଆମ୍ଭ ଜୀବନର ସଠିକ ମୂଲ୍ୟ ରହିବ । ଏବଂ ଖୁସି ବାଣ୍ଟିବାରେ ଯେଉଁ ଆନନ୍ଦ ପାଇବାରେ ନାହିଁ । ଖୁସି ବାନ୍ତି ଦେଖିବେ ବହୁତ ଆନନ୍ଦ ଲାଗିବ ।

ଆକାଶ ଦୁଇ ପୁଅ ଙ୍କ ସମ୍ବନ୍ଧରେ କହିଛନ୍ତି ଯେ ମୁଁ ଯେତେବେଳେ କ୍ୟାରିୟର ଗଢିବା ପାଇଁ ଆସିଲି ସେତେବେଳେ ମୋ ବାପା ମା’ ମତେ ସ୍ଵାଧୀନତା ଦେଇଥିଲେ ଯେ ମୋର ଯାହା ଇଛା ମୁଁ କରିବି ଏଣୁ ଆକାଶ ଙ୍କ ପୁଅ ମଧ୍ୟ ଯାହା କରିବେ ଆଗକୁ ନିଜ କ୍ୟାରିୟରରେ ତାଙ୍କୁ ସଂପୂର୍ଣ୍ଣ ଛୁଟ ଅଛି ବୋଲି କହିଛନ୍ତି ଆକାଶ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button