ଜୀବନଶୈଳୀ

ଯେଉଁ ସ୍ତ୍ରୀର ପୂଜା ଘରେଥାଏ ଏହି ଗୋଟିଏ ଜିନିଷ,ସେଠାକୁ କେବେ ଆସେନାହିଁ ଦରିଦ୍ରତା !

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଭାରତୀୟ ସଂସ୍କୃତିରେ କିଛି ପୂଜା ନୀତି ଅନୁଯାୟୀ କରାଯାଇ ଥାଏ କିନ୍ତୁ ଯଦି ଏହା ନୀତି ଅନୁଯାୟୀ କରାଯାଇ ନଥାଏ ତେବେ ଆପଣଙ୍କର୍ କୌଣସି ଦୁଃଖ କଷ୍ଟ ଦୂର ହୋଇ ନଥାଏ ଏବଂ ମାନସିକ ଶାନ୍ତି ମଧ୍ୟ ମିଳି ନଥାଏ। ଆମ ଶାସ୍ତ୍ରରେ ପୂଜାରେ ବ୍ୟବହୃତ ସାମଗ୍ରୀର ବିଭିନ୍ନ ମହତ୍ଵ ରହିଛି। ଆଜି ଆମେ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣ ପୂଜାଘରେ କେଉଁ ସାମଗ୍ରୀ ରଖିଲେ ଶୁଭ ହୋଇଥାଏ କହିଥିଲେ ତାହା ବିଷୟରେ କହିବାକୁ ଯାଉଛୁ।

ଘରେ ଠାକୁର ଘର କେଉଁ କୋଣରେ ନିର୍ମିତ ଏବଂ ଏହା କେଉଁ ଦିଗକୁ ମୁଁହ କରିକି ଅଛି ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶାସ୍ତ୍ର ଅନୁସାରେ ଠାକୁର ଘର ସର୍ବଦା ଇସାଣ କୋଣ ଉତ୍ତର।ପୂର୍ବ ଦିଗରେ ହେବା ଉଚିତ। ଏବଂ ପୂଜା କରିବା ସମୟରେ ସର୍ବଦା ଧୁଆ ହୋଇଥିବା ବସ୍ତ୍ର ପିନ୍ଧିବା ଉଚିତ ଏବଂ ସକାଳ ଏବଂ ସନ୍ଧ୍ୟାରେ ଏକ ଦୀପ ସଦାବେଳେ ଜଳୁଥିବା ଉଚିତ। ଠାକୁରଙ୍କୁ ସଦାବେଳେ ଗାଧେଇକି କୁଙ୍କୁମ ଲାଗେଇକି ରଖିବା ଉଚିତ ଏବଂ ଠାକୁର ଘରକୁ ପରିଷ୍କାର ରଖିବା ଉଚିତ। ପ୍ରତେକ ଘରେ ନିୟମ ଅନୁଯାୟୀ ପୂଜା କରାଯାଏ କେବେ ସେହି ନିୟମ ଭଙ୍ଗନ୍ତୁନି ଏବଂ ଠାକୁରଙ୍କ ପାଖରେ ଭୋଗ।ଲାଗିବାକୁ ଥିବା ଭୋଗକୁ କେବେ ଅଇଁଠା କରନ୍ତୁ ନାହିଁ।

ଧୂପକାଠି ଏବଂ ଫୁଲକୁ କେବେ ସୁଙ୍ଘନ୍ତୁ ନାହିଁ ଏହା ଶାସ୍ତ୍ର ଦୃଷ୍ଟିରୁ ଖରାପ ହୋଇଥାଏ। ଘଣ୍ଟି ଏବଂ ସଙ୍ଖକୁ ଲୋକମାନେ ମନ ଇଚ୍ଛା ବଜାଇ ଥାନ୍ତି କିନ୍ତୁ ଶାସ୍ତ୍ରରେ ଏହାକୁ ବଜେଇବାକୁ କିଛି ନିୟମ ଅଛି ଯେପରିକି ଆଳତି ସମୟରେ କେବେଳ ଶଙ୍ଖ ଏବଂ ଘଣ୍ଟି ବଜେଇବା ଉଚିତ ଅଟେ। ଏଥିରୁ ବାହାରେ ଥିବା ନକରାତ୍ମକ ସଙ୍କ୍ତି ସକାରତ୍ମକ ଶକ୍ତି ଭାବେ ପରିଣତ ହୋଇଯାଏ। ବନ୍ଧୁଗଣ ଆମର ପୂଜାରେ କଲଷକୁ ମୁଖ୍ୟ ସ୍ତରରେ ରଖା ଯାଇଛି। ଯେକୌଣସି ପୂଜାରେ ବିନା କଳସ ସ୍ଥାପନାରେ ମଙ୍ଗଳ କାର୍ଯ୍ୟ କରାଯାଇ ପାରିବ ନାହିଁ। ପୂଜାରେ କଳସ ଭଗବାନ ଙ୍କୁ ଡିକିବା ପାଇଁ ବସାଯାଇଥାଏ।

ତମ୍ବା କଳସରେ ପାଣି ଭରିକି ରଖିବା ଦ୍ଵରା ଏହାର ପ୍ରଭାବ ଆମକୁ ଦ୍ଵଖିବାକୁ ମିଳିଥାଏ। କଳସରେ ସର୍ବଦା ପାଣି ସହ ଗଙ୍ଗା ଯାଳ ମିଶାନ୍ତୁ ଏବଂ ସେଥିରେ କୁଙ୍କୁମରେ ସ୍ୱସ୍ତିକ ଚିହ୍ନ କରନ୍ତୁ ଏବଂ କଲଷକୁ ସର୍ବଦା ଭଗବାନ ଙ୍କ ଡାହାଣ ପଟେ ରଖନ୍ତୁ। ଏବଂ ଭକ୍ତି ସହ ଏହାକୁ ମୁଣ୍ଡିଆ ମାରନ୍ତୁ ଏବଂ ଏଥିରେ ଥିବା ପାଣିକୁ ଘରେ ଛିଞ୍ଚି ଦିଅନ୍ତୁ ଏଥିରେ ଘରେ ସକାରତ୍ମକ ଶକ୍ତି ପ୍ରବାହିତ ହେବ। କଲଷକୁ ଶାନ୍ତିର ପ୍ରତୀକ ଭାବେ ବିବେଚନା କରାଯାଏ।।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button