ଦେଶ ବିଦେଶ

ହାତ ପାପୁଲିରେ ବାହାରୁଛି କି ଚର୍ମ, ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ପ୍ରାୟ ସମୟରେ ଋତୁ ପରିବର୍ତ୍ତନ ଯୋଗୁଁ ଲୋକଙ୍କର ହାତର ପାପୁଲିରେ ଚମଡା ବାହାରିଥାଏ। ସମୟ ଭିତରେ ଏହାର ଯତ୍ନ ନ ନିଆଯାଏ ତେବେ ଏହା ଭୟଙ୍କର ରୂପ ମଧ୍ୟ ନେଇପାରେ। ଏଥିରେ କୌଣସି ପ୍ରକାରର ଯନ୍ତ୍ରଣା ହୋଇନଥାଏ। କିନ୍ତୁ ଲୋକଙ୍କୁ ଏଥି ଯୋଗୁଁ କାମ କରିବାକୁ ଅସୁବିଧା ହୋଇଥାଏ। ତେବେ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ।

ଗରମ ପାଣି

ସବୁବେଳେ ଉଷୁମ ପାଣିରେ ୧୦ ମିନିଟ ପର‌୍ୟ୍ୟନ୍ତ ନିଜର ହାତକୁ ବୁଡାଇ ରଖନ୍ତୁ। ଆପଣ ଏଥିରେ ମହୁ ଏବଂ ଲେମ୍ବୁର ରସ ମଧ୍ୟ ମିଶାଇ ପାରିବେ। ଏମିତି କରିବା ଦ୍ବାରା ଆପଣଙ୍କ ହାତର ଚର୍ମ ନରମ ହେବା ସହିତ ଶୁଷ୍କ ହେବା ବନ୍ଦ ହୋଇଯିବ।

teaଭିଟାମିନ ଇ ଯୁକ୍ତ ତେଲ 

ଚର୍ମ ଛାଡିବାରୁ ମୁକ୍ତି ପାଇବା ପାଇଁ ଆପର ଭିଟାମିନ-ଇ ଯୁକ୍ତ ତେଲର ବ୍ୟବହାର ମଧ୍ୟ କରିପାରିବେ। ଏହି ତେଲକୁ ପ୍ରତ୍ୟେକ ଦିନ ମାଲିସ କରିବା ଦ୍ବାରା ଆପଣଙ୍କୁ ଆରାମ ମିଳିବ।

ଓଟ୍ସ 

oatsଗୋଟିଏ ପାତ୍ରରେ ଉଷୁମ ପାଣିରେ କିଛି ଓଟ୍ସ ଭିଜାଇ ରଖନ୍ତୁ। କିଛି ସମୟ ପରେ ଯେତେବେଳେ ଓଟ୍ସ ମୁଲାୟମ ହୋଇଗଲା ପରେ ଏଥିରେ ୧୦-୧୫ ମିନିଟ ପର‌୍ୟ୍ୟନ୍ତ ହାତକୁ ବୁଡାଇ ରଖନ୍ତୁ। ଏହା ପରେ ଆପଣ ହାତକୁ ସଫା ପାଣିରେ ଧୋଇ ଦିଅନ୍ତୁ। ଏହା ପରେ ହାତରେ ସାମାନ୍ୟ ମଶ୍ଚରାଇଜର ଲଗାଇ ଦିଅନ୍ତୁ।

ଆଲୋଭେରା ଜେଲ୍ 

ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ଛାଲି ହୋଇ ଯାଇଥିବା ହାତରେ ଆଲୋଭେରା ଜେଲ ଦ୍ବାରା ମାଲିସ କରନ୍ତୁ ଏବଂ ସକାଳୁ ଉଠି ନିଜ ହାତକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହା ପରେ ହାତରେ ମଶ୍ଚରାଇଜର ଲଗାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button