ଦେଶ ବିଦେଶ

2 ଅଲଗା ଅଲଗା ଭ୍ୟାକ୍ସିନ ଲଗାଇବାର ପରିଣାମ କଣ ? ଏମିତି କିଛି ତଥ୍ୟ ଆସିଲା ସାମ୍ନାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

କରୋନା ଭାଇରସ ଟିକା ଓ ତାର ପ୍ରଭାବକୁ ନେଇ ଲଗାତାର ଭିନ୍ନ ଭିନ୍ନ ଭିନ୍ନ ରିପୋର୍ଟ ଆସୁଛି । ଭିନ୍ନ ଭିନ୍ନ ଦେଶର ବୈଜ୍ଞାନିକ କରୋନା ଟିକା ଉପରେ ଅଧ୍ୟୟନ କରି ଭିନ୍ନ ମତ ସବୁ ଦେଉଛନ୍ତି ।

ସେହିପରି ଆଉ ଏକ ରିପୋର୍ଟ ଅନୁସାରେ, ସ୍ପେନ୍ ରେ କରୋନା ଟିକା କୁ ନେଇ ୬୦୦ ଲୋକଙ୍କ ଉପରେ କରାଯାଇଥିବା ପରୀକ୍ଷଣରୁ ଜଣା ପଡ଼ିଛି ଯେ ଦୁଇଟି ଅଲଗା ଅଲଗା ଟୀକା ଅତ୍ୟଧିକ କାର୍ଯ୍ୟକ୍ଷମ ଅଟେ । ଆସନ୍ତୁ ଏହି ରିପୋର୍ଟ ବିଷୟରେ ବିସ୍ତାରରେ ଜାଣିବା ।

ଏକ ବୈଜ୍ଞାନିକ ଜର୍ନାଲ ‘ନେଚର’ ଟ୍ବିଟ୍ ଜରିଆରେ ପ୍ରକାଶ କରିଥିଲେ ଯେ, ୬୦୦ରୁ ଅଧିକ ଲୋକଙ୍କ ଉପରେ ଦୁଇଟି ଅଲଗା ଅଲଗା ଟୀକା ଟ୍ରାଏଲର ପ୍ରାରମ୍ଭିକ ପରିଣାମ ଏପରି ପ୍ରଥମ ପରିଣାମ ଅଟେ ଯାହା ଦୁଇଟି ଅଲଗା ଟିକାର ସଂଯୋଗର ଲାଭକୁ ପ୍ରଦର୍ଶିତ କରୁଛି । ଦି କାର୍ଲୋସ ହେଲଥ୍ ଇନଷ୍ଟିଚ୍ୟୁଟ ଦାବି କରିଛି ଯେ ଦୁଇଟି ଅଲଗା ଅଲଗା ଟିକା ଅଧିକ ପ୍ରଭାବଶାଳୀ ଅଟେ । ଏହି ଇନଷ୍ଟିଚ୍ୟୁଟ ନିଜର ଏହି ଅଧ୍ୟୟନକୁ ‘କୋମ୍ବି ଭାକ୍ସ’ ନାମକରଣ କରିଛି ।

ଏମାନେ ନିଜ ଅଧ୍ୟୟନରେ ୬୦ ବର୍ଷରୁ କମ୍ ୬୭୩ ଲୋକଙ୍କ ପରୀକ୍ଷଣ କରିଥିଲେ ଓ ଏପରି ଲୋକଙ୍କୁ ଚୟନ କରିଥିଲେ ଯେଉଁମାନେ ଆଷ୍ଟ୍ରାଜେନେକା ଟିକାର ପ୍ରଥମ ଡୋସ୍ ନେଇ ୮ ସପ୍ତାହ ଅତିକ୍ରମ କରି ସାରିଥିଲେ । ସେଥି ମଧ୍ୟରୁ ୪୪୧ ଲୋକଙ୍କୁ ଫାଇଜର ଟିକାର ଦ୍ଵିତୀୟ ଡୋସ୍ ଦେଇଥିଲେ ଓ ୨୩୨ ଲୋକଙ୍କୁ କୌଣସି ଡୋସ୍ ଦେଇ ନ ଥିଲେ ।

ଏହାର ପରିଣାମରେ, ଯେଉଁ ଲୋକମାନେ ଫାଇଜର ଟିକାର ଦ୍ଵିତୀୟ ଡୋସ୍ ଦିଆ ଯାଇଥିଲା ସେମାନଙ୍କ ରକ୍ତ ପ୍ରଭାବରେ ଆଇଜିଜି ଆଣ୍ଟିବଡ଼ିର ପରିମାଣ ଦ୍ଵିତୀୟ ଡୋସ୍ ନେଇ ନ ଥିବା ଲୋକଙ୍କ ତୁଳନାରେ ୩୦ ରୁ ୪୦ ପ୍ରତିଶତ ଅଧିକ ଥିଲା । ଏକ ନ୍ୟୁଜ୍ ଏଜେନ୍ସି ମୁତାବକ ଫାଇଜର ଟିକାର ଦ୍ଵିତୀୟ ଡୋସ୍ ନେବା ଦ୍ଵାରା ରକ୍ତରେ ପୁଷ୍ଟିକର ଆଣ୍ଟିବଡ଼ିର ପରିମାଣ ୭ ଗୁଣ ବଢ଼ି ଯାଇଥିଲା ।

ଯେଉଁମାନେ ଆଷ୍ଟ୍ରାଜେନେକା ଟିକାର ଦୁଇଟି ଯାକ ଡୋସ୍ ନେଇଥିଲେ ସେମାନଙ୍କ ରକ୍ତରେ ପୁଷ୍ଟିକର ଆଣ୍ଟିବଡ଼ିର ପରିମାଣ ଦୁଇ ଗୁଣ ବଢ଼ି ଥିବାର ଦେଖା ଯାଇଥିଲା । ମାତ୍ର ଫାଇଜର ଟିକାର ଦ୍ଵିତୀୟ ଡୋସ୍ ନେବା ପରେ ଏହା ୭ ଗୁଣ ପର୍ଯ୍ୟନ୍ତ ବଢ଼ି ଥିବାର ଦେଖା ଯାଇଥିଲା । ତେବେ ଯେଉଁ ଲୋକମାନେ ଦୁଇଟି ଡୋସ୍ ନେଇଥିଲେ ସେମାନଙ୍କ ମଧ୍ୟରେ ମୁଣ୍ଡବିନ୍ଧା, ଅସ୍ତବ୍ୟସ୍ତତା, ଥଣ୍ଡା ଲାଗିବା, ହାଲୁକା ଗରମ ଓ ହାଲୁକା କାଶ ଆଦି ସାମାନ୍ୟ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

ବର୍ତ୍ତମାନ କରୋନା ଟିକାକୁ ନେଇ ବିଭିନ୍ନ ଦେଶରେ ଅନେକ ସମସ୍ୟା ଦେଖିବାକୁ ମିଳୁଥିବା ବେଳେ ଏହି ଅଧ୍ୟୟନ ସାମନାକୁ ଆସୁଛି । ଏପରି ସ୍ଥିତିରେ ଅନେକ ଦେଶ ଏହିପରି ପ୍ରଥମ ଓ ଦ୍ଵିତୀୟ ଟିକାର ସଂଯୋଗ କରିବା ରାସ୍ତାରେ ଚାଲି ପାରନ୍ତି । ବିଶେଷଜ୍ଞ ମାନେ ମଧ୍ୟ ଏହାକୁ ଏକ ଉତ୍ତମ ଖବର ବୋଲି କହୁଛନ୍ତି । ତେବେ ଭାରତର କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ନୂତନ ଅଧ୍ୟୟନକୁ ନେଇ ଏବେ ଯାଏ କୌଣସି ରାୟ ଦେଇ ନାହାଁନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button