ଓଡିଶା

ଆଇଓସିଏଲ୍ ପାଇପ୍ ଫାଟି ବୋହିଗଲା ଅଶୋଧିତ ତୈଳ: ଚୋରି ବେଳେ ଅଘଟଣ ସନ୍ଦେହ

ଗତସିଂହପୁର: ପାରାଦୀପ ନେହରୁ ବଙ୍ଗଳା ରାସ୍ତାରେ ଆଇଓସିଏଲର ତେଲ ପାଇପ୍ ଲାଇନ୍ ଫାଟି ଯାଇଛି। ଫଳରେ ବିପୁଳ ପରିମାଣର ଅଶୋଧିତ ତୈଳ ବୋହି ଯାଇଛି। ଫଳରେ ନିକଟରେ ପ୍ରବାହିତ କାଉଡ଼ିଆ ନଦୀ ଓ ହେନ୍ତାଳ ବଣ କ୍ଷତିଗ୍ରସ୍ତ ହୋଇଛି। ନଦୀରେ ତେଲ ମିଶିବାରୁ ମାଛ ପାଇଁ ବିପଦ ସୃଷ୍ଟି ହୋଇଛି। କେହି ଦୁର୍ବୃତ୍ତ ତେଲ ଚୋରି କରିବା ସମୟରେ ଏଭଳି ଘଟିଥିବା ସନ୍ଦେହ କରାଯାଉଛି।

ଖବରପାଇ ମେରାଇନ ଥାନା ପୁଲିସ, ଆଇଓସିଏଲ୍ ଅଧିକାରୀ, ଇଞ୍ଜିନିୟର ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।

ନଦୀରେ ମିଶିଲା, ମାଛ ପାଇଁ ବିପଦ
ଚୋରି ବେଳେ ଅଘଟଣ ସନ୍ଦେହ

ସୂଚନା ଅନୁସାରେ, ଅଠରବାଙ୍କୀରୁ ନେହରୁ ବଙ୍ଗଳା ରାସ୍ତାରେ ଏହି ଅଶୋଧିତ ତେଲ ପାଇପ୍ ଲାଇନ୍ ଯାଇଛି। ଅନେକ ସମୟରେ ନଦୀରେ ଡଙ୍ଗାରେ ଆସି ଦୁର୍ବୃତ୍ତମାନେ ପାଇପ୍ କଣା କରି ସେଥିରୁ ପ୍ଲାଷ୍ଟିକ ଜାରକିନ୍ ଯୋଗେ ତେଲ ଚୋରି କରି ଫେରାର ହୋଇଯାଉଛନ୍ତି। ଦୁର୍ବୃତ୍ତ ତେଲ ଚୋରି କରି ସାରି ତାହାକୁ ମରାମତି କରିବା ସମୟରେ ଫାଟି ଯାଇ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। କାରଣ ଯେଉଁ ସ୍ଥାନରେ ପାଇପ୍ଲାଇନ୍ ଫାଟି ଯାଇଛି ସେହି ସ୍ଥାନରେ ପ୍ଲାଷ୍ଟିକ ଜାରକିନ୍ ପଡ଼ିଥିବା ଦେଖିବାକୁ ମିଳିଛି। ବଡ଼ କଥା ହେଲା ସୁରକ୍ଷାକର୍ମୀ ଥାଇ ମଧ୍ୟ କିପରି ତେଲ ଚୋରି ହେଉଛି ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଖବରପାଇ ଆଇଓସିଏଲ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ଏ ନେଇ ମେରାଇନ୍ ଥାନାରେ ଏତଲା ଦିଆଯିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ଏହି ଘଟଣା ନୂଆ ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ତେଲ ଓ ଅଶୋଧିତ ତେଲ ଚୋରି ହେବାର ନଜିର୍ ରହିଛି। ଏହା ପଛରେ ଏକ ବିଧିବଦ୍ଧ ରୢାକେଟ୍ କାମ କରୁଛି। ପୂରା ଗ୍ୟାଙ୍ଗ୍କୁ ଧରିବା ପୁଲିସ ପାଇଁ ଏବେ ଚ୍ୟାଲେଞ୍ଜ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button