ଦେଶ ବିଦେଶ

ଏବେ ଘରେ ପ୍ରସ୍ତୁତ କରନ୍ତୁ ଚିଜ୍ ଗାର୍ଲିକ ବ୍ରେଡ୍, ଜାଣନ୍ତୁ ବନାଇବାର ସହଜ ଉପାୟ

ଆବଶ୍ୟକୀୟ ସାମଗ୍ରୀ

ବ୍ରେଡ – ୩ ରୁ ୪ଟି ସ୍ଲାଇସ୍

ଚିଜ୍ – ୩ ବଡ ଚାମଚ

ଚିଲି ଫ୍ଲେକ୍ସ – ଅଧା ଚାମଚ୍

ରସୁଣ ପେଷ୍ଟ – ଦୁଇ ଚାମଚ୍

ଲୁଣ – ସ୍ବାଦାନୁସାରେ

କଳା ମରିଚ ପାଉଡର – ଅଧା ଚାମଚ୍

ସିମଲା ଲଙ୍କା, କୋବି, ଛୋଟ କଟା ପିଆଜ – ଏକ ବଡ ପାତ୍ର

ଅଟା – ଏକ ବଡ ଚାମଚ୍

ତେଲ – ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

bread slice-ସର୍ବପ୍ରଥମେ ମଧ୍ୟମ ଆଞ୍ଚରେ ଏକ କଡେଇ ରଖନ୍ତୁ।

-ଏହାପରେ ସେଥିରେ ଦୁଇ ଚାମଚ ଲହୁଣୀ ପକାନ୍ତୁ ଏବଂ ଏହା ଗରମ ହୋଇଯିବା ପରେ ଅଟା ପକାଇ ତାହାକୁ ସୁନେଲି ରଙ୍ଗ ହେବା ଯାଏଁ ଭାଜନ୍ତୁ।

-ଏବେ ସେଥିରେ କ୍ଷୀର ଢ଼ାଳନ୍ତୁ ଏବଂ ହାଲୁକା ଭାବରେ ଗୋଳାନ୍ତୁ, ଏମିତି କଲାବେଳେ ଯେପରି ଅଟା ବିଣ୍ଡା ହୋଇନଯାଏ।

-ଯେମିତି ଅଟା ଭଲ ଭାବେ ହୋଇଯିବ ତେବେ ସେଥିରେ ରଖିଥିବା ପରିବା ପକାଇ ଗୋଳାଇ ଦିଅନ୍ତୁ।

-ଏହାପରେ ସେଥିରେ ଲୁଣ ଏବଂ ଗୋଟିଏ ଚୁଟକି କଳା ମରୀଚ ପାଉଡର ପକାଇ ୩ ମିନିଟ ପର‌୍ୟ୍ୟନ୍ତ ରାନ୍ଧନ୍ତୁ।

-ଏବେ ଆପଣଙ୍କର ବ୍ରେଡରେ ଲଗାଇବା ପାଇଁ ପେଷ୍ଟ ପ୍ରସ୍ତୁତ ହୋଇଗଲା।

-ଏବେ ବ୍ରେଡର ସ୍ଲାଇସରେ ଚାମଚ ସାହାଯ୍ୟରେ ଲହୁଣୀ, ରସୁଣ ପେଷ୍ଟ,ପ୍ରସ୍ତୁତ କରିଥିବା ମିଶ୍ରଣ, ଚିଲି ଫ୍ଲେକ୍ସ, କଳା ମରୀଚ ଛିଞ୍ଚି ଚିଜ୍କୁ କଦ୍ଦୁକସ କରିଦିଅନ୍ତୁ।

-ଏହିପରି ଭାବରେ ସମସ୍ତ ବ୍ରେଡକୁ ପ୍ରସ୍ତୁତ କରିଦିଅନ୍ତୁ।

-ଏହପରେ ଧୀର ଆଞ୍ଚରେ ତାୱାରେ ତେଲ ଲଗାନ୍ତୁ ଏବଂ ବ୍ରେଡ ସ୍ଲାଇସକୁ ରଖନ୍ତୁ। ଏହାକୁ ୨ ମିନିଟ ପର‌୍ୟ୍ୟନ୍ତ ଘୋଡାଇ ରଖନ୍ତୁ।

-ଏହାପରେ ଏହା ହୋଇଗଲା ପରେ ଗୋଟେ ପ୍ଲେଟରେ ଚିଜ୍ ଗାର୍ଲିକ ବ୍ରେଡକୁ ବାହାର କରି ଗରମା ଗରମ ଖାଇବାକୁ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button