ଦେଶ ବିଦେଶ

ଶିଶୁର ଥକ୍କାପଣ ଦୂର କରେ ବାଦାମ ତେଲ ମାଲିସ, ଅନେକ ସମସ୍ୟା ହେବ ଦୂର

ନିଜର ଶିଶୁ ପାଇଁ ସବୁବେଳେ ଚିନ୍ତାରେ ରହିଥାନ୍ତି ବାପା ମା’। ଖାସ୍‌ କରି ଛୋଟ ଶିଶୁଙ୍କୁ ନେଇ। ନବଜାତ ଶିଶୁ ଠାରୁ ଆରମ୍ଭ କରି ତିନି ବର୍ଷ ପର୍ଯ୍ୟନ୍ତ ବାପା ମା’ ଶିଶୁର ଅଧିକ ଦେଖାଶୁଣା କରନ୍ତି। ଏମିତିରେ ପିଲାର ସ୍ୱାସ୍ଥ୍ୟକୁ ଭଲଭାବେ ଯତ୍ନ ନେବା ସହ ସାବଧାନତା ଅବଲମ୍ବନ କରିବା ଉଚିତ। ଏହାସହିତ ତେଲ ମାଲିସକୁ ନେଇ ମଧ୍ୟ ଧ୍ୟାନ ଦେବା ଉଚିତ। ଏମିତିରେ ବଜାରରେ ଅନେକ ପ୍ରକାର ତେଲ ମିଳିଥାଏ। କିନ୍ତୁ ପିଲାର ମାଲିସ କରିବା ପାଇଁ ବାଦାମ ତେଲ ବହୁତ ଫାଇଦା ଦେଇଥାଏ। ବାଦାମ ତେଲ ମାଲିସ କରିବା ଦ୍ୱାରା ପିଲାଙ୍କ ତ୍ୱଚା ମୁଲାୟମ ଏବଂ ନମନୀୟ ହେବା ସହିତ ଅନ୍ୟ ଶାରୀରିକ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ବାଦାମ ତେଲ ପ୍ରତିଦିନ ଶିଶୁର ସ୍କିନରେ ମାଲିସ କରିବା ଦ୍ୱାରା ଥକ୍କାପଣ ଦୂର ହେବା ସହିତ ଭଲ ନିଦ୍ରା ମଧ୍ୟ ହୋଇଥାଏ। ଏଥିରେ ଭିଟାମିନ ଡି, ପୋଟାସିୟମ ଏବଂ କ୍ୟାଲସିୟମ ଭରପୂର ରହିଥାଏ। ତେଣୁ ପିଲାଙ୍କୁ ନିୟମିତ ଭାବେ ବାଦାମ ତେଲରେ ମାଲିସ କରିବା ଉଚିତ।

almond

ବାଦାମ ତେଲରେ ଭିଟାମିନ ଏ, ଭିଟାମିନ ବି, ଭିଟାମିନ ଇ ଭରପୂର ରହିଥାଏ। ତେଣୁ ଏହା ସ୍କିନ ପାଇଁ ଭଲ ହୋଇଥାଏ। ତେଲ ନିୟମିତ ମାଲିସ କରିବା ଦ୍ୱାରା ବ୍ଲଡ ସର୍କୁଲେସନ ଭଲ ହୋଇଥାଏ। ଏହାସହିତ ମାଂସପେଶୀକୁ ମଧ୍ୟ ଆରାମ ମିଳିଥାଏ।

ଶିଶୁର ମୁଣ୍ଡରେ ପ୍ରତିଦିନ ବାଦାମ ତେଲ ମାଲିସ କରନ୍ତୁ। ଏଥିରେ ଭିଟାମିନ ଇ, ପୋଟାସିୟମ, ଓମେଗା-୩, ଫ୍ୟାଟ ଏସିଡ ଏବଂ ମ୍ୟାଗ୍ନେସିୟମ ଭରପୂର ମାତ୍ରାରେ ଥାଏ। ଶିଶୁର କେଶ ଝଡିବା ସମସ୍ୟା ମଧ୍ୟଦୂର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button