ଦେଶ ବିଦେଶ

ଆତଙ୍କବାଦୀଙ୍କ ମୃତ୍ୟୁକୁ ନେଇ କାନ୍ଦୁଛି ପାକ୍‌

ଇସଲାମାବାଦ: ଅପରେସନ ସିନ୍ଦୂରର ଆଶାତୀତ ସଫଳତା ପାକିସ୍ତାନର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ମାତ୍ର ୨୫ ମିନିଟ୍ ମଧ୍ୟରେ ଭାରତ ୨୪ଟି କ୍ଷେପଣାସ୍ତ୍ର ନିକ୍ଷେପ କରିବା ସହ ୯ଟି ଆତଙ୍କୀ ଶିବିରକୁ ଧ୍ୱଂସ କରିଥିବା ବେଳେ ଏବେ ପାକିସ୍ତାନର ରାଜନୈତିକ ବର୍ଗ ଏହି ଜବରଦସ୍ତ ଝଟ୍‌କାରେ ସ୍ତବ୍ଧ ହୋଇଯାଇଛନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରୀ ସଂସଦରେ ବିଷାକ୍ତ ବୟାନ ଦେଇ ଭାରତର   ଅପରେସନକୁ କାପୁରୁଷତାପୂର୍ଣ୍ଣ ଆକ୍ରମଣ ବୋଲି କହିଛନ୍ତି। ନ୍ୟାସନାଲ ଆସେମ୍‌ବ୍ଲିରେ ବିଲାୱଲ କହିଛନ୍ତି ଯେ ପାକିସ୍ତାନର ଜବାବ ଦେବାର ସମ୍ପୂର୍ଣ୍ଣ ଅଧିକାର ରହିଛି ଏବଂ ଭାରତ ଏଥିପାଇଁ ପ୍ରସ୍ତୁତ ରହିବା ଉଚିତ।

ସେ ପହଲଗାମ ଆକ୍ରମଣର ଅନ୍ତର୍ଜାତୀୟ ତଦନ୍ତ ପାଇଁ ଆହ୍ୱାନ ଦେଇ  କହିଛନ୍ତି ଯେ ଏହା ୨୦୦୩ ନୁହେଁ ଯେ ମୁସଲମାନଙ୍କୁ କୌଣସି କାରଣରୁ ଆତଙ୍କବାଦୀ କୁହାଯିବ। ବିଲାଵାଲଙ୍କ ଏଭଳି ହତାଶାପୂର୍ଣ୍ଣ ବୟାନ ଭାରତର  ସାମରିକ ଦକ୍ଷତାରୁ ସୃଷ୍ଟି ହୋଇଥିବା ଭୟର ପରିଣାମ ବୋଲି କୁହାଯାଉଛି। ଆତଙ୍କବାଦୀଙ୍କ ମୃତ୍ୟୁକୁ ନେଇ ବିଲାଵାଲ କହିଛନ୍ତି ଯେ ସେମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ଅନ୍ୟ ପକ୍ଷରେ ଜବାବୀ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପାକ୍‌ ସରକାରର ଘୋଷଣାକୁ ନେଇ ରାଜନୈତିକ ମତଭେଦ ତୀବ୍ର ହୋଇଛି। ଇତିମଧ୍ୟରେ ଭାରତ ଅନ୍ତର୍ଜାତୀୟ ସମୁଦାୟକୁ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ପାକିସ୍ତାନରେ ଯେଉଁଠି ବି ଆତଙ୍କବାଦୀ ଘାଟି ଅଛି, ଭାରତ ତାହାକୁ ଖୋଜି ନଷ୍ଟ କରିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button