ଓଡିଶା

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାର ବଅଁରପାଳରେ ସର୍ବାଧିକ ୧୯୮.୭ ମି.ମି. ବର୍ଷା ରେକର୍ଡ଼

ଭୁବନେଶ୍ଵର : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରୀ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାର ବଅଁରପାଳରେ ସର୍ବାଧିକ ୧୯୮.୭ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ବରଗଡ଼ ପାଇକମାଳରେ ୧୯୨.୦ ମି.ମି., ଅନୁଗୁଳ ଜିଲ୍ଲାର ଅନୁଗୁଳରେ ୧୭୦.୦ ମି.ମି., ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ରେ ୧୬୪.୦ ମି.ମି., ବରଗଡ଼ ଜିଲ୍ଲାର ପଦମପୁରରେ ୧୬୦.୦ ମି.ମି., ବରଗଡ଼ ଜିଲ୍ଲାର ଝାରବନ୍ଧରେ ୧୪୫.୦ ମି.ମି., ଅନୁଗୁଳ ଜିଲ୍ଲାର କଣିହାଁରେ ୧୪୦.୦ ମି.ମି., ଢ଼େଙ୍କାନାଳ ଜିଲ୍ଲାର ହିନ୍ଦୋଳରେ ୧୩୯.୦ ମି.ମି., ସମ୍ବଲପୁର ଜିଲ୍ଲାର ହୀରାକୁଦରେ ୧୨୭.୦ ମି.ମି., ଦେବଗଡ଼ ଜିଲ୍ଲାର ଦେବଗଡ଼ରେ ୧୨୩.୦ ମି.ମି. ଏବଂ ସମ୍ବଲପୁର ଜିଲ୍ଲାର ଯମନକିରାରେ ୧୧୦.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button