ସ୍ୱାସ୍ଥ୍ୟ

ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଆପଲ୍‌ ଭିନେଗାର ସହ ଏହିସବୁ ଜିନିଷ, ତୁରନ୍ତ ମିଳିବ ଆରାମ

ବର୍ତ୍ତମାନ ସମୟରେ ପ୍ରଦୂଷଣ ଏତେ ମାତ୍ରାରେ ବଢିଯାଇଛି ଯେ ଲୋକମାନେ କୌଣସି ନା କୌଣସି ଏଲର୍ଜି ପାଇଁ ଚିନ୍ତାରେ ରହିଥାନ୍ତି। ଅଧିକାଂଶ ଧୂଳି-ମାଟି ପ୍ରଦୂଷଣ ପାଇଁ ଏହି ସମସ୍ୟା ଦେଖାଯାଇଥାଏ। ଯଦି ଆପଣ ମଧ୍ୟ ଏହିସବୁ ଏଲର୍ଜି ପାଇଁ ଚିନ୍ତିତ ତେବେ ଆପଣାନ୍ତୁ ଏହିସବୁ ଘରୋଇ ଉପାୟ।

-ପୋଦିନାରେ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଥାଏ, ଯାହା ଏଲର୍ଜି ପାଇଁ ସହାୟକ ହୋଇଥାଏ। ଏଥିପାଇଁ ଆପଣ ପୋଦିନା ଚା’ ପ୍ରସ୍ତୁତ କରି ପିଇପାରିବେ। ପୋଦିନା ଚା’ ପ୍ରସ୍ତୁତ କରିବା ପାଇଁ ଏହାର ପତ୍ରକୁ ସୁଖାଇ ପାଣିରେ ସିଝାନ୍ତୁ ଏବଂ ଥଣ୍ଡା ହେବା ପରେ ସେବନ କରନ୍ତୁ। ଏପରି କରିବା ଦ୍ୱାରା ଆପରଙ୍କୁ ଆରାମ ମିଳିଥାଏ।

flu-ଏଲର୍ଜି ହେବା ସମୟରେ ଷ୍ଟୀମ୍‌ ନେବା ଲାଭକାରୀ ହୋଇଥାଏ। ଷ୍ଟୀମ୍‌ ନେବା ପାଇଁ ଏକ ବଡ ବାସନରେ ପାଣି ଫୁଟାଇବା ପରେ ହାଲୁକା ଥଣ୍ଡା ହେବା ପରେ ବାମ୍ଫ ନିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ନାକ ବନ୍ଦ ହୋଇଯାଇଥିବା ସମସ୍ୟା ଦୂର ହୋଇଯାଇଥାଏ।

-ଆପଲ୍‌ ସିଡର ଭିନେଗାର ଏଲର୍ଜିରୁ ମୁକ୍ତି ଦେବାର ସଠିକ ବିକଳ୍ପ। ଏଥିପାଇଁ ଆପଣ ଏକ ଚାମଚ ଆପଲ୍‌ ସିଡର ଭିନେଗାରକୁ ପାଣିରେ ମିଶାଇ ପିଇବା ଦ୍ୱାରା ଆରାମ ପାଇପାରିବେ। ଏହାକୁ ଆପର ଦିନରେ ତିନି ଥର ସେବନ କରିପାରିବେ।

steam-ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଆପଣ ମହୁ ବ୍ୟବହାର କରିପାରିବେ। ଏଲର୍ଜି ହେବା ଦ୍ୱାରା ଯଦି ଛିଙ୍କ ହୋଇଥାଏ ତେବେ ୧ ଚାମଚ ମହୁ ଆପଣଙ୍କର ଏହି ସମସ୍ୟା ଦୂର କରିପାରିବ।

-ଯଦି ଧୂଳି ପ୍ରଦୂଷଣ ଯୋଗୁ ହଠାତ ଛିଙ୍କ ହୋଇଥାଏ ତେବେ ଏକ ଚାମଚ ଘିଅ ଆପଣଙ୍କ ପାଇଁ ଲାଭକାରୀ ହୋଇଥାଏ। ଘିଅ ସାହାଯ୍ୟରେ ନାକ ଖୋଲିବା ସହ ଦାଗ ହୋଇଥିବା ସ୍ଥାନରେ ଲଗାଇଲେ ଆରାମ ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button