ଜୀବନଶୈଳୀ

ଦେବୀ ଲକ୍ଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ ଅଟେ ଏହି ଗଛ, ଘରେ ରୋପଣ କରିବା ଦ୍ଵାରା କେବେବି ଆର୍ଥିକ ଅଭାବ ଦେଖା ଦେଇ ନଥାଏ !

ଲକ୍ଷ୍ମଣା ଗଛକୁ ଦେବୀ ଲକ୍ଷ୍ମୀଙ୍କ ସହିତ ଯୋଡା ଯାଇଥାଏ। ଏହାକୁ ଘରେ ଲଗାଇବା ଦ୍ଵାରା ଘରେ କେବେବି ଆର୍ଥିକ ଅଭାବ ଏହି ନଥାଏ ବୋଲି ମାନ୍ୟତା ରହିଛି। ଏହାସହିତ ପରିବାର ଉପରେ ସର୍ବଦା ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିଥାଏ।

– ଘରେ ହୋଇଥାଏ ଦେବୀ ଲକ୍ଷ୍ମୀଙ୍କର ବାସ।

– ଜୀବନରେ ଆସିଥାଏ ସୁଖଶାନ୍ତି।

– ଧନ ପ୍ରାପ୍ତି ହୋଇଥାଏ।

ଘରେ ଗଛ ଲଗାଇବା ଦ୍ଵାରା ପରିବେଶ ସବୁଜମୟ ଓ ସକାରାତ୍ମକ ରହିଥାଏ। ମାନ୍ୟତା ରହିଛି କି ପ୍ରତ୍ୟେକ ଗଛରେ ଦୈବିକ ଶକ୍ତି ରହିଛି। ଏହାଦ୍ବାରା ଘର ତଥା ଆଖପାଖ ଅଞ୍ଚଳରେ ସକାରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ। ଲକ୍ଷ୍ମଣା ଗଛ ଏକ ଏଭଳି ଗଛ ଅଟେ, ଏହାକୁ ଘରେ ଆଣି ଲଗାଇବା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଏହାସହିତ ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ଆସନ୍ତୁ ଏହି ଲକ୍ଷ୍ମଣା ଗଛ ବିଷୟରେ ବିସ୍ତାର ରୂପରେ ଜାଣିବା।

ଲକ୍ଷ୍ମଣା ଗଛକୁ ମାନା ଯାଇଛି ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ –

ଧାର୍ମିକ ମାନ୍ୟତା ଅନୁସାରେ ଲକ୍ଷ୍ମଣା ଗଛ ସହିତ ଦେବୀ ଲକ୍ଷ୍ମୀଙ୍କର ସମ୍ବନ୍ଧ ଯୋଡ଼ା ଯାଇଛି। ଏହି ଗଛ ଘରେ ରହିବା ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ ଏବଂ ଘରର ନକାରାତ୍ମକ ଊର୍ଜା ନଷ୍ଟ ହୋଇ ଯାଇଥାଏ। ଘରେ ସର୍ବଦା ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି।

କିପରି ହୋଇଥାଏ ଲକ୍ଷ୍ମଣା ଗଛ :-

ଲକ୍ଷ୍ମଣା ଗଛ ବିଷୟରେ କହିବାକୁ ଗଲେ ଏହା ବେଲ ଗଛ ପ୍ରଜାତିର ଅଟେ। ଏହାର ପତ୍ର ପାନ ଓ ଅଶ୍ୱତ୍ଥ ଗଛର ପତ୍ର ଭଳି ହୋଇଥାଏ। ଆୟୁର୍ବେଦରେ ଏହି ଗଛକୁ ବ୍ୟବହାର କରାଯାଇଥାଏ। ଏହାକୁ ଲକ୍ଷ୍ମଣା ଔଷଧ ମଧ୍ୟ କୁହାଯାଏ। ଏହି ଗଛକୁ ଘରେ ଲଗାଇବା ଦ୍ଵାରା ଘରର ଆର୍ଥିକ ସମସ୍ୟା ଦୂର ହୋଇ ଯାଇଥାଏ। ପରିବାର ଲୋକଙ୍କର ଆମଦାନୀ ବୃଦ୍ଧି ହୋଇଥାଏ।ଘରର ପରିବେଶ ସର୍ବଦା ସୁଖଶାନ୍ତିରେ ଭରପୁର ହୋଇଯାଏ।

କେଉଁ ସ୍ଥାନରେ ଲକ୍ଷ୍ମଣା ଗଛ ଲଗାଇବା ଉଚିତ?

ଲକ୍ଷ୍ମଣା ଗଛକୁ ଘରେ ପୂର୍ବ ଦିଗ ବା ପୂର୍ବ – ଉତ୍ତର ଦିଗରେ ରୋପଣ କରିବା ଉଚିତ। ଉତ୍ତର ଦିଗରେ ଧନର ଦେବତା କୁବେର ମହାରାଜଙ୍କର ବାସ ହୋଇଥାଏ। ତେଣୁ ଏହି ଦିଗରେ ଲକ୍ଷ୍ମଣା ଗଛ ରୋପଣ କଲେ ଧନର ଆଗମନ ହୋଇଥାଏ ଏବଂ କେବେବି ଆର୍ଥିକ ସଙ୍କଟ ଦେଖା ଦିଏ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button