ସ୍ୱାସ୍ଥ୍ୟ
ସବୁବେଳେ ଏକାକୀ ରହୁଥିଲେ ସାବଧାନ: WHO

ଆଜିକାଲି ଏକାକୀ ରହିବାକୁ ଅନେକ ଲୋକ ପସନ୍ଦ କରିଛନ୍ତି। ଏହା ଏଥିପାଇଁ ଘଟୁଛି କାହିଁକି ନା ଲୋକ ମାନଙ୍କର ଧାରଣା ରହିଛି ସେମାନେ ନିଜକୁ ସମୟ ଦେଇ ପାରୁଛନ୍ତି, ଏବଂ ଏହାଦ୍ୱାରା ସେମାନଙ୍କ କ୍ରିଏଟିଭିଟି ଭଲ ହେଉଛି। ଯଦି ଆପଣ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ତେବେ ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ। କାହିଁକି ନା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିସର୍ଚ୍ଚ କହୁଛି ଆବଶ୍ୟକତା ଠାରୁ ଅଧିକ ଏକାକୀ ରହିବା ଆପଣଙ୍କୁ ବିଷମ ସମସ୍ୟାର ସମୁଖୀନ କରାଇପାରେ।
ତେବେ ଆସନ୍ତୁ ଜାଣିବା କଣ କହୁଛି ରିସର୍ଚ୍ଚ :
- WHOର ରିସର୍ଚ୍ଚରେ କୁହାଯାଇଛି ଯେ, ଏକାକୀ ରହିବ ସମସ୍ୟା ଦୁନିଆରେ ଦ୍ରୁତ ବେଗରେ ବୃଦ୍ଧି ପାଉଛି। ଏବଂ ଭାରତ ମଧ୍ୟ ଏହି ତାଲିକାରେ ସାମିଲ ରହିଛି। ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗୋଟିଏ ମହାମାରୀ ବୋଲି କୁହାଯାଇଛି। କିଛି ସମୟ ପାଇଁ ଏକାକୀ ରହିବ ଦ୍ୱାରା ମନକୁ ସାମାନ୍ୟ ଶାନ୍ତି ମିଳିପାରେ କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବା ଦ୍ୱାରା ଆପଣ ଡିପ୍ରେସନର ଶିକାର ହୋଇପାରନ୍ତି। ଏହାଦ୍ୱାରା ଆତ୍ମହତ୍ୟା ଭଳି ବିଚାର ମନକୁ ଆସିପାରେ।
- WHO ପକ୍ଷରୁ କୁହାଯାଇଛି ଯେ ଏକାକୀ ରହିବା ସିଗାରେଟ ସେବନ ସହିତ ସମାନ। ଏହା ଗୋଟିଏ ଦିନରେ ୧୫ଟି ସିଗାରେଟ ସେବନ ସହିତ ସମାନ। ଏବଂ ସେତିକି ମାତ୍ରାରେ ଶରୀରକୁ କ୍ଷତି କରିଥାଏ। ଏକାକୀ ରହିବ ଦ୍ୱାରା ଡ଼ାଈମେନ୍ସିଆ ଭଳି ରୋଗର ବିପଦ ୫୦ ପ୍ରତିଶତ ପର୍ଯ୍ୟନ୍ତ ବଢି ଯାଇଥାଏ।
- ଏହି ଅଧ୍ୟୟନରେ କୁହାଯାଇଛି ଯେ ଏକାକୀ ରହିବା ଦ୍ୱାରା ମଣିଷ ସାମାଜିକ ହେବାକୁ ଇଛା କରି ନ ଥାଏ, ଏବଂ ତା ମଧ୍ୟରେ ଚିଡିଚିଡା ଭାବି ବୃଦ୍ଧି ହୋଇଥାଏ। ଯାହାକି ଅନେକ ପ୍ରକାର ଶାରୀରିକ ସମସ୍ୟା ଆଡକୁ ଟାଣି ନେଇଥାଏ। ଯେପରିକି ଉଚ୍ଚ ରକ୍ତଚାପ, ଟାଇପ 2 ମଧୁମେହ, ହାର୍ଟ ସମସ୍ୟା ଇତ୍ୟାଦି।
- କେବଳ ଶାରୀରିକ ଦୃଷ୍ଟିରୁ ନୁହେଁ ମାନସିକ ଦୃଷ୍ଟିରୁ ମଧ୍ୟ ଏକାକୀ ରହିବା ପ୍ରଭାବିତ କରିଥାଏ, ଯେପରିକି ମଣିଷ ମଧ୍ୟରେ ସହନଶୀଳତା ହ୍ରାସ ପାଇଥାଏ, ସାମାନ୍ୟ କଥାରେ ଅଧର୍ଯ୍ୟ ହୋଇ ଯାଇଥାଏ, ଅହଂକାର ବୃଦ୍ଧି ହୋଇଥାଏ, ଇମୋସନାଲ ହୋଇନଥାଏ, ଇତ୍ୟାଦି। ସମୟ ବଢିବା ସହ ଏହିସବୁ କାରଣ ମଣିଷର ମୃତ୍ୟୁର କାରଣ ହୋଇଥାଏ।
ଅନ୍ୟମାନଙ୍କୁ ଜଣାନ୍ତୁ।