ଦେଶ ବିଦେଶ

ନିୟନ୍ତ୍ରଣ ରେଖା ରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ; ପ୍ରତିବାଦ କଲା ଭାରତ

ପୁଞ୍ଚ୍‌: ବୁଧବାର ସନ୍ଧ୍ୟାରେ ଜମ୍ମୁ ଓ କଶ୍ମୀରର ପୁଞ୍ଚ ଜିଲ୍ଲାର ମେନ୍ଧାର ସେକ୍ଟରରେ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ। ପାକିସ୍ତାନୀ ସେନା ବିନା କାରଣରେ ଗୁଳିଚାଳନା କରିବାରୁ ‘ବହୁତ କ୍ଷତି’ ହୋଇଛି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ପାକିସ୍ତାନୀମାନେ ପ୍ରାୟ ୧୦ ରୁ ୧୫ ରାଉଣ୍ଡ ଗୁଳି ଚାଳନା କରିଥିଲେ। ତେବେ ସେମାନେ ପ୍ରଥମେ ଗୁଳିଚାଳନା କରିବା ପରେ ଯାହାର ଜବାବ ପରବର୍ତ୍ତୀ ସମୟରେ ଭାରତୀୟ ସେନା ଦେଇଛି ବୋଲି ସୂତ୍ରରୁ ଜାଣିବାକୁ ମିଳିଛି।

ତେବେ ପାକିସ୍ତାନର କେତେ କ୍ଷୟକ୍ଷତି ହୋଇଛି ଜଣାନପଡ଼ିଥିଲେ ବି ଶତ୍ରୁ ସେନା ଅନେକ କ୍ଷତି ସହିଛି ବୋଲି ଅଧିକାରୀମାନେ କହିଛନ୍ତି।

ଜମ୍ମୁ ଜିଲ୍ଲାର ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ବିସ୍ଫୋରଣରେ ଜଣେ କ୍ୟାପ୍ଟେନଙ୍କ ସମେତ ଦୁଇ ଜଣ ଭାରତୀୟ ସେନା କର୍ମଚାରୀଙ୍କ ମୃତ୍ୟୁ ହେବାର ଗୋଟିଏ ଦିନ ପରେ କୃଷ୍ଣା ଘାଟି ସେକ୍ଟରରେ ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button