ମନୋରଞ୍ଜନ

କନସର୍ଟ ପୂର୍ବରୁ ଦିଲଜିତଙ୍କୁ ନୋଟିସ ପଠାଇଲେ ତେଲଙ୍ଗାନା ସରକାର, ପିଲାଙ୍କୁ ଷ୍ଟେଜକୁ ଡାକିବା ମନା

ଲୋକପ୍ରିୟ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜଙ୍କ ଅଢୁଆ ବଢିଛି । ଦିଲଜିତଙ୍କ ଲାଇଭ ଶୋ ଏବଂ ଜାରି ହେଉଥିବା ବିବାଦକୁ ଦେଖି ତେଲଙ୍ଗାନା ସରକାର ଆଲର୍ଟ ଜାରି କରିଛନ୍ତି । ଦିଲଜିତଙ୍କ କନସର୍ଟ ଆଜି ହାଇଦ୍ରାବାଦରେ ହୋଇଥାନ୍ତା । କିନ୍ତୁ ତେଲଙ୍ଗାନା ସରକାରଙ୍କ ତରଫରୁ ଇଭେଣ୍ଟ ଅର୍ଗାନାଇଜର୍ସଙ୍କୁ ନୋଟିସ ପଠାଯାଇଛି । ରାଜ୍ୟ ସରକାରଙ୍କ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି ନୋଟିସ ଉଭୟ ଦିଲଜିତ ଏବଂ କାର୍ଯ୍ୟକ୍ରମର ଅର୍ଗାନାଇଜରଙ୍କୁ ଜାରି କରାଯାଇଛି ।

ନୋଟିସ ଅନୁସାରେ, ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ପିଲାଙ୍କୁ ଷ୍ଟେଜକୁ ଡାକିବାକୁ ବାରଣ କରାଯାଇଛି । ହାଇ ସାଉଣ୍ଡ ଲେବଲକୁ ପିଲାଙ୍କୁ ରକ୍ଷା କରିବା । WHO ଗାଇଡଲାଇନ ଆଦେଶନୁସାରେ ପିଲାଙ୍କ ପାଇଁ ଏହା ନିରାପଦ ନୁହେଁ । ପିଲାଙ୍କୁ ଲାଇଭ ଶୋ ସମୟରେ ଅଧିକ ଜୋରରେ ବାଜୁଥିବା ମ୍ୟୁଜିକ ଏବଂ ଫ୍ଲାଶ ଲାଇଟରୁ ରକ୍ଷା କରାଯିବ । ଏହାସହିତ ଷ୍ଟେଜରେ ମଦ, ଡ୍ରଗ୍ସ, ହିଂସାକୁ ପ୍ରମୋଟ କରିବାକୁ ମନା କରାଯାଇଛି ।

WHO ଗାଇଡଲାଇନ ଅନୁସାରେ, ଆଡଲ୍ଟ ୧୪୦ ଡିବିରୁ ଅଧିକ ସାଉଣ୍ଡ ପ୍ରେସର କନସର୍ଟକୁ ଯିବାକୁ ମନା କରାଯାଇଛି । ପିଲାଙ୍କ ପାଇଁ ୧୨୦ ଡିବି ପର୍ଯ୍ୟନ୍ତ କମ ହେବା ଜରୁରୀ । ନୋଟିସରେ ଦିଲଜିତଙ୍କ ପୁରୁଣା କନସର୍ଟ ଭିଡିଓକୁ ପ୍ରମାଣ ଭାବେ ଉପସ୍ଥାପନ କରାଯାଇଛି । ପଟିୟାଲା ପେଗ, ପଞ୍ଜ ତାରା..ଏଭଳି ଗୀତ ରହିଛି । ତେବେ ସରକାରଙ୍କ ପକ୍ଷରୁ ଜାରି ନୋଟିସକୁ ନେଇ ଦିଲଜୀତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ସୂଚାନଯୋଗ୍ୟ, ଗତ କିଛି ମାସ ହେଲାଣି ଦିଲଜିତଙ୍କ କନସର୍ଟକୁ ନେଇ ବିବାଦ ଲାଗି ରହିଛି । ଦିଲ୍ଲୀ ଜବାହରଲାଲ ନେହରୁ ଷ୍ଟାଡିୟମରେ ୨୬-୨୭ ଅକ୍ଟୋରରେ ଦିଲଜିତଙ୍କ ଲାଇଭ ଶୋ ଥିଲା । ଇଭେଣ୍ଟ ଶେଷ ହେବା ପରେ ଷ୍ଟାଡିୟମରେ ଅଳିଆ ଆବର୍ଜନା ପଡିଥିଲା । ମଦ ଓ ପାଣି ବୋତଲ, ରନିଂ ଟ୍ରାକରେ ସଢା ଖାଇବା, ଭଙ୍ଗା ଚେୟାର ପଡିଥିବା ଯୋଗୁଁ ଖେଳାଳି ଅଭ୍ୟାସ କରିପାରିନଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଏହାପରେ ଦିଲଜିତଙ୍କ ଟିମକୁ ମିସ ମାନେଜମେଣ୍ଟ କଲ୍ ଆଉଟ୍ କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button