ସ୍ୱାସ୍ଥ୍ୟ

ନାକରୁ ରକ୍ତ ପଡିବା କିମ୍ବା ପାଇଲ୍ସ ଭଳି ସମସ୍ୟାକୁ ଦୂର କରିବ ମିଶ୍ରି

ଆଜିକାଲି ଅନେକ ଲୋକ ରକ୍ତହୀନତାର ଶିକାର ହେଉଛନ୍ତି। ଯେଉଁମାନଙ୍କ ରକ୍ତରେ ହିମୋଗ୍ଲୋବିନର ମାତ୍ରା କମ୍‌ ରହିଥାଏ ସେମାନେ ଜଲଦି ଥକ୍କି ଯିବା ସହ ଦୁର୍ବଳତା ଅନୁଭବ କରିଥାନ୍ତି। ଏହିସମସ୍ୟା ଦୂର କରିବା ପାଇଁ ପ୍ରତିଦିନ ମିଶ୍ରି ଖାଇବା ଉଚିତ।

– ଆୟୁର୍ବେଦ ବିଜ୍ଞାନ ଅନୁଯାୟୀ, ମିଶ୍ରିରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଛି। ଯାହା ଶାରୀରିକ ଦୁର୍ବଳତା ଦୂର କରିବା ସହ ଏମିନିଆ ରୋଗ ପାଇଁ ଲାଭକାରୀ ହୋଇଥାଏ। ପ୍ରତିଦିନ ଏକ ଚାମଚ ମିଶ୍ରି ଖାଇଲେ ଏହି ସମସ୍ୟା ଦୂର ହୋଇଥାଏ।

mishrii

– ମିଶ୍ରିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ତତ୍ତ୍ୱ ସଂକ୍ରମଣରୁ ରକ୍ଷା କରିଥାଏ। ଏଥିପାଇଁ ପ୍ରତିଦିନ ଶୋଇବା ପୂର୍ବରୁ ଅଧା ଚାମଚ ଗୋଲମରିଚ ଗୁଣ୍ଡ ଏବଂ ଏକ ଚାମଚ ମିଶ୍ରି ଏବଂ ଏକ ଚାମଚ ଘିଅ ମିଶାଇ ଖାଆନ୍ତୁ। ଏହାଦ୍ୱାରା ଥଣ୍ଡା-କାଶ ଠିକ୍‌ ହୋଇଥାଏ।

-ମିଶ୍ରି ଖାଇବା ଦ୍ୱାରା ଏନର୍ଜି ବଢିବା ସହ ଶରୀର ଫୂର୍ତ୍ତି ରହେ। ଏହାକୁ ଖାଇବା ଦ୍ୱାରା ମୋତିଆବିନ୍ଦୁ ସମସ୍ୟାରୁ ମୁକ୍ତି ମିଳିଥାଏ।

– ଯେଉଁ ଲୋକଙ୍କର ସ୍ମରଣ ଶକ୍ତି କମ୍‌ ସେମାନେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ। ଏକାଗ୍ରତା ଶକ୍ତି ବଢିବ।

mm

– ଯଦି ଆପଣଙ୍କ ନାକରୁ ରକ୍ତ ପଡିବା କିମ୍ବା ପାଇଲ୍ସ ଭଳି ସମସ୍ୟା ରହିଛି ତେବେ ପ୍ରତିଦିନ ମିଶ୍ରି ଖାଆନ୍ତୁ । ଏଥିରୁ ମୁକ୍ତି ମିଳିବ।

– ମିଶ୍ରି ଖାଇବା ଦ୍ୱାରା ଶାରୀରିକ ଦୁର୍ବଳତା ଦୂର ହେବା ସହ ଇମ୍ୟୁନିଟି ବଢିଥାଏ। ଏଥିପାଇଁ ଭାଇରାଲ ଜ୍ୱର ଏବଂ ଅନ୍ୟ କୌଣସି ରୋଗର ବିପଦ କମ୍‌ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button