ଜୀବନଶୈଳୀ

ଯଦି ପତ୍ନୀ ଘର ଛାଡ଼ି ପଳାଏ, ତେବେ ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ ପାଇଁ କେତେ ବର୍ଷ ଅପେକ୍ଷା କରିବାକୁ ପଡିବ? ଜାଣନ୍ତୁ ନିୟମ

କଣ ଆପଣ ଜାଣନ୍ତି କି ଯଦି ସ୍ଵାମୀ କି ସ୍ତ୍ରୀ ମଧ୍ୟରୁ କେହି ଜଣେ ନିଖୋଜ ହେଇ ଯାଉଛନ୍ତି ତେବେ ଅନ୍ୟ ଜଣେ ବିବାହ କରି ପାରିବେ କି ନାହିଁ। ଯଦି ଜଣେ ବିବାହ କରି ପାରିବେ ତେବେ କେବେ ଓ କେମିତି କରିବେ ଓ ତାହା ଆଇନ୍ ସମ୍ମତ ହେବ କି ନାହିଁ । ତେବେ ଆସନ୍ତୁ ଏ ସବୁ ବିଷୟରେ ଜାଣିବା ମହାରାଷ୍ଟ୍ରର ନାଗପୁର ସହରର ଏହି ମାମଲାରୁ ।

ସେଠାକାର ଜଣେ ଭାରତୀୟ ସେନାଙ୍କ ମୃତ୍ୟୁ ଘଟିବା ପରେ ତାଙ୍କର ପେନସନ ନେବା ଲାଗି ଦେଖା ଦେଇଛି ବିବାଦ । ପ୍ରଥମ ପତ୍ନି ପେନସନ ପାଉଥିବା ବେଳେ ଦ୍ଵିତୀୟ ପତ୍ନୀ ହୋଇଛନ୍ତି କୋର୍ଟର ଦ୍ୱାରସ୍ଥ । ଜବାନ ଜଣକ ତାଙ୍କ ପ୍ରଥମ ପତ୍ନି ନିଖୋଜ ହେବା ପରେ ଅନ୍ୟ ଏକ ମହିଳାଙ୍କୁ ବିବାହ କରିଥିଲେ ସେ ।

ତାଙ୍କର ସହିଦ ହେବା ପରେ ତାଙ୍କର ଦ୍ଵିତୀୟ ପତ୍ନୀ ପେନସନ ପାଇଁ ଆବେଦନ କରିଥିଲେ ହେଲେ ସେ ଅଫିସରୁ ଜାଣିବାକୁ ପାଇଲେ ଯେ ଜବାଙ୍କ ପ୍ରଥମ ସ୍ତ୍ରୀ ଆକାଉଣ୍କୁ ପେନସନ ଯାଉଛି ବୋଲି । ଯେଉଁଥି ପାଇଁ ସେ ଏବେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା କୋର୍ଟର ଶୁଣାଣି ଏହା ବିରୋଧରେ କଣ ରହିଥିଲା ।

ଆଇନ୍ ଅନୁସାରେ ହିନ୍ଦୁ ନିୟମ ସ୍ଵାମୀ କିମ୍ବା ସ୍ତ୍ରୀ ବଞ୍ଚି ଥାଉ ଥାଉ ଦ୍ଵିତୀୟ ବିବାହର ଅଧିକାର ଦିଏ ନାହିଁ । ହେଲେ ନିଖୋଜ ହେବା କ୍ଷେତ୍ରରେ ସାତ ବର୍ଷ ଅପେକ୍ଷା କରିବାକୁ ପଡ଼ିଥାଏ । ତେବେ ଛାଡ଼ପତ୍ର କ୍ଷେତ୍ରରେ ନିୟମ ଅଲଗା ରହିଥାଏ ।

ଏ ନେଇ ଆଇନଯିବି ମାଧୁରୀ ତିୱାରୀ କହିଥିଲେ ଯେ ହିନ୍ଦୁ ବିବାହ ଅଧିନିୟମ ୧୯୫୫ ଅନୁଯାୟୀ ପ୍ରଥମ ପତ୍ନୀ ଜୀବିତ ଥିବା ବେଳେ ଦ୍ଵିତୀୟ ବିବାହ ବୈଧ ନୁହେଁ । ଯଦି ଏପରି କିଛି ହୋଇଥାଏ ତେବେ ଦ୍ଵିତୀୟ ପତ୍ନୀର କୌଣସି ଅଧିକାର ନାହିଁ ପେନସନ ଉପରେ । ହେଲେ ଦ୍ଵିତୀୟ ପତ୍ନୀର କିଛି ଯଦି ସନ୍ତାନ ରହିଥାଏ ତେବେ ସନ୍ତାନ ପିତାର ସମ୍ପତ୍ତିରେ ଅଧିକାର ସାବ୍ୟସ୍ତ କରି ପାରିବ ।

 

Related Articles

Leave a Reply

Your email address will not be published. Required fields are marked *

Back to top button