ଜାପାନକୁ ୩୫-୧ରେ ହରାଇଲା ଭାରତ: ୩୦ ମିନିଟ୍ରେ ୩୬ ଗୋଲ୍ – Utkal Mail
ସଲାଲା: ଓମାନ୍ର ସଲାଲାରେ ଚାଲିଥିବା ଏସିଆ କପ୍ ୫ଏସ୍ ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ଭାରତ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା ଦୁଇଟି ମୁକାବିଲାରେ ଭାରତ ୭-୫ ଗୋଲ୍ରେ ମାଲେସିଆକୁ ଓ ୩୫-୧ ଗୋଲ୍ରେ ଜାପାନ୍କୁ ପରାସ୍ତ କରିଥିଲ। ପଏଣ୍ଟ ଟେବୁଲ୍ରେ ଭାରତ ୫ ମ୍ୟାଚ୍ରୁ ୪ ରେ ବିଜୟୀ ହୋଇ ୧୨ ପଏଣ୍ଟ ପାଇବା ସହ ଦ୍ବିତୀୟ ସ୍ଥାନରେ ରହିଛି। ପ୍ରଥମ ମ୍ୟାଚ୍ରେ ମାଲେସିଆ ବିପକ୍ଷରେ ଭାରତ ପକ୍ଷରୁ ଗୁରଜୋତ୍ ସିଂହ ୫ଟି (୭, ୧୧, ୧୭, ୨୯, ୩୦ ମିନିଟ୍) ଗୋଲ୍ ଦେଇଥିଲା ବେଳେ ମନିନ୍ଦର ସିଂହ ୧୨ ମିନିଟ୍, ରାହିଲ୍ ମହମ୍ମଦ ୨୧ ମିନିଟ୍ରେ ଗୋଲ୍ ସ୍କୋର କରିଥିଲେ। ତେବେ ଦ୍ବିତୀୟ ମ୍ୟାଚ୍ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ଜାପାନ ବିପକ୍ଷ ଏହି ମ୍ୟାଚ୍ରେ ଭାରତ ୩୦ ମିନିଟ୍ ମଧ୍ୟରେ ୩୫ ଗୋଲ୍ ଦେଇଥିଲା। କେବଳ ଦୀପସାନ ତିର୍କିଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ଗୋଲ୍ ସ୍କୋର କରିଥିଲେ। ମନିନ୍ଦର ସିଂହ ସର୍ବାଧିକ ୧୦ ଗୋଲ୍ ସ୍କୋର କରିଥିଲେ। ତାଙ୍କ ପଛକୁ ରାହିଲ ମହମ୍ମଦ ୭, ଗୁରଜୋତ ସିଂହ ୫, ପବନ ରାଜଭର ୫, ସୁଖବିନ୍ଦର ୪, ମନଦୀପ ମୋର ୩ ଓ ଯୁଗରାଜ ସିଂହ ୧ ଗୋଲ୍ ଦେଇଥିଲେ। ଜାପାନ୍ ୨୯ ମିନିଟ୍ରେ ଗୋଟିଏ ଗୋଲ୍ ଶୁଝିବାକ ସକ୍ଷମ ହୋଇଥିଲା।
ଭୁବନେଶ୍ବର: ହାଙ୍ଗଝୌରେ ହେବାକୁଥିବା ଏସୀୟ କ୍ରୀଡ଼ା ଲାଗି ଗୁରୁବାର ଭାରତୀୟ (ଉଭୟ ପୁରୁଷ ଓ ମହିଳା) ହକି ଦଳ ଘୋଷିତ ହୋଇଛି। ଏହି ଦୁଇ ଦଳରେ ଓଡ଼ିଶାରୁ କେବଳ ଦୁଇ ଜଣ ସ୍ଥାନ ପାଇଛନ୍ତି। ପୁରୁଷ ଦଳରେ ଅମିତ ରୋହିଦାସ ଏବଂ ମହିଳାରେ ଦୀପଗ୍ରେସ ଏକ୍କା ଅଛନ୍ତି। ପୁରୁଷ ଏସୀୟ ଚାମ୍ପିଅନ୍ସ ଟ୍ରଫି ବିଜେତା ଦଳରେ ଥିବା ୩ ଜଣ ଭେଟେରାନ ଷ୍ଟ୍ରାଇକର ଆକାଶଦୀପ ସିଂହ, ଯୁବ ତାରକା କାର୍ତ୍ତି ସେଲଭାମ ଏବଂ ଡିଫେଣ୍ଡର ଯୁଗରାଜ ସିଂହଙ୍କୁ ଏସିଆଡ୍ ପୁରୁଷ ଦଳରୁ ବାଦ୍ ପଡ଼ିଛନ୍ତି। ତେବେ ଲଳିତ ଉପାଧ୍ୟାୟ ଦଳକୁ ଫେରିଛନ୍ତି। ଯୁଗରାଜ ସ୍ଥାନରେ ସଂଜୟ ଦଳରେ ନିଆଯାଇଥିଲା ବେଳେ ଆକାଶଦୀପ ଓ କାର୍ତ୍ତିଙ୍କ ସ୍ଥାନ ନେବେ ଲଳିତ ଓ ଅଭିଷେକ। ଦଳର ନେତୃତ୍ବ ଭାର ହର୍ମନପ୍ରୀତ ସିଂହଙ୍କ କାନ୍ଧରେ ରହିଛି। ସେହିଭଳି ଗୋଲି ସବିତା ପୁନିଆ ମହିଳ ଦଳର ନେତୃତ୍ବ ନେବେ। ଦୀପଗ୍ରେସ ଉପଅଧିନାୟିକା ଦାୟିତ୍ବ ମିଳିଛି। ଗୁରୁବାର ଏସୀୟ କ୍ରୀଡ଼ା ଲାଗି ଆୟୋଜିତ ଏକ ସ୍ବତନ୍ତ୍ର ବିଦାୟୀ ଉତ୍ସବରେ ଏହି ଦଳ ଘୋଷିତ ହୋଇଥିଲା। ଉଭୟ ଦଳର ପରିବାର ସହ ଖେଳାଳିଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।
ପୁରୁଷ ଦଳ: ପିଆର୍ ଶ୍ରୀଜେସ, କ୍ରିଷନ ପାଠକ, ବରୁଣ କୁମାର, ଅମିତ ରୋହିଦାସ, ଜର୍ମନପ୍ରୀତ ସିଂହ, ହର୍ମନପ୍ରୀତ ସିଂହ (ଅଧିନାୟକ), ସଞ୍ଜୟ, ସୁମିତ, ନୀଳକାନ୍ତ ଶର୍ମା, ହର୍ଦିକ ସିଂହ (ଉପଅଧିନାୟକ), ମନପ୍ରୀତ ସିଂହ, ବିବେକ ସାଗର ପ୍ରସାଦ, ସାମଶେର ସିଂହ, ଅଭିଷେକ, ଗୁରଜାଣ୍ଟ ସିଂହ, ମନଦୀପ ସିଂହ, ସୁଖଜିତ ସିଂହ, ଲଳିତ କୁମାର ଉପାଧ୍ୟାୟ।
ମହିଳା ଦଳ: ସବିତା (ଅଧିନାୟିକା), ବିଚୁ ଦେବୀ ଖାରିବାମ, ଦୀପିକା, ଲାଲରେମସିଆମି, ମୋନିକା, ନଭନୀତ କୌର, ନେହା, ନିଶା, ସୋନିକା, ଊଦିତା, ଈଶିକା ଚୌଧୁରୀ, ଦୀପଗ୍ରେସ ଏକ୍କା (ଉପଅଧିନାୟିକା), ବନ୍ଦନା କାଟାରିୟା, ସଙ୍ଗୀତା କୁମାରୀ, ବୈଷ୍ଣବୀ ଭିଟ୍ଟଲ ଫାଲ୍କେ, ନିକ୍କି ପ୍ରଧାନ, ସୁଶୀଳା ଚାନୁ, ସାଲିମା ଟେଟେ।