ଦେଶ ବିଦେଶ

ନିୟମିତ ଲେମ୍ବୁ ପାଣି ସହ କଳା ଲୁଣ ମିଶାଇ ପିଅନ୍ତୁ, ଲକ୍ଷ୍ୟ କରନ୍ତୁ କେମିତି ଖୁବ କମ ଦିନରେ କମୁଛି ଆପଣଙ୍କ ୱେଟ

ଓଜନ ହ୍ରାସ କରିବା ପାଇଁ ନିୟମିତ ବ୍ୟାୟାମ ସହ ଡାଏଟ ହେଉଛି ସର୍ବୋତ୍କୃଷ୍ଟ ମାଧ୍ୟମ । ଏହା ସହ କିଛି ଖାଦ୍ୟ ବି ଶରୀରର ମେଟାବୋଲିସମ ବଢ଼ାଇବାରେ ବିଶେଷ ସହାୟକ ହୋଇଥାଏ । ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଛିଯେ, ଲେମ୍ବୁ ପାଣି ସହ କଳା ଲୁଣର ସେବନ ଓଜନ କମାଇବାରେ ଏକ ବିଶେଷ ଭୂମିକା ନିଭେଇଥାଏ । ସକାଳ ସମୟରେ ଖାଲି ପେଟରେ ନଖ ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ ପେଟର ଚର୍ବି ଅନେକ ମାତ୍ରାରେ କମିଯାଏ । ଆଉ ମଧ୍ୟରେ ଲେମ୍ବୁରେ ଭିଟାମିନ ସି, ଆଣ୍ଟିଆକ୍ସିଡେଣ୍ଟ, ମିନେରାଲ୍ସ ପ୍ରଚୁର ମାତ୍ରାରେ ଥିବା ବେଳେ ଏଥିରେ କ୍ୟାଲୋରୀ ଖୁବ ପରିମାଣରେ ଥାଏ । ଆଉ କଳା ଲୁଣରେ ଥିବା ନ୍ୟାଚୁରାଲ ମିନେରାଲ୍ସ ଶରୀରର ଆକ୍ଟିଭିଟିଜ ମଧ୍ୟ ବଢ଼ାଇ ଥାଏ ।

lemon drink

ଏହା ସହ ବ୍ଲଡ଼ ପ୍ରେସର କଣ୍ଟ୍ରୋଲ କରିବା ସହ କୋଲେଷ୍ଟେରଲ କାମ କରିବା ସହ ବ୍ଲଡ଼କ୍ଳଟିଙ୍ଗ ମଧ୍ୟ କମ କରିଥାଏ । ଏହା ସହ ଏହି ପାଣି ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ପେଟର ବାୱେଲ ମୁଭମେଣ୍ଟ ମଧ୍ୟ ବୃଦ୍ଧି କରିଥାଏ । ଏହା ସହ ଶରୀରର ପିଏଚକୁ ମଧ୍ୟ ବାଲାନ୍ସ କରିଥାଏ । ଯାହାକି ଏସିଡ଼ିଟି, ତ୍ୱଚା ସମ୍ବନ୍ଧୀୟ ସମସ୍ୟା, ଓଷ୍ଟିଓ ପୋରୋସିସ, ଆର୍ଥଇରୀଟିସ ସମସ୍ୟାକୁ କମାଇ ପାରେ । ଏହା ସହ ଖାଦ୍ୟରୁ ନ୍ୟୁଟ୍ରିଏଣ୍ଟସ ଗୁଡିକୁ ଆବାଜରବ କରିବାରେ ବି ଏହା ବିଶେଷ ସହାୟକ ହେବ । ମନେରଖିବେ ଯଦି ଆପଣଙ୍କ ଶରୀରର ହଜମ କ୍ରିୟା ଠିକ ନାହିଁ । ତେବେ ଆପଣଙ୍କ ଓଜନ ବଢି ଚାଲିବ ସିନା କେବେ କମିବ ନାହିଁ ।

ସକାଳୁ ଏକ ଗ୍ଲାସ ଉଷୁମ ପାଣିରେ ୨ ଛୋଟ ଚାମଚ ଲେମ୍ବୁ ରସ ମିଶାନ୍ତୁ । ଏହା ସହ ଏକ ଚୁଟକୀ ଲୁଣ ମିଶାନ୍ତୁ । ଏହାକୁ ଭଲ ଭାବରେ ଗୋଳାଇ ନିଅନ୍ତୁ । ଏହି ଡ୍ରିଙ୍କ ଆପଣ ସକାଳ ସମୟରେ ଅଥବା ମିଲ ପରେ ନେଇ ପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button