ସ୍ୱାସ୍ଥ୍ୟ

ରିସର୍ଚ୍ଚ: ଅଧିକ Heat Wave କାରଣରୁ ଡ୍ୟାମେଜ ହେଉଛି ଲିଭର ଓ କିଡନୀ

ବର୍ତ୍ତମାନ ସାରା ବିଶ୍ୱର ଗୋଟିଏ ଅସୁବିଧା ହେଉଛି ଗ୍ଲୋବାଲ ୱାର୍ମିଙ୍ଗ, ଯାହାକି ପୃଥିବୀର ଜଳବାୟୁକୁ ସଙ୍କଟରେ ପକାଉଛି। ବର୍ତ୍ତମାନ ପୃଥିବୀ ପୃଷ୍ଠରେ ତାପମାତ୍ରା ବଢ଼ିବାରେ ଲାଗିଛି।

ମେ ମାସରେ ଯେଉଁ ତାପମାତ୍ରା ବୃଦ୍ଧି ହେଉଛି ଘରେ ରହି ହେଉନାହିଁ କିମ୍ବା ବାହାରକୁ ମଧ୍ୟ ବାହାରିବା ମୁସ୍କିଲ। ଅତ୍ୟଧିକ ଝାଳ ବୋହିବା କାରଣରୁ ଶରୀର ଡି -ହାଇଡ୍ରେଟର ମଧ୍ୟ ଶିକାର ହେଉଛି। ଏପରି ସ୍ଥିତିରେ ଶରୀରର ବିଭିନ୍ନ ଅର୍ଗାନ ନଷ୍ଟ ହେବାର ମଧ୍ୟ ସମ୍ଭାବନା ଅଧିକ ରହୁଛି।

ହିଟ୍ ୱେଭ କାରଣରୁ ନଷ୍ଟ ହୋଇପାରେ ଶରୀରର ଏହିସବୁ ଅଙ୍ଗ-

ଶରୀରରେ ଜଳୀୟ ଅଂଶ କମିବା କାରଣରୁ ଆମର ଡିହାଇଡ୍ରେସନର ଶିକାର ହୋଇଥାଉ। ଯେତେବେଳେ ଶରୀରରେ ଜଳୀୟ ଅଂଶ ହ୍ରାସ ହୋଇଥାଏ ସେତେବେଳେ ଶରୀରର ପାଣି ସହିତ ଅନେକ ଜରୁରୀ ମିନେରାଲ୍ସ ଓ ଭିଟାମିନ ମଧ୍ୟ କମି ଯାଇଥାଏ।

ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଯେପରିକି କିଡନୀ, ହାର୍ଟ ଓ ଲଙ୍ଗସ ମଧ୍ୟ ଡ୍ୟାମେଜ ହୋଇ ଯାଇଥାଏ।

୧. ଜଳବାୟୁରେ ବର୍ଦ୍ଧିତ ଉତ୍ତାପ କାରଣରୁ ଶରୀର ଡିହାଇଡ୍ରେସନର ଶିକାର ହୋଇଥାଏ, ଯେଉଁ କାରଣରୁ କିଡନୀ ଡ୍ୟାମେଜ ହେବାକୁ ଲାଗିଥାଏ। ଯେଉଁ ଲୋକ ମାନଙ୍କର କିଡନୀରେ ଷ୍ଟୋନ୍ ସମସ୍ୟା ରହିଥାଏ ଏହା ଅଧିକ ଉତ୍ତାପ ବୃଦ୍ଧି ଯୋଗୁଁ ସମସ୍ୟାର କାରଣ ହୋଇଥାଏ।

୨. ଶରୀରର ଟେମ୍ପରେଚରକୁ ରେଗୁଲେଟ କରିବା ପାଇଁ ଶରୀରରେ ବ୍ଲଡ଼କୁ ପମ୍ପ କରିବା ସବୁଠୁ ଜରୁରୀ। ଯେଉଁ କାର୍ଯ୍ୟ ଟି ହାର୍ଟ କରିଥାଏ। ଯାହାର ଖରାପ ପ୍ରଭାବ ହାର୍ଟ ଉପରେ ପଡ଼ିଥାଏ।

୩. ଜଳବାୟୁରେ ଯଦି ଅଧିକ ପଲ୍ୟୁସନ ସମସ୍ୟା ରହିଥାଏ ତେବେ ଏହା ଆସ୍ଥମା ରୋଗୀଙ୍କ ପାଇଁ ବିପଦପୂର୍ଣ୍ଣ। ଯେତେବେଳେ ଜଳବାୟୁର କ୍ୱାଲିଟି ଖରାପ ରହିଥାଏ ଏହାର ସିଧା ପ୍ରଭାବ ଫୁସଫୁସ ଉପରେ ପଡ଼ିଥାଏ।

୪. ଗରମର ଖରାପ ପ୍ରଭାବ ପାଚନ ଶକ୍ତି ଉପରେ ପଡ଼ିଥାଏ, ଅଧିକ ଗରମ କାରଣରୁ ପେଟ ମଧ୍ୟ ଗରମ ହୋଇଯାଇ ଥାଏ, ଏବଂ ଡ଼ାଇଜେଷ୍ଟିଭ ସିଷ୍ଟମ ମଧ୍ୟ ପ୍ରଭାବିତ ହୋଇଥାଏ।

୫. ଜଳବାୟୁରେ ତାପମାତ୍ରା ବୃଦ୍ଧି ହେଉଥିଲେ ଅଧିକ ପରିମାଣରେ ଜଳ ସେବନ କରିବା ଜରୁରୀ, ଏବଂ ଏହି ସମୟରେ ମଦ୍ୟପାନ ଠାରୁ ଦୁରେଇ ରୁହନ୍ତୁ, ଏବଂ ଅତ୍ୟଧିକ ମସଲା ଯୁକ୍ତ ଖାଦ୍ୟ ଖାଇବାରୁ ମଧ୍ୟ ଦୁରେଇ ରୁହନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button