ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର

ଟକ,୨୧/୦୯: ବାଣପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାତ୍ରିକାଳୀନ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇ ଡ୍ରାଇଭର ସମେତ ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ । ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହୋଇଛନ୍ତି । କଟକ ଉପକଣ୍ଠ ଭାଣପୁର ନିକଟରେ ଏଭଳି ଦୁର୍ଘଟଣା ଘଟିଛି ।

ସୂଚନା ମୁତାବକ, ଏକ ରାତ୍ରିକାଳୀନ ଯାତ୍ରୀବାହୀ ବସ୍ ସୁନ୍ଦରଗଡରୁ ଭୁବନେଶ୍ୱର ଆସୁଥିଲା ।

ଶନିବାର ଭୋର ସାଢେ ପାଞ୍ଚଟା ସମୟରେ ବସ୍ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ବସ୍ରେ ଥିବା ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହେବା ସହ ବସ୍ର ଡ୍ରାଇଭର ଗୁରୁତର ହୋଇଛନ୍ତି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ କଟକ ସଦର ପୋଲିସ ପହଞ୍ଚି ଆହତ ଏବଂ ଗୁରୁତର ଡ୍ରାଇଭରକୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି ।

ତେବେ ଏହି ବସ୍ଟି ଏକ ଡମ୍ପର ସହ ପିଟି ହୋଇଥିବା ସନ୍ଦେହ କରାଯାଉଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଡମ୍ପର ଗାଡି ପଳାଇ ଯାଇଛି । ଘଟଣାସ୍ଥଳରେ ସଦର ପୋଲିସ ଉପସ୍ଥିତ ରହି ଘଟଣାର ତଦନ୍ତ ଚଳାଇଛି ।

Leave a Comment

Your email address will not be published. Required fields are marked *