ସ୍ୱାସ୍ଥ୍ୟ

ରାତିରେ ବାରମ୍ବାର ପରିସ୍ରା ଉଠୁଥିଲେ ହୋଇପାରେ ଏହି ଗମ୍ଭୀର ରୋଗ, ଆପଣ ବି ଜାଣି ରଖନ୍ତୁ

କ’ଣ ଆପଣଙ୍କୁ ବି ରାତିରେ ବାରମ୍ବାର ପରିସ୍ରା ଲାଗୁଛି? ପ୍ରତି ୨ ଘଣ୍ଟାରେ ଥରେ ଆପଣ ପରିସ୍ରା ଉଠୁଛନ୍ତି କି? ତା’ହେଲେ ଜାଣି ରଖନ୍ତୁ ଏହି ଖାସ୍ କଥା। ରାତିରେ ବାରମ୍ବାର ପରିସ୍ରା ଉଠିବାରେ ନିଦ ମଧ୍ୟ ଭାଙ୍ଗିଥାଏ। ଅନେକ ଲୋକ ଏହି କଥାକୁ ସାମାନ୍ୟ ବୋଲି ଭାବି ଥାଆନ୍ତି। କିନ୍ତୁ ସେମିତି ଆଦୌ ଭାବନ୍ତୁ ନାହିଁ। ଆପଣଙ୍କୁ ଯଦି ବାରମ୍ବାର ପରିସ୍ରା ଲାଗୁଥାଏ, ତା’ହେଲେ ଜାଣି ରଖନ୍ତୁ ଏହା କୌଣସି ଗମ୍ଭୀର ରୋଗ ଆଡ଼କୁ ଈଶାରା କରୁଛି।

ବିଶେଷଜ୍ଞମାନଙ୍କ କହିବା ହେଲା, ଯଦି ଆପଣ ଦୁଇରୁ ଅଧିକ ଥର ପରିସ୍ରା ପାଇଁ ଉଠୁଥାଆନ୍ତି, ତା’ହେଲେ ଏହା ଡାଇବେଟିଜ୍‌, ବ୍ଲଡ୍ ପ୍ରେସର, ପ୍ରୋଟେଷ୍ଟ କ୍ୟାନସର ଆଡ଼କୁ ଗତି କରିପାରେ।

ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଖାଦ୍ୟପେୟରେ ପରିବର୍ତ୍ତନ ଆଣିବାକୁ ହେବ। ରାତିରେ କିଡ୍‌ନୀରେ ବହୁତ ଅଧିକ ତରଳ ପଦାର୍ଥ ବାହାରିଥାଏ, ଯେଉଁ କାରଣରୁ ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ।

ଗର୍ଭବତୀ ମହିଳାଙ୍କୁ ମଧ୍ୟ ରାତିରେ ବାରମ୍ବାର ବାଥ୍‌ରୁମ୍ ଯିବାକୁ ପଡ଼ିଥାଏ। ଏହାର ସବୁଠାରୁ ବଡ଼ କାରଣ ହେଲା, ପ୍ରେଗନାନ୍ସି ସମୟରେ ୟୁରେଟର ବଡ଼ ହେବାରେ ଲାଗିଥାଏ। ଏଥିଯୋଗୁ ବ୍ଲେଣ୍ଡର ଉପରେ ଚାପ ପଡ଼ିଥାଏ।

ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଥାଆନ୍ତି, ତା’ହେଲେ ରାତିରେ ତରଳ ପଦାର୍ଥ କମ୍ ଖାଆନ୍ତୁ। ଏହାଛଡ଼ା ମସଲାଯୁକ୍ତ ଖାଦ୍ୟ, ଅଲ୍‌କହଲ, ଚା’ ଆଦି ସେବନ କରିବାଠାରୁ ଦୂରେଇ ରୁହନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button