ଷ୍ଟେଟ୍ ବ୍ୟାଙ୍କ ଠକେଇ ଘଟଣା ଅଭିଯୁକ୍ତ ସରୋଜ ନାୟକଙ୍କୁ ବାନ୍ଧିଲା EOW

ଭୁବନେଶ୍ୱର,୨୧/୦୯: ଷ୍ଟେଟ୍ ବ୍ୟାଙ୍କ ଠକେଇ ଘଟଣାରେ ଅର୍ଥନୈତିକ ଅପରାଧ ଶାଖାକୁ ବଡ଼ ସଫଳତା। ଶୁକ୍ରବାର ୧୬.୭୧ କୋଟି ଠକେଇ ଘଟଣାରେ ଅଭିଯୁକ୍ତ ସରୋଜ ନାୟକଙ୍କୁ ବାନ୍ଧିଲା EOW ଟିମ୍। ଅଭିଯୁକ୍ତ ସରୋଜ ନାୟକଙ୍କ ନାମରେ ବିଏନଏସର ଧାରା ୪୦ ୯,୪୨୦,୪୬୭,୪୭୧,୧୨୦ ଏବଂ ଆଇଟି ଆକ୍ଟର ଧାରା ୬୬ସି ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ତେବେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ସିବସୁନ୍ଦର ସାହୁଙ୍କ ଲିଖିତ ରିପୋର୍ଟରେ ଏହି ମାମଲା ପଞ୍ଜିକୃତ ହୋଇଥିଲା । ଏଥିରେ ଅଭିଯୋଗ ହୋଇଥିଲା ଯେ ଅଭିଯୁକ୍ତ ଜଣକ ନିଜକୁ ଫୋନପେ ର କର୍ମଚାରୀ ୨୦୨୨ ମସିହା ଅକ୍ଟୋବର ରୁ ୨୦୨୩ ଯାଏଁ ଜୟଦେବ ବିହାର ଷ୍ଟେଟବ୍ୟାଙ୍କ, ପଟିଆ,ରଘୁନାଥପୁର ଓ ଝାରପଡା ଶାଖାରୁ ୧୬.୭୧ କୋଟି ଠକେଇ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସରୋଜ ନାୟକ ରାଉରକେଲାରୁ ଡିପ୍ଲୋମା କରିଛନ୍ତି । ଏଥିସହ ସେ ଓମ୍ ମାଆ କନଷ୍ଟ୍ରକ୍ସନର ଏକ ଏଜେନ୍ସି ମଧ୍ୟ ଚଲାନ୍ତି

Leave a Comment

Your email address will not be published. Required fields are marked *