ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସାଲେପୁର, ୨୧/୦୯ : ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶନିବାର ସକାଳେ ଗାଁ ନିକଟ ଜଙ୍ଗଲରେ ଏକ ଚାକୁଣ୍ଡା ଗଛରେ ଦୁହିଁଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ସାଲପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମ ଗାଁ ନିକଟ ଜଙ୍ଗଲରେ ଦୁଇ ଜଣ ଯୁବକ ଯୁବତୀଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ।

ଏନେଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସାଲେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ଜଣକ ସ୍ଥାନୀୟ ଅଲ୍ଲିପୁର ଗ୍ରାମର ମନୋଜ ସାମଲ ବୋଲି ଜଣାପଡିଥିବା ବେଳେ ଯୁବତୀଙ୍କ ପରିଚୟ ମିଳିନାହିଁ।

ମୃତ ଯୁବକ ଜଣକ ବିବାହିତ ଓ ତାଙ୍ରକ ଏକ ତିନି ବର୍ଷର ପିଲାଥିବା ଜଣାପଡିଛି। ଉଭୟ ଯୁବକ ଯୁବତୀ ପ୍ରେମରେ ବିଫଳ ହେବାରୁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସ୍ଥାନୀୟ ଗ୍ରାମରେ ଆଲୋଚନା ହେଉଛି। ଏହି ଘଟଣା ସାଲେପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Comment

Your email address will not be published. Required fields are marked *