ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଅପଡେଟ୍‌, ଶୀଘ୍ର କରି ନିଅନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ରାସନ୍ କାର୍ଡ

ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ ଯୋଜନା ଜାରି ରଖିଛନ୍ତି। ଦେଶର ଅନେକ ଲୋକ ସରକାରୀ ଯୋଜନାର ସୁବିଧା ପାଆନ୍ତି। ଯେଉଁଥିରେ ମୁଖ୍ୟତଃ ଗରିବ ଅଭାବୀ ଲୋକ ଅନ୍ତର୍ଭୁକ୍ତ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ଭାରତ ସରକାର ଏହି ଗରିବ ଅଭାବୀ ଲୋକଙ୍କୁ ଅତି କମ୍ ଦରରେ ରାସନ ଯୋଗାଉଛନ୍ତି।

ସରକାରଙ୍କ ସ୍ୱଳ୍ପ ମୂଲ୍ୟର ରାସନ ଯୋଜନାର ଫାଇଦା ନେବାକୁ ଲୋକଙ୍କ ପାଖରେ ଏକ ରାସନ କାର୍ଡ ରହିବା ଆବଶ୍ୟକ। କିନ୍ତୁ ରାସନ କାର୍ଡଧାରୀଙ୍କ ପାଇଁ ସରକାର ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ୧ ନଭେମ୍ବରରୁ ଏହାକୁ ପୂରଣ ନ କରୁଥିବା ହିତାଧିକାରୀଙ୍କ ରାସନ ବନ୍ଦ ହେବ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ, ସମସ୍ତ ରେସନ କାର୍ଡଧାରୀଙ୍କ ପାଇଁ ଇ-କେୱାଇସି କରିବା ଆବଶ୍ୟକ।

Rasan card

ଖାଦ୍ୟ ଏବଂ ଜନ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଏହା ସମ୍ପର୍କରେ ସୂଚନା ପୂର୍ବରୁ ପ୍ରକାଶ ପାଇଥିଲା। କିନ୍ତୁ ଏହା ସତ୍ତ୍ବେ ଅନେକ ରାସନ କାର୍ଡଧାରୀ ଏହା ବର୍ତ୍ତମାନ ସୁଦ୍ଧା କରି ନାହାନ୍ତି। ଯେଉଁମାନେ ଇ- କେୱାଇସି ପ୍ରକ୍ରିୟା ସମାପ୍ତ କରିନାହାନ୍ତି ସେମାନଙ୍କର ରାସନ ବନ୍ଦ ହେବ। ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ଇ-କେୱାଇସି  ପାଇଁ ଶେଷ ତାରିଖ  ୩୧ ଅକ୍ଟୋବର ଭାବରେ ସ୍ଥିର କରାଯାଇଛି।

ଯଦି  ଜଣେ ରାସନ କାର୍ଡଧାରୀ ୩୧ ଅକ୍ଟୋବର ସୁଦ୍ଧା ଇ-କେୱାଇସି  ପ୍ରକ୍ରିୟା ସଂପୂର୍ଣ୍ଣ  ନ କରନ୍ତି ତେବେ ସେ ଆସନ୍ତା ମାସ ପାଇଁ ରାସନ ପାଇବେ ନାହିଁ। ଏହିପରି ରାସନ କାର୍ଡଧାରୀଙ୍କ ନାମ ମଧ୍ୟ ରାସନ କାର୍ଡରୁ ହଟିଯିବ। ଇ-କେୱାଇସି  ବିନା ରାସନ କାର୍ଡ ରଦ୍ଦ ହେବ। ଏହା ପରେ ଏସବୁ ଲୋକମାନେ ସରକାରଙ୍କ ରାସନ ଯୋଜନାର ଲାଭ ପାଇପାରିବେ ନାହିଁ।

ରେସନ କାର୍ଡ ଇ- କେୱାଇସି  ବିଷୟରେ ଲୋକଙ୍କ ମନରେ ପ୍ରଶ୍ନ ଆସୁଛି। ସରକାର କାହିଁକି ଇ- କେୱାଇସି କାର୍ଯ୍ୟ କରୁଛନ୍ତି? ବାସ୍ତବରେ, ଏହିପରି ଅନେକ ଲୋକଙ୍କ ନାମ ରାସନ କାର୍ଡରେ ପଞ୍ଜିକୃତ ହୋଇଛି ଯେଉଁମାନେ ରାସନ କାର୍ଡ ଦ୍ବାରା ମାଗଣା ରାସନ ପାଇବା ଯୋଜନା ପାଇଁ ଯୋଗ୍ୟ ନୁହନ୍ତି। ସେମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ଦୁନିଆରେ ଆଉ ନାହାନ୍ତି । ଯେଉଁମାନଙ୍କର ମୃତ୍ୟୁ ଘଟି ସାରିଛି। କିନ୍ତୁ ସେମାନଙ୍କ ନାମ ଏପର୍ଯ୍ୟନ୍ତ ରାସନ କାର୍ଡରୁ ହଟାଯାଇ ନାହିଁ ।

Leave a Comment

Your email address will not be published. Required fields are marked *