ମନୋରଞ୍ଜନ

କେବେ ହେବ Mee Puch Puch, ଦେଖନ୍ତୁ ତାଙ୍କ ବାହାଘର କାର୍ଡ…

ବନ୍ଧୁଗଣ, ଆପଣ ମାନେ ସମସ୍ତେ ଖୁବ କିଛି ଦିନ ହେବ ନିଜର ଫନି ଭି-ଡି-ଓ ସବୁ କରି ଫେମସ ହୋଇଥିବା ମି ପୁଚପୁଚ ଅଥବା ଇତିକାଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ସୂଚନା ଅନୁଯାୟୀ ମି ପୁଚପୁଚଙ୍କ ବିବାହ ହେବାକୁ ଯାଉଛି । ଏହାକୁ ନେଇ ସେ ବହୁତ ଖୁସି ଥିବାର ନଜର ଆସିଛନ୍ତି ଏବଂ ଖୁସି ହେବେନି ବା କେମିତି ? ବିବାହ ସବୁ ଝିଅ ଙ୍କ ଜୀବନରେ ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ଅଟେ ।

ବର୍ତ୍ତମାନ ମି ପୁଚପୁଚ ଙ୍କ ବାହାଘର କାର୍ଡ ଛପା ସରିଲାଣି । ଏହାକୁ ନେଇ ସେ କହିଛନ୍ତି ଯେ ନିଜ ମନର ମଣିଷ କୁ ପାଇଥିବାରୁ ସେ ବହୁତ ଖୁସି ଅଛନ୍ତି । କିନ୍ତୁ ବିବାହ କୁ ନେଇ ତାଙ୍କୁ ବିଶେଷ ସୋ ଅଫ କରିବାକୁ ଭଲ ଲାଗେ ନାହିଁ । ପରିବାର ଲୋକଙ୍କ ଅନୁସାରେ ଯେଉଁଭଳି ଭାବରେ ନୀତି ନିୟମ କୁ ନେଇ ବିବାହ ହେବା କଥା ଠିକ ସେହିଭଳି ହେବ ।

ମି ପୁଚପୁଚ ଙ୍କ ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ ମି ଯାହାକୁ ବିବାହ କରିବାକୁ ଯାଉଛନ୍ତି ତାଙ୍କ ସ୍ଵଭାବ ବହୁତ ଭଲ । ବିବାହ ରେ ଇତିକା ଙ୍କ ସାଙ୍ଗସାଥି ତଥା ତାଙ୍କ ସାନ ଭାଇ ଭଉଣୀ ମାନେ ସବୁ ତାଙ୍କ ଭେଣେଇ ଶଢଙ୍ଗୀ ବାବୁ ଙ୍କ ଜୋତା ଲୁଚାଇବା ସହିତ ତାଙ୍କ ସହିତ ଖୁବ ମସ୍ତି କରିବେ ବୋଲି ବର୍ତ୍ତମାନ ଠାରୁ ପ୍ଲାନିଂ କରି ସାରିଲେଣି ।

ତେବେ ଫେବୃଆରି ମାସରେ ମି ପୁଚପୁଚ ଙ୍କ ବିବାହ ହେବ ବୋଲି କାର୍ଡ ରେ ଉଲ୍ଲେଖ ହୋଇଛି । ବିବାହ ପରେ ଇତିକା ଙ୍କ ସହିତ ଭି-ଡି-ଓ କରିବାକୁ ତାଙ୍କ ସାଙ୍ଗ ଙ୍କର ଟିକିଏ ପ୍ରୋବ୍ଲେମ ହେବ ବୋଲି କହିଛନ୍ତି । ମାତ୍ର କଟକ ରୁ ଭୁବନେଶ୍ଵର ଅଳ୍ପ ବାଟ ତେଣୁ ଡାକିଲେ ମଧ୍ୟ ମି ଙ୍କୁ ଶୁଭିବ ବୋଲି ତାଙ୍କ ସାଙ୍ଗ ଭାବୁକ ହୋଇ କହିଥିଲେ । ଇତିକା ଙ୍କ ବାହାଘର କାର୍ଡ ରେ ବିବାହ ର ସମସ୍ତ କାର୍ଯ୍ୟକ୍ରମ ସମ୍ବନ୍ଧରେ ଲେଖା ହୋଇଛି ।

ତେବେ ମି ପୁଚପୁଚ ଙ୍କୁ ଭଲ ପାଉଥିବା ଦର୍ଶକ ମାନେ ତାଙ୍କୁ ପଚାରୁଛନ୍ତି ଯେ ସେ କୁଆଡେ ବହୁତ ଶୁଖି ଯାଇଛନ୍ତି । ଏହାକୁ ନେଇ ମି କହିଥିଲେ ଯେ ଏହା ସବୁ ଝିଅ ମାନଙ୍କ ଜୀବନରେ ହୋଇଥାଏ ମୋ ଜୀବନରେ ମଧ୍ୟ ହେଉଛି । ଝିଅ ବାହାଘର ଯେହେତୁ ତେଣୁ ତାଙ୍କ ମୁଣ୍ଡରେ ମଧ୍ୟ କିଛି କିଛି ଦାଇତ୍ଵ ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button