ଭୁବନେଶ୍ବର ୨୧/୦୯: ନୂଆଦିଲ୍ଲୀରେ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ପକ୍ଷରୁ କର୍ମଶାଳା । ବିପର୍ଯ୍ୟୟ ବିପତ୍ତି ବୀମା କାହିଁକି ଗୁରୁତ୍ୱପୂର୍ଣ୍ଣ ଏହା ଉପରେ ଏହି କର୍ମଶାଳାରେ ଜୋର୍ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଏହି କର୍ମଶାଳା ଯୋଗ ଦେଇ ବୀମା ଉତ୍ପାଦ/ ବଣ୍ଡ୍ ପ୍ରଯୁକ୍ତ ବିଦ୍ୟା ଉପରେ ଭାରତ ପ୍ରୟାସ ଏବଂ ପ୍ରମୁଖ ଘଟଣା ଉପରେ ଆଲୋକପାତ କରିଛନ୍ତି ।
ବିପର୍ଯ୍ୟୟ ବିପଦ ବୀମା ପ୍ରୟୋଗରେ ଅଭିନବତ୍ୱ ଆଣିବା ଏବଂ ଏହାକୁ ଅଧିକ ନମନୀୟ, ଦକ୍ଷ ଏବଂ ସମ୍ମନ୍ବୟ ବୀମା ସମାଧାନ ଦିଗରେ ବୈଶ୍ୱିକ ଧାରାରେ ସାମିଲ ହେବା କ୍ଷେତ୍ରରେ ଭାରତର ସମ୍ଭାବନାକୁ ଦର୍ଶାଇଛନ୍ତି ।
ଭାରତ ସମେତ ବିଶ୍ୱବ୍ୟାପୀ ବିପର୍ଯ୍ୟୟର ବାରମ୍ବାରତା ଏବଂ ତୀବ୍ରତା ବୃଦ୍ଧି ଉପରେ ଚିନ୍ତା ପ୍ରକଟ କରି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ମିଶ୍ରା ବିଭିନ୍ନ କ୍ଷେତ୍ର ଏବଂ ସଂସ୍ଥାରେ ବୀମାର ସମ୍ପ୍ରସାରଣ ପାଇଁ ଏକ ରଣନୀତିକ ଦୃଷ୍ଟିକୋଣ ପାଇଁ ପରାମର୍ଶ ଦେଇଥିଲେ। ଏଥିରେ ସେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରାଯାଇଥିଲା । ପ୍ରଥମତଃ, ଆମେ କିପରି ପ୍ରଭାବୀ ଢଙ୍ଗରେ ଜନସଂଖ୍ୟାର ସେହି ବର୍ଗଙ୍କ ନିକଟରେ ପହଞ୍ଚିପାରିବା ଯେଉଁମାନଙ୍କ ବୀମା କିଣିବା କଷ୍ଟକର ? ଏହା ସୁଲଭତା ଉପରେ ପ୍ରଶ୍ନ ଉଠାଇଥାଏ – ଅଧିକ ସୁଲଭ ମୂଲ୍ୟ ନିର୍ଦ୍ଧାରଣ, ସଚେତନତା ବୃଦ୍ଧି ଏବଂ ଦାବି ସମାଧାନ ପ୍ରକ୍ରିୟାକୁ ସରଳ କରିବା ମାଧ୍ୟମରେ କିପରି ବୀମାର ପ୍ରସାରକୁ ବ୍ୟାପକ କରିପାରିବା ? ସେ ପରାମର୍ଶ ଦେଇ କହିଥିଲେ ଯେ, ବୀମା କେବଳ ଉପଲବ୍ଧ ନୁହେଁ ବରଂ ସବୁଠାରୁ ଦୁର୍ବଳ ଲୋକଙ୍କ ପାଇଁ ମଧ୍ୟ ସୁଲଭ ହେବା ସୁନିଶ୍ଚିତ କରିବା ଏକ ପ୍ରମୁଖ ଆହ୍ୱାନ ଯାହାର ମୁକାବିଲା ଆମକୁ କରିବାକୁ ପଡିବ।