ସ୍ୱାସ୍ଥ୍ୟ

ଡ୍ରିପ୍ରେସନରେ ହସିବା ଭୁଲିଯାଇଛି ଯୁବପୀଢି , ଦୈନନ୍ଦିନରେ ସାମିଲ କରନ୍ତୁ ଏଭଳି କିଛି ଅଭ୍ୟାସ

ବଦଳୁଛି ସମୟ ତା ସହ ବଦଳୁଛି ଯୁବପିଢୀ ଙ୍କ ସମସ୍ୟା । ବର୍ତ୍ତମାନର ପିଢୀ ଏଭଳି କିଛି ପରିସ୍ଥିତି ଦେଇ ଗତି କରୁଛି ଯାହା ନା ସେ କାହାକୁ କହିବାକୁ ଚାହୁଁଛି ନା ନିଜ ଭିତରେ ଲୁଚେଇ ରଖିପାରୁଛି । ଏଭଳି ସ୍ଥିତିରେ ଧିରେ ଧିରେ ଡିପ୍ରେସନ ଆଡକୁ ଗତିକରୁଛି ଆମ ଜେନେରେସନ୍ ବା ପୀଢି । ଏହା ସହ ସେ ଖୁସି ହେବା ବି ଭୁଲିଯାଇଛି ।

ତେବେ ନିଜକୁ ବଦଳାଇବା ପାଇଁ ନିଜ ଦୈନନ୍ଦିନ ଅଭ୍ୟାସରେ ସାମିଲ କରନ୍ତୁ କିଛି ଏଭଳି ଅଭ୍ୟାସ । ଯାହା ଦ୍ୱାରା ଆପଣ ନିଜ ବ୍ୟସ୍ତବହୁଳ ଜୀବନରେ ବି ଖୁସି ରହିପାରିବେ ।

ପ୍ରଥମେ ଲୋକମାନଙ୍କ ଧ୍ୟାନ ରଖିବା ଅପେକ୍ଷା ନିଜର ଧ୍ୟାନ ରଖ । ଏମିତି କିଛି କର ଯାହା ଦ୍ୱାରା ତୁମ ମନ ଖୁସି ରହିବ ।
ଆଖପାଖ ଲୋକମାନଙ୍କ ଅପେକ୍ଷା ନିଜକୁ ଗୁରୁତ୍ୱ ଦିଅ ।

ଖୁସି ରହିବା ପାଇଁ ଚିନ୍ତାକୁ ନିଜ ଜୀବନରୁ ଦୂରେଇ ରଖନ୍ତୁ ।ଏହା ସହ ମେଡିଟେସନ ମଧ୍ୟ ଡେଲି କରନ୍ତୁ ।

ଅନେକ ଲୋକ ନିଜର ତୁଳନା ଅନ୍ୟମାନଙ୍କ ସହ କରିଥାନ୍ତି । ଆଉ ଏହା ଜୀବନର ସବୁଠୁ ବଡ ମୁର୍ଖାମୀ । ସମସ୍ତଙ୍କ ଲକ୍ଷ ,ତରିକା ଏବଂ ପରିସ୍ଥିତି ଅଲଗା । ତେଣୁ ନିଜକୁ ଅନ୍ୟମାନଙ୍କ ସହ ତୁଳନା କରିବା ବନ୍ଦ କରି କେବଳ ନିଜ ପ୍ରତି ଧ୍ୟାନ ଦିଅ ।

କାମରୁ ସମୟ ମିଳିଲେ ପାର୍କ ଯାଇ ଘ।ସରେ ଖାଲିପାଦରେଚ।ଲନ୍ତୁ ।

ଝିଅ ମାନେ ନିଜକୁ ଟିକେ ମେଣ୍ଟେନ୍ କରନ୍ତୁ । ନିଜ ମନ ମୁତାବକ୍ ମେକଅପ୍ କରନ୍ତୁ ନିଜ ପାଇଁକିଛି ସପିଂ କରନ୍ତୁ ଅବା ଯାହା ତୁମକୁ ଖୁସି ଦେବ ସେସବୁ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button