ଦେଶ ବିଦେଶ

ପିଏମଙ୍କ ଉପରେ ବିବିସି ଡକୁମେଣ୍ଟରୀ ଉପରେ କେନ୍ଦ୍ରର ପ୍ରହାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି ବିବିସି କରିଥିବା ଡକୁମେଣ୍ଟରୀ ସେୟାର ଉପରେ କେନ୍ଦ୍ର ସରକାରଙ୍କ କଡା ପଦକ୍ଷେପ। ବିବିସି ଡକୁମେଣ୍ଟରୀ ସେୟାର କରୁଥିବା ଟ୍ବିଟ ବ୍ଲକ କରିବାକୁ ଆଦେଶ ଦେଇଛି ସରକାର। ଏହି ଡକୁମେଣ୍ଟରୀର ୟୁଟ୍ୟୁବ ଲିଙ୍କ ଯେଉଁ ଟ୍ବିଟ ଜରିଆରେ ସେୟାର କରାଯାଇଛି, ସେସବୁକୁ ବ୍ଲକ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଉପରେ ବିବିସି ପକ୍ଷରୁ ହୋଇଥିବା ଏହି ଡକୁମେଣ୍ଟରୀକୁ ବ୍ଲକ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ।

ସୂତ୍ର ମୁତାବକ, ମନ୍ତ୍ରଣାଳୟ ଆଦେଶ ଦେଇଛି କି, ବିବିସି ଡକୁମେଣ୍ଟରୀର ପ୍ରଥମ ଏପିସୋଡ ୟୁଟ୍ୟୁବରେ ସେୟାର କରାଯାଇଥିବା ସମସ୍ତ ଭିଡିଓକୁ ବ୍ଲକ କରାଯାଉ। ଟ୍ବିଟରକୁ ବିବିସିର ଡକୁମେଣ୍ଟ୍ରୀ ଇଣ୍ଡିଆ: ଦ ମୋଦି କ୍ବେଶ୍ଚିନର ୟୁଟ୍ୟୁବ ଭିଡିଓ ଲିଙ୍କ ଥିବା ୫୦ରୁ ଅଧିକ ଟ୍ବିଟକୁ ବ୍ଲକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଏନେଇ ଶୁକ୍ରବାର ସୂଚନା ଓ ପ୍ରସାରଣ  ମନ୍ତ୍ରଣାଳୟ ସଚିବଙ୍କ ତରଫରୁ ଆଇଟି ନିୟମ ୨୦୨୧ ଅନ୍ତର୍ଗତ ଜରୁରୀକାଳୀନ କ୍ଷମତାର ଉପଯୋଗ କରାଯାଇ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା। ଉଭୟ ୟୁଟ୍ୟୁବ ଓ ଟ୍ବିଟର  ଏହି ନିର୍ଦ୍ଦେଶକୁ ଅନୁପାଳନ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button