ସ୍ୱାସ୍ଥ୍ୟ

କେବଳ ସ୍ବାସ୍ଥ୍ୟ ନୁହେଁ ତ୍ବଚା ପାଇଁ ମଧ୍ୟ ଲାଭଦାୟକ ଗୁଜୁରାତି, ଏହାର ପେଷ୍ଟ ଦେଇଥାଏ ବ୍ରଣ ମୁକ୍ତ ତ୍ବଚା

ଅଧିକାଂଶ ଲୋକମାନେ ଗୁଜୁରାତି ଚା ପିଇବା ପାଇଁ ପସନ୍ଦ କରିଥାନ୍ତି। ଏହାର ବାସ୍ନାରେ ହିଁ ଚା ପିଇବା ପାଇଁ ଇଛା ହୋଇଥାଏ। ଗୁଜୁରାତି ଖାଦ୍ୟକୁ ସ୍ବାଦିଷ୍ଟ କରିବା ସହ ଏଥିରେ ଅନେକ ସୌନ୍ଦର୍ଯ୍ୟ ଗୁଣ ମଧ୍ୟ ରହିଥାଏ। ଏହାକୁ ସେବନ କରିବା ଦ୍ବାରା ଅନେକ ଲାଭ ହୋଇଥାଏ। ଗୁଜୁରାତି କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ ବରଂ ତ୍ବଚା ପାଇଁ ମଧ୍ୟ ଲାଭକାରୀ ହୋଇଥାଏ। ଏହାକୁ କସମେଟିକ୍ ରୂପେ ବ୍ୟବହାର କଲେ ତ୍ବଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଯାଏ। ତ୍ବଚାରେ ବ୍ରଣ ବା କଳା ଦାଗ ହୋଇଥିଲେ କିମ୍ବା ଓଠ ଫାଟିଥିଲେ ଗୁଜୁରାତିର ଘରୋଇ ଉପଚାରରେ ଆପଣଙ୍କର ଏହି ସମସ୍ୟା ଦୂର କରିପାରିବେ। ଜାଣନ୍ତୁ ଏହି ଛୋଟ ଗୁଜୁରାତି କିପରି ଆପଣଙ୍କ ତ୍ବଚା ପାଇଁ ଲାଭକାରୀ ହୋଇଥାଏ।

ତ୍ବଚାର ରଙ୍ଗ ବଢାଇଥାଏ

glowing skinଗୁଜୁରାତିର ଥିବା ମଞ୍ଜିରେ ଶରୀର ଡିଟକ୍ସନ ହୋଇଥାଏ। ଏଥିରେ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ରହିଥାଏ। ଯାହା ତ୍ବଚାର ଏଲର୍ଜି ଦୂର କରିବାରେ ସାହାଯ୍ୟ କରିଥାଏ। ଗୁଜୁରାତି ଖାଇବା ଦ୍ବାରା ଶରୀରରେ ଥିବା ଟକ୍ସିନ୍ ବାହାରକୁ ଚାଲିଯାଇଥାଏ ଏବଂ ତ୍ବଚାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଆସିଥାଏ। ସେହିପରି ଅନେକ ଲୋକମାନଙ୍କର ଥଣ୍ଡା ବା ଗରମ ସମୟ ପରିବର୍ତ୍ତନରେ ଓଠ ଫାଟିଥାଏ। ଯଦି ଆପଣଙ୍କ ଓଠ ମଧ୍ୟ ଫାଟୁଥାଏ ତେବେ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ। ଏହି ସମୟରେ ଆପଣ ଗୁଜୁରାତିକୁ ଗୁଣ୍ଡ କରି ଏହାକୁ ଲହୁଣି ସହ ମିଶାଇ ଦିନରେ ଦୁଇ ଥର ଓଠରେ ଲଗାନ୍ତୁ। ଏପରି କରିବା ଦ୍ବାରା ଓଠ ଫାଟିବା ବନ୍ଦ ହେବା ସହ ଏକ ସପ୍ତାହ ମଧ୍ୟରେ ଆପଣଙ୍କ ଓଠ ସୁନ୍ଦର ହୋଇଯିବ।

ଭଲ ନିଦ ହୋଇଥାଏ

gujuratiଯଦି ଆପଣ ପୂରା ଦିନ କାମ କରିବା ପରେ ମଧ୍ୟ ରାତିରେ ଠିକ ଭାବେ ନିଦ ହୋଇନଥାଏ ତେବେ ଆପଣ ରାତିରେ ଶୋଇବା ସମୟରେ ଗୁଜୁରାତି ଖାଆନ୍ତୁ ବା ଏହାକୁ ସୁଙ୍ଘନ୍ତୁ। ଆପଣ ଚାହିଁଲେ ମଧ୍ୟ କ୍ଷୀରରେ ମିଶାଇ ସେବନ କରିପାରିବେ। ଏପରି କରିବା ଦ୍ବାରା ଆପଣଙ୍କୁ ଭଲ ନିଦ ହୋଇଥାଏ। ଗୁଜୁରାତି ଆପଣଙ୍କ ଶରୀରର ଶିରା-ପ୍ରସିରାକୁ ଆରାମ ଦେବା ସହ ଚିନ୍ତା ଦୂର କରିଥାଏ। ସୁସ୍ଥ ତ୍ବଚା ପାଇଁ ଭଲ ନିଦ ଆବଶ୍ୟକ ହୋଇଥାଏ। ଯଦି ଆପଣ ରାତିରେ ଭଲ ନିଦ ଶୋଇଥାନ୍ତି ତେବେ ତ୍ବଚାରେ ସୌନ୍ଦର୍ଯ୍ୟ ଦେଖିପାରିବେ।

ପ୍ରସ୍ତୁତି ପ୍ରଣାଳି

Cardamom1

ଏହି ପେଷ୍ଟ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ୧ ଚାମଚ ଗୁଜୁରାତି ପାଉଡରରେ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ। ଗୁଜୁରାତିରେ ଆଣ୍ଟି-ବ୍ୟାକ୍ଟେିଆ ଗୁଣ ରହିଥିବାରୁ ତ୍ବଚା ସଫା ହୋଇଯାଇଥାଏ। ଆପଣ ଏହି ପେଷ୍ଟକୁ ତ୍ବଚାରେ ଲଗାଇ ଗୋଟେ ରାତି ରଖିବା ପରେ ଥଣ୍ଡା ପାଣିରେ ଭଲ ଭାବେ ମୁହଁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ତ୍ବଚାରୁ ନାଲି ଅଂଶ ଦୂର ହେବା ସହ ତ୍ବଚା ସୁସ୍ଥ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button