ମନୋରଞ୍ଜନ

୨ ମିନିଟରେ ମ୍ୟାଗି ନୁହେଁ ଝଟପଟ ବନାନ୍ତୁ ଅଦା-କଞ୍ଚାଲଙ୍କା ଚଟପଟା ଆଚାର, ଏମିତି କରନ୍ତୁ ପ୍ରସ୍ତୁତ

ଅନେକ ଥର ଏମିତି ହୋଇଥାଏ ଯେ ଆମକୁ ଖାଇବାକୁ ତ ଇଚ୍ଛା ହୋଇଥାଏ କିନ୍ତୁ ଖାଦ୍ୟ ଦେଖି ଆମ ଭୋକ ମରିଯାଇଥାଏ। ଅଧିକାଂଶ ମାମଲାରେ ଏଭଳି ସେତେବେଳେ ହୋଇଥାଏ ଯେତେବେଳେ କଖାରୁ କିମ୍ବା କିଛି ଖଟା ଜାତୀୟ ତରକାରୀ ହୋଇଥାଏ। କିନ୍ତୁ ସବୁବେଳେ ଯେ ଏହାକୁ କରିବା ଠିକ୍‌ ହେବନାହିଁ। ଏମିତିରେ ଆଜି ଆମେ ଆପଣଙ୍କୁ ଅଦା ଏବଂ କଞ୍ଚା ଲଙ୍କା ଦ୍ୱାରା ଚଟପଟା ଆଚାର ବନାଇବାର ବିଦ୍ଧି। ଯେତେବେଳେ ଘରେ କିଛି ବୋରିଙ୍ଗ୍‌ ଖାଦ୍ୟ ହୋଇଥିବ। ସେତେବେଳେ ଆପଣ ଏହି ଆଚାର ଲଗାଇ ଭାତ କିମ୍ବା ରୁଟି ଖାଇପାରିବେ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

achaarଆବଶ୍ୟକୀୟ ସାମଗ୍ରୀ

୧୦୦ ଗ୍ରାମ କଞ୍ଚା ଲଙ୍କା, ୧୦୦ ଗ୍ରାମ ଅଦା, ୨ ଟେବୁଲ ଚାମଚ ପେଶା ହୋଇଥିବା ଗୋଟା ସୋରିଷ, ଲୁଣ-ସ୍ୱାଦାନୁସାରେ, ୧ ଛୋଟ ଚାମଚ କଳା ଲୁଣ, ୧ ଛୋଟ ଚାମଚ ପାନମଧୁରୀ, ୧/୨ ଛୋଟ ଚାମଚ ହଳଦୀ, ୧ ଛୋଟ ଚାମଚ ଆମଚୁର ପାଉଡର, ୧ ବଡ ଚାମଚ ସୋରିଷ ତେଲ, ୧/୪ ଛୋଟ ଚାମଚ ହେଙ୍ଗୁ, ୨ଟି ଲେମ୍ବୁ ରସ।

ପ୍ରସ୍ତୁତି ପ୍ରଣାଳୀ

acharrଆଚାର ବନାଇବା ପାଇଁ ସର୍ବପ୍ରଥମେ ଅଦା ଏବଂ କଞ୍ଚା ଲଙ୍କାକୁ ଧୋଇ ଦିଅନ୍ତୁ। କଞ୍ଚା ଲଙ୍କାକୁ ଲମ୍ବା ଆକାରରେ କାଟି ଦିଅନ୍ତୁ। ଏହାପରେ ଅଦାର ମଧ୍ୟ ଚୋପା ଛଡାଇ ପତଳା ପତଳା କାଟି ଦିଅନ୍ତୁ। ଏବେ ଏହି ମିଶ୍ରଣରେ ତେଲ ଏବଂ ହେଙ୍ଗୁ ପକାଇ ବାକି ସମସ୍ତ ମସଲାକୁ ମିଶାଇ ଦିଅନ୍ତୁ। ଏହି ସମୟରେ ଏଥିରେ ଲେମ୍ବୁ ରସ ଭି ମିଶାଇ ଦିଅନ୍ତୁ। ଏବେ ଗ୍ୟରସରେ ପ୍ୟାନ ବସାଇ ସେଥିରେ ତେଲ ଗରମ କରନ୍ତୁ। ଏହାକୁ ଥରେ ଭଲଭାବେ ଗରମ କରିବା ପରେ ବନ୍ଦ କରିଦିଅନ୍ତୁ।

ତେଲ ଥଣ୍ଡା ହୋଇଗଲେ ସେଥିରେ ହେଙ୍ଗୁ ମିଶାଇ ଦିଅନ୍ତୁ। ଏବେ ଏହି ତେଲରେ ଆଚାର ପାଇଁ କାଟିଥିବା ସାମଗ୍ରୀକୁ ମିଶାଇ ଦିଅନ୍ତୁ। ଏବେ ଆପଣଙ୍କର ଅଦା-କଞ୍ଚା ଲଙ୍କା ଆଚାର ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ପୂରା ଏକମାସ ପଯ୍ୟର୍ନ୍ତ ରଖିପାରିବେ। ଫ୍ରିଜରେ ରଖିଲେ ମଧ୍ୟ ଏହାର ରଙ୍ଗ ଖରାପ ହେବନାହିଁ। ଏହାକୁ ପୁରୀ, ପରାଟା ଏବଂ ରୁଟି ସହିତ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button