ସ୍ୱାସ୍ଥ୍ୟ

ଥଣ୍ଡା ପାଇଁ ନାକରୁ ପାଣି ଗଡୁଛି କି? ତେବେ ଏହି ଉପାୟ ମିନିଟରେ କରିବ କାମ

ଋତୁ ପରିବର୍ତ୍ତନ ବେଳେ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ନିହାତି ଜରୁରୀ ହୋଇଥାଏ, ନଚେତ ଜ୍ୱର ଏବଂ ନାକରୁ ପାଣି ଗଡିବା ସମସ୍ୟା ଆପଣଙ୍କୁ ଚିନ୍ତାରେ ପକାଇଦିଏ। ଖାସ୍‌ କରି ପିଲାମାନଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖାଯାଏ। ଥଣ୍ଡା ହେଲେ ନାକରୁ ପାଣି ଗଡେ ଆଉ ଏମିତି ଲଗାତର ପାଣି ଗଡିଲେ କୌଣସି କାମ କରିବାକୁ ଇଚ୍ଛା ହୋଇନଥାଏ ଏବଂ ସଂକ୍ରମଣ ହେବା କାରଣରୁ ଏହା ଦ୍ୱାରା ଅନ୍ୟ ରୋଗ ହେବାର ମଧ୍ୟ ଆଶଙ୍କା ରହିଥାଏ। ଏଥିପାଇଁ ଜରୁରୀ ଯେ ଠିକ୍‌ ସମୟରେ ଏହାର ଉପଚାର କରିବା ଏବଂ ଏହାଠାରୁ ତୁରନ୍ତ ମୁକ୍ତି ପାଇବା। ଆଉ ଯଦି ବାହାରେ ବର୍ଷା ହେଉଛି ଆପଣ ଔଷଧ ଆଣିବାକୁ ଯାଇପାରୁନାହାନ୍ତି ତେବେ କିଛି ବ୍ୟସ୍ତ ହୁଅନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ ଏକ ଏମିତି ଘରୋଇ ଉପଚାର ବିଷୟରେ ଜଣାଇବୁ ଯାହା ସାହାଯ୍ୟରେ ଆପଣ ବହୁଥିବା ନାକରୁ ମିନିଟ ମଧ୍ୟରେ ମୁକ୍ତି ପାଇବେ। ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ଏବଂ କେମିତି କରିବେ ପ୍ରସ୍ତୁତ ।

CHILD1ଦରକାର ସାମଗ୍ରୀ

-ଲାଲ ପିଆଜ

-ମହୁ

-ଏକ ପାତ୍ର

ଔଷଧ ବନାଇବାର ଉପାୟ

-ସର୍ବ ପ୍ରଥମେ ଲାଲ ରଙ୍ଗର ପିଆଜକୁ କାଟି ଦିଅନ୍ତୁ।

-ଏବେ ପିଆଜର ଖଣ୍ଡକୁ ନେଇ ମହୁରେ ଭଲଭାବେ ବୁଡାଇ ଦିଅନ୍ତୁ।

-ପିଆଜରେ ମହୁ ଲଗାଇ ରଖିଥିବା ଏହି ଖଣ୍ଡକୁ ଫ୍ରିଜରେ ରାତି ସାରା ରଖନ୍ତୁ।

cold

-ସକାଳୁ ଏହାକୁ ଫ୍ରିଜରୁ ବାହାର କରିଦିଅନ୍ତୁ

-ଅଧ ଘଣ୍ଟା ପରେ ଯେତେବେଳେ ପିଆଜର ତାପମାନ ସାମାନ୍ୟ ହୋଇଯିବ, ସେତେବେଳେ ଏହାକୁ ଖାଇ ଦିଅନ୍ତୁ ଏବଂ ପାତ୍ରରେ ଲାଗିଥିବା ବଳକା ମହୁକୁ ବି ଖାଇ ଦିଅନ୍ତୁ।

-ଗୋଟିଏ ଥର ପ୍ରୟୋଗୋ ଦେଖିବେ ନାକରୁ ପାଣି ଗଡିବା ଏବଂ ଥଣ୍ଡା ସମସ୍ୟାରୁ ମୁକ୍ତି ମିଳିବା ସହିତ ଆରାମ ଲାଗିବ।

ଉପାୟକୁ ପ୍ରୟୋଗ କରିବା ବେଳେ ଏପରି ରୁହନ୍ତୁ ସାବଧାନ

କଟା ହୋଇଥିବା ପିଆଜକୁ ଖୋଲା ଛାଡିବା ଦ୍ୱାରା ଏଥିରେ ବ୍ୟାକ୍ଟେରିଆ ଜମିଯାଇଥାଏ ଏଥିପାଇଁ କେବେବି ପ୍ରଥମରୁ କିମ୍ବା ଆଗରୁ କାଟି ରଖିଥିବା ପିଆଜର ବ୍ୟବହାର କରନ୍ତୁ ନାହିଁ। ଏହି ଘରୋଇ ଉପାୟକୁ ପ୍ରସ୍ତୁତ କରିବା ପାଇଁ ପିଆଜକୁ କାଟିବାର ତୁରନ୍ତ ପରେ ପାତ୍ରରେ ଘୋଡାଇ ରଖିଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button