ଆମେରିକାର ଫାର୍ମାସ୍ୟୁଟିକଲ କମ୍ପାନୀର ଦାବା ଖୁବ ଶୀଘ୍ର ଆସୁଛି କରୋନା ଠିକ କରିବାର ଟୀକା, କିନ୍ତୁ…

କରୋନା ଭାଇରସର ଟୀକା ଆଶା ଠାରୁ ଅଧିକ ଶୀଘ୍ର ଆସିବାକୁ ଯାଉଛି, ଆମେରିକାରେ ସ୍ଥିତ ଫାର୍ମାସ୍ୟୁଟିକଲ କମ୍ପାନୀ କିଛି ସମୟ ଧରି ଏହା ଉପରେ କାମ କରିଚାଲିଛନ୍ତି । ଏହି କମ୍ପାନୀ ସୋମବାର ଦିନ ଘୋଷଣା କରିଛନ୍ତି ଯେ କରୋନା ପାଇଁ ଭ୍ୟାକ୍ସିନ ଖୁବ ଶୀଘ୍ର ଆସିଯିବ, ଏହି ବର୍ଷ ଗ୍ରୀଷ୍ମ ରିତୁ ସମୟ ପର୍ଯ୍ୟନ୍ତ ସୀମିତ ମାତ୍ରା ରେ ବନେଇବା ପାଇଁ ସଫଳ ହୋଇବେ, କମ୍ପାନୀ ସୋମବାର ଦିନ ୟୁଏସ ସିକ୍ୟୁରିଟି ଏଣ୍ଡ ଏକ୍ସଚେଞ୍ଜ କମିଶନ କୁ ଏହା ସମ୍ବନ୍ଧ ରେ ଡିଶକ୍ଳୋଜର ରିପୋର୍ଟ ଦେଇ ଥିଲୁ ।
କମର୍ସିୟଲ ଅନୁଯାଇ ଟୀକା ଏବେ ୧୨ରୁ ୧୮ ମାସ ପର୍ଯ୍ୟନ୍ତ ଉପଲବ୍ଧ ହୋଇ ପାରିବ ନାହିଁ, କିନ୍ତୁ ଏମରଜେନ୍ସି କାମ ପାଇଁ କିଛି ଲୋକଙ୍କ ପାଇଁ ଏହି ଟୀକା ଉପଲବ୍ଧ ହବ ଯେଉଁଥିରେ ସମ୍ଭବତଃ ହେଲ୍ଥକେୟର ଲୋକ ଶାମିଲ ଥିବେ । କଂପନୀ ଏଂଟୀ-Covid19 ଟୀକା mRNA-1273 ନାମ ରେ ବିକଶିତ କରୁଛି, ଏହି ଟୀକା ଆମେରିକା ରେ ସ୍ଥିତ ଭ୍ୟାକସିନ ରିସର୍ଚ ସେଣ୍ଟର (VRC) ଓ ନେସନଲ ଇନଷ୍ଟିଟ୍ଯୁଟି ଅଫ ଏଲର୍ଜି ଏଣ୍ଡ ଇନଫେକସନ ଡିସିଜ (NIAID) ଅଧ୍ୟୟନ କର୍ତାମାନଙ୍କ ରିସର୍ଚ ଉପରେ ଆଧାରିତ ଅଟେ ।
ଟୀକା ଫେଜ ନଂ ୧ ଅଧ୍ୟୟନ ପାଇଁ ୧୬ ମାର୍ଚ୍ଚ ୨୦୨୦ ରେ ପ୍ରଥମ ଟେଷ୍ଟିଙ୍ଗ କରା ଯାଇଛି, ବୈଜ୍ଞାନିକ ଓ ଡକ୍ଟର ଏପର୍ଯ୍ୟନ୍ତ ଏହି ଡୋଜ ପ୍ରତିରୋଧକ କ୍ଷମତା ଉପରେ ନିରୀକ୍ଷଣ କରୁଛନ୍ତି । ଏହି ପ୍ରୋଗ୍ରାମ ଅନୁଯାଇ ଗୋଟେ ସ୍ଵସ୍ଥ ଲୋକକୁ ୨୮ ଦିନ ଅନ୍ତରାଲରେ ଟୀକାର ଦୁଇ ଡୋଜ ଦିଆ ଯାଇଛି, ରିପୋର୍ଟ ଅନୁଯାଇ ଅଧ୍ୟୟନ ପାଇଁ ୪୫ ସ୍ଵସ୍ଥ ଲୋକଙ୍କୁ ଏହାର ପ୍ରଥମ ଡୋଜ ଦିଆ ଯାଇଛି, ଏହି ଲୋକଙ୍କୁ ୧୨ ମାସ ପର୍ଯ୍ୟନ୍ତ ନଜରବନ୍ଦି ରଖା ଯାଉଛି, ଓ ୧୨ ମାସ ଅଧ୍ୟୟନ ପରେ ଏହାକୁ ସାର୍ବଜନୀକ କରାଯିବ ବୋଲି କୁହା ଯାଉଛି ।