ସ୍ୱାସ୍ଥ୍ୟ

ଅଣ୍ଡା ଖାଇଲେ ହୋଇନଥାଏ ଡାଇବେଟିସ୍ , ଜାଣନ୍ତୁ ଅଣ୍ଡା ସମ୍ବନ୍ଧୀୟ କିଛି ଅଜଣା କଥା ?

ଅଣ୍ଡା ଏପରି ଏକ ସୁପର ଫୁଡ ଯେଉଁଥିରେ ପ୍ରୋଟିନ୍, କ୍ୟାଲସିୟମ, ଓମେଗା-୩ ଫେଟି ଏସିଡ଼, ଭିଟାମିନ୍ ଏ ଏବଂ ବି ଆଦି ଭରପୁର ମାତ୍ରାରେ ରହିଥାଏ। ଏହାର ଦୈନିକ ସେବନ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ତେବେ ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଜଣାପଡ଼ିଛି , ଦୈନିକ ଗୋଟିଏ ଲେଖାଁ ଅଣ୍ଡା ଖାଇବା ଦ୍ବାରା ଡାଇବେଟିସ୍ ଭଳି ରୋଗରୁ ମୁକ୍ତି ମିଳିଥାଏ।

ଏହି ରିସର୍ଚ୍ଚ ପରେ କିଛି ବୈଜ୍ଞାନିକ ଏହାକୁ ବିରୋଧ କରି ମଧ୍ୟ କିଛି ରିସର୍ଚ୍ଚ କରିଥିଲେ। ଯେଉଁଥିରେ ଅଣ୍ଡାର ସେବନ ହାନିକାରକ ବୋଲି କୁହାଯାଇଥିଲା।

Eggs

ଆଉ କଣ ମିଳେ ଫାଇଦା

ଯେଉଁ ପୁରୁଷ ଦୈନିକ ଅଣ୍ଡାର ସେବନ କରିଥାନ୍ତି ତାଙ୍କ ନିକଟରେ ରୋଗପ୍ରତିରୋଧକ କ୍ଷମତା ଅଧିକ ରହିଥାଏ। ଏହା ଶରୀରକୁ ବିଭିନ୍ନ ପ୍ରକାରର ଲାଭ ପହଞ୍ଚାଇଥାଏ। ତେବେ ଏହା ଡାଇବେଟିସକୁ ସଂପୂର୍ଣ୍ଣ ଶେଷ କରିନଥିଲେ ମଧ୍ୟ କିଛି ମାତ୍ରାରେ ତାହାର ପ୍ରଭାବକୁ କମ କରିଥାଏ।

boiled-eggs

ସପ୍ତାହକୁ କେତୋଟି ଅଣ୍ଡା ଖାଇବା ସୁରକ୍ଷିତ ?

ରିସର୍ଚ୍ଚ ଅନୁଯାୟୀ ସପ୍ତାହରେ ୩ଟି ଅଣ୍ଡାର ସେବନ ସଂପୂର୍ଣ୍ଣ ସୁରକ୍ଷିତ । ଏଥିସହ ଡାଏବେଟିସ୍ ରୋଗୀ ଅଣ୍ଡାକୁ ସିଝାଇ ତାହାର ସେବନ କରିପାରିବେ।

-ଦୈନିକ ୨ଟି ଅଣ୍ଡାକୁ ସିଝାଇ ଖାଇବା ଦ୍ବାରା ଶରୀରରୁ ବିଭିନ୍ନ ପ୍ରକାରର ରୋଗ ଦୂର ହୋଇଥାଏ। ଏହାକୁ ଜଳଖିଆ ଭାବେ ଖାଇଲେ ଶରୀରକୁ ଅଧିକ ପୋଷକ ମିଳିଥାଏ। ଏପରିକି ଜିମ୍ ଯାଉଥିବା ବ୍ୟକ୍ତି ଦୈନିକ କଞ୍ଚା କ୍ଷୀର ସହ ଅଣ୍ଡା ଖାଇବା ଶରୀର ପାଇଁ ଖୁବ ଲାଭ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button