ଦେଶ ବିଦେଶ

ଝିଅ ର କଲେଜ ଯିବା କୁ କହିଲେ ଗାଁ ର ଇଜ୍ଜତ ର ଅସମ୍ମାନ ଏବଂ ନିବସ୍ତ୍ର କରି ମାରିଲେ ଝିଅ କୁ ମାଡ

ଦରଭଂଗା : ଆଜି ଆମେ ଜହ୍ନ ଏବଂ ତାରା କୁ ଯାଇ ପାରୁଛୁ, କିନ୍ତୁ ଭାରତ ର କିଛି ଅଞ୍ଚଳ ଆଜି ଭି ସାମାଜିକ ଅନ୍ଧ ବିଶ୍ଵାସ ସହ ଜଡିତ ଅଛନ୍ତି। ଏପଟେ ପ୍ରଧାନ ମନ୍ତ୍ରୀ ମୋଦୀ ଝିଅମାନଙ୍କ ଶିକ୍ଷା ପାଇଁ ବେଶୀ ଧ୍ୟାନ ଦେବା ପାଇଁ କହୁଛନ୍ତି, କିନ୍ତୁ ସେଠାରେ ହିଁ କିଛି ଲୋକ ଏହାକୁ ଇଜତ ସହ ଖେଳ ବୋଲି ମାନୁଛନ୍ତି। ଅସଦ ବ୍ୟବହାର ର ବିରୋଧ କରିବାରୁ ଗାଁ ର କିଛି ଗୁଣ୍ଡା ମାନେ ଏକ ଷଡଯନ୍ତ୍ର କରିଥିଲେ। ଝିଅ ଙ୍କ କଲେଜ କୁ ସେମାନେ ଗାଁ ର ଇଜତ ସହ ଖେଳୁଛନ୍ତି ବୋଲି କହି ଗାଁ ଲୋକମାନଙ୍କୁ ଭ୍ଡ଼କାଇଥିଲେ ।

ପଞ୍ଚାୟତ ର ଆଦେଶ ଅନୁସାରେ ଲୋକ ମାନେ ମିଶିକରୀ ଝିଅକୁ ନିର୍ବସ୍ତ୍ର କଲେ, ତାହା ପରେ ତାକୁ ପିଟିବାକୁ ଲାଗିଲେ । ଏହି ଘଟଣା ବିହାର ର ଦରଭଂଗା ଜିଲ୍ଲା ର ବିରୌଲ ଥାନା ର ଏକ ଗାଁ ର ଅଟେ । ବିଏ ପାର୍ଟ ୨ ରେ ପଢୁଥିବା ଝିଅ ର ନିଜ ସମୁଦାୟ ର ଲୋକ ତାକୁ କଲେଜ ଯିବା ପାଇଁ ମନା କରିଥିଲେ । ଯେତେବେଳେ ସେ କଲେଜ ଯିବା ଜାରି ରଖିଲା ସେଠୁ ଗ୍ରାମ ଲୋକମାନେ ମିଶିକରି ତାକୁ ନିର୍ବସ୍ତ୍ର କାଲେ ଏବଂ ମାରିଲେ । ଝିଅକୁ ବଞ୍ଚାଇବାକୁ ଯାଇ ଥିବା ବାପାକୁ ବି ଲୋକ ମାନେ ଛାଡିଲେ ନାହିଁ ।

 

ଥାନାରେ ଏଫଆଇଆର ଲେଖିବାକୁ ମନାକଲେ :

ଯେତେବେଳେ ପୀଡିତା ଏହାର ଅଭିଯୋଗ ନେଇ ସ୍ଥାନୀୟ ଥାନା ରେ ପହଞ୍ଚିଲେ ତ ସେଠାରେ ତାଙ୍କ କଥା କେହି ଶୁଣିଲେଣି । ତାହା ପରେ ଏସପି ସତ୍ୟବିର ସିଂହଙ୍କ କହିବା ଦ୍ଵାରା ଏହି ଘଟଣା ର ଏଫଆଇଆର ଗ୍ରହଣ କରାଗଲା । ଏଫଆଇଆର ର ଅନୁସାରେ ଝଅଟି ଉପରେ ଗାଁ ର ଅଶୋକ ରାମ, ରାଧେଶ୍ୟାମ ରାମ ଏବଂ ମୋନଜ ରାମ ବାରମ୍ବାର ଅଶ୍ଳୀଳ ବ୍ୟବହାର କରୁଥିଲେ । ଯେତେବେଳେ ସେ ଏମାନଙ୍କୁ ବିରୋଧ କରୁଥିଲା ତେବେ ସେମାନେ ତାକୁ କଲେଜ ଯିବା ପାଇଁ ଅଟକାଉଥିଲେ।

 

ପୀଡିତା କହିଲା କି ସମସ୍ତଙ୍କ ସାମ୍ନାରେ ତାହାର କପଡା ଓଲ୍ହାଇ ପିଟିଲେ, ପିଟିବା ଭିତରେ ବାପା ବଞ୍ଚାଇ ବାକୁ ଯାଇ ମଧ୍ୟ ମାଡଖାଇଥିଲେ । ଯେତେବେଳେ ଗୁରୁବାର ଦିନ ଏସପି ସହ ଦେଖା କରି ସେ ଘଟଣା ର ସତ୍ୟତା କହିଲା ପରେ ଅଶୋକ ରାମ, ରାଧେଶ୍ୟାମ ରାମ, ମୋନଜ ରାମ, ମନୀଷ ରାମ, ଦୀପକ ରାମ, ରାଜନ ରାମ, ସହିତ 13 ଜଣ ଲୋକଙ୍କ ବିରୁଦ୍ଧରେ ଏଫଆଇଆର ଲେଖାଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button