ବ୍ୟବସାୟ

କଲ୍ୟାଣ ଜୁଏଲର୍ସ ଖୋଲିଲା ପଞ୍ଚମ ସୋ’ରୁମ୍: ମାଷ୍ଟର କ୍ୟାଣ୍ଟିନ୍‌‌ରେ ନୂଆ ସୋ’ରୁମ୍ – Utkal Mail


ଉଦ୍‌ଘାଟନ କଲେ ଜାହ୍ନବୀ କପୁର

ଭୁବନେଶ୍ବର: ଦେଶର ଅଗ୍ରଣୀ ଗହଣା ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଆଜି ମାଷ୍ଟର କ୍ୟାଣ୍ଟିନରେ ଏକ ନୂଆ ସୋ’ରୁମ୍ ଖୋଲାଯାଇଛି। ଓଡ଼ିଶାରେ ଏହା କଲ୍ୟାଣ ଜୁଏଲର୍ସର ପଞ୍ଚମ ସୋ’ରୁମ୍‌। ନୂଆ ସୋ’ରୁମ୍‌କୁ ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ କଂପାନିର ସିଇଓ ସଞ୍ଜୟ ରଘୁରମଣ ଉପସ୍ଥିତ ଥିଲେ। ଉଦ୍‌ଘାଟନୀ ଅଫର ଭାବେ ସେପ୍ଟେମ୍ବର ୨୪ ଓ ୨୫ ଦୁଇଦିନ ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସର୍ବନିମ୍ନ ସପିଙ୍ଗ ଉପରେ ଗ୍ରାହକଙ୍କ କିଣାମୂଲ୍ୟର ଅଧା ରାଶି ଉପରେ ଗଢ଼ା ମୂଲ୍ୟ ୦% ରଖାଯାଇଛି। କଲ୍ୟାଣ ସ୍ପେସିଆଲ ଗୋଲ୍ଡ ବୋର୍ଡ ‌ରେଟ୍‌ର ଲାଭ ମଧ୍ୟ ଗ୍ରାହକ ପାଇପାରିବେ।

ନୂଆ ସୋ’ରୁମ୍‌କୁ ଉଦ୍‌ଘାଟନ କରି ଜାହ୍ନବୀ କହିଛନ୍ତି ଯେ ଭାରତର ଗହଣା ଶିଳ୍ପରେ ବିପ୍ଳବ ଆଣିଥିବା କଲ୍ୟାଣ ଜୁଏଲର୍ସର ପ୍ରତିନିଧି ଭାବେ ଭୁବନେଶ୍ବର ଆସିଥିବାରୁ ମୁଁ ବହୁତ ଖୁସି। କଂପାନିର ଗହଣାଗୁଡ଼ିକରେ ସୂକ୍ଷ୍ମ କାରିଗରୀ ଓ ସୌନ୍ଦର୍ଯ୍ୟର ପ୍ରତିଫଳନ ରହିଛି। ଏହି ସୋ’ରୁମ୍ ଗ୍ରାହକଙ୍କୁ ଶ୍ରେଷ୍ଠ ସପିଙ୍ଗ ଅନୁଭୂତି ପ୍ରଦାନ କରିବ ବୋଲି ସେ କହିଛନ୍ତି। କଂପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣରମଣ କହିଛନ୍ତି ଯେ ଭୁବନେଶ୍ବରରେ ଆମେ ଆମର ତୃତୀୟ ସୋ’ରୁମ୍‌ ଖୋଲିଥିବାରୁ ବେଶ ଆନନ୍ଦିତ। ଆମେ ଅଭିବୃଦ୍ଧିର ପରବର୍ତୀ ଯାତ୍ରା ଆରମ୍ଭ କରିଥିବାରୁ ଆମର ଭୌଗୋଳିକ ଉପସ୍ଥିତି ବଢ଼ାଉଛୁ। ଏହି ସମୟରେ ଆମେ ଗ୍ରାହକଙ୍କୁ ଶ୍ରେଷ୍ଠ ସପିଙ୍ଗ ଅନୁଭୂତି ପ୍ରଦାନ କରୁଥିବା ବେଳେ କଂପାନିର ମୂଳ ମୂଲ୍ୟବୋଧ ବିଶ୍ବାସ ଓ ସ୍ବଚ୍ଛତା ବଜାୟ ରଖିଛୁ ବୋଲି ସେ କହିଛନ୍ତି। କଲ୍ୟାଣ ଜୁଏଲର୍ସ ଏହାର ଗ୍ରାହକମାନଙ୍କୁ ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍ ପ୍ରଦାନ କରୁଛି। ନୂଆ ସୋ’ରୁମ୍‌ରେ ମୁହୁରତ, ତେଜସ୍ବୀ, ମୁଧ୍ରା, ନିମାହ, ଗ୍ଲୋ, ଜିଆ, ଅନୋଖି, ଅପୂର୍ବା, ଅନ୍ତରା, ହେରା ଓ ଲିଲା ଭଳି ସମ୍ଭାରର ଗହଣାଗୁଡ଼ିକ ରହିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button