ବିଚାର

ନିବସ୍ତ୍ର ହୋଇ ଗାଧୋଉଛନ୍ତି କି ? ତେବେ ଭୋଗି ପାରନ୍ତି ଏହି ଅସୁବିଧା

ଆଧୁନିକ ଯୁଗରେ ସ୍ନାନ କରିବାକୁ ନେଇ ବହୁତ ପରିବର୍ତ୍ତନ ଆସଛି। ପୁର୍ବରୁ ଲୋକମାନେ ଖୋଲାରେ, ନଦୀରେ ସ୍ନାନ କରିଥାନ୍ତି। ବର୍ତ୍ତମାନର ଆଧୁନିକ ଯୁଗରେ ସ୍ନାନ ଘର ତିଆରି କରୁଛନ୍ତି ଯାହା ସମ୍ପର୍ଣ୍ଣ ଭାବରେ ଗୋପନୀୟ ହୋଇ ରହିଥାଏ। ଆମ ମଧ୍ୟରୁ ଅଧିକାଂଶ ଲୋକ ସମ୍ପୁର୍ଣ୍ଣ କପଡା ଖୋଲିକି ସ୍ନାନ କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ପୁରାଣ ଶାସ୍ତ୍ରରେ ନିବସ୍ତ୍ର ହୋଇ ସ୍ନାନ କରିବାକୁ ବର୍ଜିତ ବୋଲି କୁହା ଯାଇଛି ଏବଂ ଏହା ସହିତ ଅନେକ କ୍ଷତି ବିଷୟରେ ମଧ୍ୟ କୁହାଯାଇଛି।

ନିବସ୍ତ୍ର ହୋଇ ଗାଧୋଇବାର କ୍ଷତି :

-ପୁରାଣ ଶାସ୍ତ୍ରରେ ଚୀର ହରଣ କଥା ଉଲ୍ଲେଖ କରାଯାଇ କୁହାଯାଇଛି ଯେ ଗୋପି ମାନେ ବସ୍ତ୍ର କାଢ଼ି ସ୍ନାନ କରିବାକୁ ପାଣିକୁ ଯାଇଥାନ୍ତି। ଭଗବାନ ଶ୍ରୀକ୍ରୁର୍ଷ୍ଣ ନିଜର ଲୀଳା ଦ୍ବାରା ବସ୍ତ୍ର ଚୋରାଇ ନେଇଯାଉଥିଲେ ଏବଂ ଯେତେବେଳେ ଗୋପୀ ମାନେ ବସ୍ତ୍ର ଖୋଜିଥାନ୍ତି ସେତେବେଳେ ତାଙ୍କୁ ମିଳିନଥାଏ।

bath time

-ଆକାଶରେ ଉଡୁଥିବା ପକ୍ଷୀ, ଭୂମିରେ ଥିବା ଜୀବ ମାନେ ଏବଂ ଜଳରେ ଥିବା ଜୀବ ମାନେ ମଧ୍ୟ ଆପଣଙ୍କୁ ନିବସ୍ତ୍ର ଅବସ୍ଥାରେ ଦେଖିଲେ। କେବଳ ଏତିକି ନୁହେଁ ଜଳରେ ଉଲଗ୍ନ ହୋଇ ସ୍ନାନ କରିବା ଦ୍ବାରା ଜଳ ରୂପରେ ଉପସ୍ଥିତ ଥିବା ବରୁଣ ଦେବତା ମଧ୍ୟ ଆପଣଙ୍କୁ ନଗ୍ନ ଅବସ୍ଥାରେ ଦେଖିଲେ। ଏମିତିରେ ବରୁଣ ଦେବତାଙ୍କୁ ଅପମାନ ହୋଇଥାଏ।

-ଏହା ଛଡା ଆପଣଙ୍କ ପୂର୍ବଜ ମାନେ ଆପଣଙ୍କ ଆଖପାଖରେ ରହିଥାନ୍ତି ଏବଂ ବସ୍ତ୍ରରୁ ପଡୁଥିବା ଜଳକୁ ସେମାନେ ଗ୍ରହଣ କରିଥାନ୍ତି, ଯାହା ଦ୍ବାରା ତାଙ୍କର ତ୍ରୁପ୍ତି ହୋଇଥାଏ। ଏମିତିରେ ଆପଣ ନିବସ୍ତ୍ର ହୋଇ ସ୍ନାନ କରିବା ଦ୍ବାରା ପିତ୍ରୁ ପୁରୁଷ ମାନେ ଅତ୍ରୁପ୍ତ ହୋଇ ରାଗି ଯାଇଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button