କ୍ରାଇମ

ଘରେ ଜଳୁଥିଲା ସ୍ତ୍ରୀ, ବାହାରେ ସ୍ଵାମୀର କାମ ଦେଖି ପୁଲିସ ବି ହେଇଗଲା ଆଶ୍ଚର୍ଯ୍ୟ

କହିବାକୁ ଗଲେ ମଧ୍ୟପ୍ରଦେଶର ଏକ ଅଞ୍ଚଳରେ ଏକ ପଡୋଶୀର ସୂଚନା ଅନୁସାରେ ଗୋଟିଏ ଘରେ ଯେତେବେଳେ ପୋଲିସ ଯାଇ ପହଞ୍ଚିଲା ତେବେ ଦ୍ଵିତୀୟ ମହଲାରେ ତାଙ୍କୁ ଏକ ମହିଳା ଜଳୁଥିବା ଅବସ୍ଥାରେ ଅଚେତ ମିଳିଲା । ତଦନ୍ତ ପରେ ଜଣା ପଡିଲା କି ଏହି ମାମଲାରେ ଯୌତୁକ ପାଇଁ ମହିଳାକୁ ଜାଳି ମାରିଦେବା ପାଇଁ ଷଡଯନ୍ତ୍ର କରାଯାଇଛି । ଏହା ପରେ ପୋଲିସକୁ ଜଣା ପଡିଲା କି ଯେତେବେଳେ ଘରେ ପତ୍ନୀ ନିଆଁରେ ଜଳୁଥିଲା ସେତେବେଳେ ତାହାର ସ୍ଵାମୀ ବାହାରେ ବସି ମଦ ପିଉଥିଲା ।

ଏହି ଘଟଣାଟି ଇନ୍ଦୋରର ଅଟେ । ଯେଉଁଠି ସୋନକଚ୍ଛର ଭୌଂରାସାର ଠାକୁର ମହଲାରେ ଜୟସିଂହ ଠାକୁରର ଘରର ଦ୍ଵିତୀୟ ମହଲାରେ ତାଙ୍କର ବୋହୁ ରିନା ଜଳିଯାଇଥିବା ଅବସ୍ଥାରେ ମୃତ ମିଳିଲା । ଘଟଣା ସମୟରେ ନଣନ୍ଦ ତଳ ଘରେ ଥିଲା, ଯିଏକି ଚିଲାଇବାର ଆବାଜ ଶୁଣି ଲୋକମାନଙ୍କୁ ଡାକିଲା । ଏହା ସହିତ ଧୂଆଁ ଦେଖି ପଡୋଶୀମାନେ ବି ଆସିଗଲେ । କିନ୍ତୁ ମହିଳାଟିର ଜୀବନ ବଞ୍ଚାଇ ପାରିଲେ ନାହିଁ ।

ଏହା ପରେ ପୋଲିସ ପହଞ୍ଚି ଦେଖେ କି ତଳ ଘରେ ନଣନ୍ଦ ଥିଲା ଓ ଦ୍ଵିତୀୟ ମହଲାରେ ଜୟସିଂହର ୨୪ବର୍ଷୀୟ ବୋହୁ ରିନା ଜଲିଯାଇଥିବା ଅବସ୍ଥାରେ ମୃତ ମିଳିଲା ଓ ତାହା ପାଖରେ ୫ ଲିଟର ର ଜାର ଖାଲି ମିଳିଥିଲା ।

ମୃତକର ପିତା ଲଗାଇଲେ ଯୌତୁକ ହତ୍ୟାର ଆରୋପ

ମୃତକର ପିତା ମୋହନସିଂହ ବୁନ୍ଦେଲ ନିଜ ଝିଅର ଶଶୁର ଘର ଲୋକମାନଙ୍କ ଉପରେ ଯୌତୁକ ହତ୍ୟାର ଆରୋପ ଲଗାଇଛନ୍ତି । ମୋହନସିଂହ ବୁନ୍ଦେଲ କହିଲେ କି ସେ ତିନି ବର୍ଷ ପୂର୍ବେ ନିଜ ଅବସ୍ଥା ଅନୁସାରେ ଦେବା ନେବା କରି ନିଜ ଝିଅ ରିନାର ବିବାହ ରବି ସହ କରିଥିଲେ । କିନ୍ତୁ ବାହାଘର କିଛି ଦିନ ପରେ ତାହାର ଶଶୁର ଘର ଲୋକମାନେ ୧ ଲକ୍ଷ ଟଙ୍କା ମାଗିବାକୁ ଲାଗିଲେ ।

ତିନି ଚାରି ମାସ ପୂର୍ବରୁ ଯେତେବେଳେ ରିନା ତାଙ୍କ ପାଖକୁ ଆସିଥିଲା ସେତେବେଳେ ସେ କହିଲା କି ଟଙ୍କା ପାଇଁ ତାହା ସହିତ ମାରପିଟ ବି କରୁଛନ୍ତି । ସେହି ସମୟରେ ରିନାର ପିତା ଶଶୁର ଘର ଲୋକମାନଙ୍କ ସହ କଥାବାର୍ତ୍ତ କରିବାର ଆଶ୍ୱାସନ ଦେଇ ରିନାକୁ ଫେରାଇ ଦେଲେ । ଏହା ପରେ ଗୁରୁବାର ଦିନ ରିନା ପିତାକୁ ଫୋନ କରି କହିଲା କି ତାହାର ଘର ଲୋକମାନେ ତାକୁ ଯୌତୁକ ପାଇଁ ପ୍ରତାଡ଼ିତ କରୁଛନ୍ତି ।

ଏହା ପରେ ସେ ନିଜ ପିତାକୁ ନିଜ ପାଖକୁ ଜଲ୍ଦି ଆସିବା ପାଇଁ କହିଲା । କିନ୍ତୁ ମୋହନସିଂହ ନିଜ ଘରୁ ବାହାରିବେ କି ଏହି ଘଟଣା ଘଟିଗଲା ।

ସ୍ଵାମୀ ମିଳିଲା ମଦ ଦୋକାନରେ, ଅନ୍ୟ ଆରୋପିମାନେ ଫେରାର

ଏହା ପରେ ମୃତକର ପିତା ମୋହନସିଂହ ବୁନ୍ଦେଲ ଆରୋପୀ ପତି ରବି ଠାକୁର, ଶଶୁର ଜୟସିଂହ, ଶାଶୁ ସବିତା ଠାକୁର ଓ ନଣନ୍ଦ କୃତିକାସିଂହ ବିପକ୍ଷରେ କେସ କରିଛନ୍ତି । ଅନ୍ୟ ପଟେ ଘଟଣା ପରେ ସମସ୍ତ ଆରୋପି ଫେରାର ଅଛନ୍ତି ।

ଯେତେବେଳେ ପୁଲିସ ତଦନ୍ତ କରିବା ଆରମ୍ଭ କରିଲା ତେବେ ମୃତକର ପତି ରବି ଗ୍ରାମର ଦେଶୀ ମଦ ଦୋକାନରେ ମଦ ପିଉଥିବାର ମିଳିଲା । ତାକୁ ବର୍ତ୍ତମାନ ଗିରଫ କରାଯାଇଛି । ମହିଳାର ୧.୫ ବର୍ଷର ଏକ ପୁଅ ସୋନି ଅଛି ଯିଏକି ବର୍ତ୍ତମାନ ଆରୋପିମାନଙ୍କ ପାଖରେ ଅଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button