ପୋପ୍ ଫ୍ରାନ୍‌ସିସ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ: ସମ୍ଭାବ୍ୟ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ

ଭାଟିକାନ ସିଟି: ପୋପ୍ ଫ୍ରାନ୍ସିସ୍ ତାଙ୍କ ଘନିଷ୍ଠ ସହଯୋଗୀମାନଙ୍କୁ କହିଛନ୍ତି ଯେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଜଟିଳ ଓ ସେ ନିମୋନିଆରୁ ବଞ୍ଚିପାରିବେ ନାହିଁ। ଭାଟିକାନ ଅନୁଯାୟୀ, ଶୁକ୍ରବାର ରୋମ୍‌ର ଗେମେଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୮୮ ବର୍ଷୀୟ ପୋପ୍‌ଙ୍କ ଉଭୟ ଫୁସଫୁସ ସଂକ୍ରମିତ ହୋଇଛି। ଆଜି ଅପରାହ୍ଣରେ ପୋପ୍‌ଙ୍କ ଛାତିର ସିଟି ସ୍କାନ୍ କରାଯାଇଥିଲା। ତାଙ୍କ ଶ୍ୱାସ ସଂକ୍ରମଣରେ ଆଜମା ବ୍ରୋଙ୍କାଇଟିସ୍ ମଧ୍ୟ ଅନ୍ତର୍ଭୁକ୍ତ। ପୋପ୍ ତାଙ୍କ ସହଯୋଗୀମାନଙ୍କୁ ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ପ୍ରସ୍ତୁତ ହେଉଛନ୍ତି।

ପୋପ୍‌ ନିମୋନିଆରୁ ବଞ୍ଚି ପାରିବେ ନାହିଁ ବୋଲି ଚେତାବନୀ ଦେବା ପରେ ସଦ୍ୟତମ ରିପୋର୍ଟରେ ଦାବି କରାଯାଇଛି ଯେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ରିହର୍ସାଲ୍ କରାଯାଉଛି। ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସ୍ୱିସ୍ ଗାର୍ଡ ତାଙ୍କ ଅନ୍ତିମ ସଂସ୍କାର ପାଇଁ ଅଭ୍ୟାସ କରୁଛନ୍ତି। ଅନ୍ୟ ଆଭ୍ୟନ୍ତରୀଣ ସୂତ୍ରରୁ ପ୍ରକାଶ ଯେ ରବିବାର ଡାକ୍ତରମାନେ ତାଙ୍କୁ ଦୈନିକ  ପ୍ରବଚନ ଦେବାକୁ ବାରଣ କରିବାରୁ ପୋପ୍ ଅସନ୍ତୁଷ୍ଟ ହୋଇଥିଲେ। କିନ୍ତୁ ଏବେ ସେ ଡାକ୍ତରଙ୍କ ନିର୍ଦ୍ଦେଶ ପାଳନ କରୁଛନ୍ତି ବୋଲି ଆଉ ଜଣେ ଦାବି କରିଛନ୍ତି। ଗତ ଏକ ମାସ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିବାରୁ ଫ୍ରାନ୍ସିସ୍ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଏବଂ ଗ୍ରହଣୀୟ ବ୍ୟକ୍ତିମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ କରିବା ପାଇଁ ପଦକ୍ଷେପ ନେଇଛନ୍ତି।

utkalmailtv

Leave a Comment

Your email address will not be published. Required fields are marked *