ଓଡିଶା

ରାସ୍ତାକଡ଼କୁ ଓଲଟିଲା ‘ବୁଲବୁଲ୍’ ବସ୍‌; ୧୯ ଆହତ

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୧୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବରଗଡ଼ ଜିଲ୍ଲା ବରପାଲିର କୁସନପୁରୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ‘ବୁଲବୁଲ୍’ ନାମକ ବସ୍ ଯାତ୍ରୀମାନଙ୍କୁ ନେଇ ସମ୍ବଲପୁରରୁ ଦାମନଯୋଡ଼ି ଅଭିମୁଖେ ଯାଉଥିଲା।

ଏହି ସମୟରେ କୁସନପୁରୀ ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଦୁର୍ଘଟଣାରେ ୧୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button