ପ୍ରତ୍ୟେକ ଦିନ ସେବନ କରନ୍ତୁ ଭୃସଙ୍ଗ ପତ୍ର ଜୁସ୍, ଦୂର ହେବ ଅତ୍ୟଧିକ ମୋଟାପଣv

ଆଜିକାଲି ଅତ୍ୟଧିକ ମୋଟାପଣ ସମସ୍ୟା ଅଧିକାଂଶ ଲୋକମାନଙ୍କ ପାଖରେ ଦେଖାଯାଇଥାଏ । ଅଧିକାଂଶ ଓଜନ କାରଣରୁ ଆମ ଶରୀର ଖରାପ ଦେଖାଯିବା ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଇଥାଏ । ଏନେଇ ଓଜନ କମ କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଡାଏଟ୍ କରିଥାନ୍ତି । କିନ୍ତୁ କିଛି ଡାଏଟ୍ ଏଭଳି ରହିଥାଏ, ଯାହାଦ୍ୱାରା ଓଜନ କମ ହେବା କାରଣରୁ ଶରୀର ରୋଗାଗ୍ରସ୍ତ ହୋଇଯାଏ । ଏସବୁ କାରଣରୁ ଆପଣ ଜାଣିଛନ୍ତି କି ଆମ ରୋଷେଇ ଘରେ ଏପରି କିଛି ଜିନିଷ ରହିଛି, ଯାହାର ରସ ପ୍ରତ୍ୟେକ ଦିନ ପିଇବା ଦ୍ୱାରା ଖୁବ୍ ଶୀଘ୍ର ଓଜନ ହ୍ରାସ ପାଇଥାଏ । ତେବେ ଆସନ୍ତୁ ଜାଣିବା କ’ଣ ସେହି ଜିନିଷ ।
ଖାଦ୍ୟ ଜିନିଷରେ ଅଧିକାଂଶ ସମୟରେ ଭୃସଙ୍ଗ ପତ୍ର ବ୍ୟବହାର କରାଯାଇଥାଏ, ଯାହା ଖାଦ୍ୟର ସ୍ୱାଦ ବଢାଇଥାଏ । ଏହି ପତ୍ରର ରସକୁ ପ୍ରତ୍ୟେକ ଦିନ ସେବନ କରିବା ଦ୍ୱାରା ଶରୀର ଅତ୍ୟଧିକ ଚର୍ବି ବହୁତ ଜଲଦି କମ ହୋଇଥାଏ ।
ଜାଣନ୍ତୁ ଏହି ପତ୍ରର ରସ ସେବନ କରିବେ କିପରି:
ଭୃସଙ୍ଗ ପତ୍ରର ଡିଟକ୍ସ ପ୍ରସ୍ତୁତ କରିବା ପାଇଁ ଏହାର ୧୦ ରୁ ୧୫ଟି ପତ୍ରକୁ ନେଇ ଭଲଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ । ଏହାପରେ ଏହାକୁ ଏକ ଗ୍ଲାସ ପାଣିରେ ମିଶାନ୍ତୁ । ଏଥିରେ ଆପଣ ଧନିଆ ପତ୍ର କିମ୍ବା ପୋଦିନା ପତ୍ରର ମଧ୍ୟ ବ୍ୟବହାର କରିପାରିବେ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଜୁସ୍ । କିଛି ଦିନ ଏହାକୁ ନିୟମିତ ସେବନ କରିବା ଦ୍ୱାରା ଆପଣ ନିଜେ ଫରକ୍ ଅନୁଭବ କରିପାରିବେ ।
ଆପଣ ସକାଳର ଆରମ୍ଭ ମଧ୍ୟ ଭୃସଙ୍ଗ ପତ୍ର ଜୁସ୍ ରୁ କରିପାରିବେ । ଏହାଦ୍ୱାରା ଶରୀରକୁ ଉତ୍ତମ ମାତ୍ରାରେ କ୍ଲୋରୋଫିଲ ମିଳିଥାଏ । ପୁରା ଦିନ କାମ କରିବା ପାଇଁ ଶକ୍ତି ମିଳିଥାଏ । ଏହାବ୍ୟତୀତ ଯଦି ଆପଣଙ୍କର ଅପଚ ସମସ୍ୟା ରହିଥାଏ ତେବେ ଏହି ଜୁସ୍ ସେବନ କରନ୍ତୁ । କାରଣ ଭୃସଙ୍ଗ ପତ୍ର ଜୁସ୍ ଆମ ଶରୀରର ଟକ୍ସିନ ବାହାର କରିଥାଏ, ଯାହାଦ୍ୱାରା ଶରୀର ଭିତର ସଫା ରହିଥାଏ । ଏଥିସହ ପ୍ରତ୍ୟେକ ଦିନ ଏହି ଚୋବାଇ ଖାଇବା ଦ୍ୱାରା ମଧ୍ୟ ପେଟ ସଫା ରହିଥାଏ ।