ଦେଶ ବିଦେଶ

ସ୍ତ୍ରୀ ର ଏହି ୩ ଟି ଅଭ୍ୟାସ ସ୍ୱାମୀ ଙ୍କୁ କରିଥାଏ କୋଟିପତି- Ajira Anuchinta

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ସ୍ତ୍ରୀ ମାନଙ୍କର ଏଭଳି କିଛି ଅଭ୍ୟାସ ସମ୍ବନ୍ଧରେ କହିବୁ ଯାହାଦ୍ୱାରା ସ୍ୱାମୀ କୋଟିପତି ହୋଇଥାନ୍ତି। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ପ୍ରତ୍ୟେକ ପୁରୁଷ ଏବଂ ନାରୀ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ତାଙ୍କ ଭାଗ୍ୟ ପରସ୍ପର ଙ୍କ ସହ ଯୋଡି ହୋଇଯାଏ। ବିବାହ ପରେ ସ୍ୱାମୀ ଏବଂ ସ୍ତ୍ରୀ ଉଭୟ ଗୋଟିଏ ବନ୍ଧନରେ ବାନ୍ଧି ହୋଇ ଯାଆନ୍ତି। ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ରେ ଉଲ୍ଲେଖନୀୟ ରହିଛି ଯେ, ସ୍ତ୍ରୀ ର ପ୍ରତ୍ୟେକ କାର୍ଯ୍ୟ ର ଫଳ ସ୍ୱାମୀ କୁ ଭୋଗ କରିବାକୁ ପଡ଼ିଥାଏ।

ତେବେ ଯଦି ସ୍ତ୍ରୀ ନିଜର ଖରାପ ଅଭ୍ୟାସ କୁ ବଦଳାଇ ନଥାଏ ତେବେ ଏହାର କୁପରିଣତି ସ୍ୱାମୀ କୁ ଭୋଗ କରିବାକୁ ପଡ଼ିଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ପ୍ରତ୍ୟେକ ସ୍ତ୍ରୀ ଙ୍କ କିଛି ଏଭଳି ଅଭ୍ୟାସ ସମ୍ବନ୍ଧରେ କହିବୁ ଯାହା ଦ୍ୱାରା ତାଙ୍କ ସ୍ୱାମୀ ଙ୍କ ଭାଗ୍ୟ ଖୋଲିଯାଇଥାଏ ଏବଂ ଭବିଷ୍ୟତରେ ସେ କୋଟିପତି ହୋଇଥାନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ଅଭ୍ୟାସ ଟି ହେଉଛି ‘ଶଯ୍ୟାତ୍ୟାଗ’। ବନ୍ଧୁଗଣ ଯେଉଁ ସ୍ତ୍ରୀ ପ୍ରତ୍ୟେକ ଦିନ ସୂର୍ଯୋଦାୟ ପୂର୍ବରୁ ଶଯ୍ୟା ତ୍ୟାଗ କରି ନିଜର ନିତ୍ୟକର୍ମ ସାରିଥାଏ ଏବଂ ଘର କାମ ଏବଂ ସ୍ୱାମୀ ର ସେବା ରେ ଲାଗିଥାଏ ସେହି ସ୍ତ୍ରୀ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାଏ। ପ୍ରତ୍ୟେକ ସ୍ତ୍ରୀ ର ଏହି ଅଭ୍ୟାସ ଦ୍ଵାରା ସ୍ୱାମୀ ଙ୍କ ଭାଗ୍ୟ ବଦଳି ଯାଇଥାଏ ଏବଂ ଘର ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଥାଏ। ଏପରି କରିବା ଦ୍ୱାରା ସେହି ଘରେ ସର୍ବଦା ମାତା ଲକ୍ଷ୍ମୀ ବାସ କରନ୍ତି ଏବଂ ସେହି ଘରେ ସୁଖ ସମୃଦ୍ଧି ସ୍ଥାପନ ହୁଏ ଏବଂ ଆର୍ଥିକ ସ୍ଥିତି ସବଳ ହୋଇଥାଏ।

୨. ବନ୍ଧୁଗଣ ଦ୍ବିତୀୟ ଅଭ୍ୟାସ ଟି ହେଉଛି, ‘କ୍ରୋଧିତ ନହେବା’। ବନ୍ଧୁଗଣ ବର୍ତ୍ତମାନ ସମୟରେ ସ୍ତ୍ରୀ ମାନେ ନିଜ ସ୍ୱାମୀ ଙ୍କ ସହ ପ୍ରାୟତଃ ଝଗଡ଼ା କରିଥାନ୍ତି ଏବଂ ରାଗିଥାନ୍ତି। କିନ୍ତୁ ଯେଉଁ ସ୍ତ୍ରୀ ସ୍ୱାମୀ ର କୌଣସି କଥାରେ ରାଗି ନଥାଏ ଏବଂ ସମସ୍ତ କଥାକୁ ସହିଥାଏ,କେବେବି ସ୍ୱାମୀ ର କଥା କୁ ଅବମାନନା କରି ନଥାଏ ଏବଂ ଏହା ସହିତ କେବେବି କଳି ଝଗଡ଼ା ରେ ଲିପ୍ତ ରୁହନ୍ତି ନାହିଁ ସେହି ସ୍ତ୍ରୀ ମାନଙ୍କର ସ୍ୱାମୀଙ୍କ ଭାଗ୍ୟ ବହୁତ ଶୀଘ୍ର ପରିବର୍ତ୍ତନ ହୋଇଥାଏ।

୩. ବନ୍ଧୁଗଣ ତୃତୀୟ ଅଭ୍ୟାସ ଟି ହେଉଛି, ‘ଆୟ ଦେଖି ବ୍ୟୟ କରିବା’। ବନ୍ଧୁଗଣ ପ୍ରତ୍ୟେକ ସ୍ତ୍ରୀ ନିଜ ସ୍ୱାମୀ ଙ୍କ ଠାରୁ କିଛି ନା କିଛି ଆଶା ନିଶ୍ଚିତ ଭାବରେ ରଖିଥାନ୍ତି ଏବଂ ଯଦି ତାଙ୍କ ସ୍ବାମୀ ସେହି ଆଶାକୁ ପୂରଣ କରିବାରେ ସକ୍ଷମ ହୁଅନ୍ତି ନାହିଁ ତେବେ ତାଙ୍କ ସ୍ତ୍ରୀ ଅସନ୍ତୁଷ୍ଟ ହୁଅନ୍ତି ଏବଂ ସ୍ୱାମୀ ଙ୍କ ସହ ଝଗଡ଼ା କରନ୍ତି। କିନ୍ତୁ ବନ୍ଧୁଗଣ ଯେଉଁ ସ୍ତ୍ରୀ ସର୍ବଦା ନିଜ ଇଚ୍ଛା କୁ ମାରି ନିଜ ସ୍ୱାମୀ ର ଆୟ ଦେଖି ଖର୍ଚ୍ଚ କରିଥାଏ ଏବଂ ଅଳ୍ପ ରେ ହିଁ ସନ୍ତୁଷ୍ଟ ହୋଇଥାଏ ସେହି ସ୍ତ୍ରୀ ମାନଙ୍କର ସ୍ୱାମୀ ଙ୍କ ଭାଗ୍ୟ ଖୁବ ଶୀଘ୍ର ପରିବର୍ତ୍ତନ ହୋଇଥାଏ ଏବଂ ସେ ବହୁତ ଶୀଘ୍ର ଧନବାନ ହୋଇଥାନ୍ତି।

ତେବେ ବନ୍ଧୁଗଣ ପ୍ରତ୍ୟେକ ସ୍ତ୍ରୀ ର ଏହି ୩ଟି ଅଭ୍ୟାସ ତାଙ୍କ ସ୍ୱାମୀ ର ଭାଗ୍ୟ କୁ ପରିବର୍ତ୍ତନ କରିଥାଏ ଏବଂ ଏହି ଅଭ୍ୟାସ ଦ୍ଵାରା ତାଙ୍କ ସ୍ୱାମୀ ଖୁବ ଶୀଘ୍ର ଧନବାନ ହୁଅନ୍ତି। ଏହି ସ୍ତ୍ରୀ ମାନଙ୍କର ସ୍ୱାମୀ ଭବିଷ୍ୟତ ରେ କୋଟିପତି ହେବାର ବହୁତ ସମ୍ଭାବନା ରହିଛି। ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button