ଏମିତି ବାପାକୁ ଯେତେ ଧନ୍ୟବାଦ ଜଣାଇଲେ ମଧ୍ୟ କମ୍, ଦେଖନ୍ତୁ ପ୍ରମିଳାଙ୍କ ସଫଳତାର କାହାଣୀ…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଗତକାଲି ସମଗ୍ର ଦେଶ ପିତୃଦିବସ ପାଳନ କରିଛି । ସତରେ ବାପା ଶବ୍ଦ ଯେପରି ସୁନ୍ଦର ସନ୍ତାନ ଜୀବନରେ ସୁନ୍ଦରତା ବାପା ହିଁ ପ୍ରଦାନ କରିଥାଏ । ବାପା ସନ୍ତାନକୁ ଏହି ଦୁନିଆରେ କିପରି ଜିଇବା ଶିଖାଇଥାଏ । ଆଜି ଆମେ ଏକ ଏଭଳି ସତ୍ୟ ଘଟଣା ଯଥା ଅନୁଗୁଳ ତାଳଚେର ବ୍ଲକରେ ରହୁଥିବା ନୀରାମୁଣ୍ଡା ବସ୍ତିରେ ରୁହନ୍ତି ନୀର ମୁଣ୍ଡାଙ୍କ ପରିବାର ସ୍ତ୍ରୀ ଗୁରୁବାରି ଝିଅ ପ୍ରମିଳାଙ୍କୁ ନେଇ ଗଢିଛି ନୀରଙ୍କ ସୁନ୍ଦର ସଂସାର ।

ପ୍ରାୟତ ସେହି ଗାଁ ବାସୀମାନେ ପିଲାମାନଙ୍କୁ ପାଠପଢାଇବା ପାଇଁ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାନ୍ତି ନାହିଁ । ମାତ୍ର ନୀରା ମୁଣ୍ଡା ଝିଅ ପ୍ରମିଳାଙ୍କ ପାଇଁ ବହୁତ କଷ୍ଟକରି ଦିନରାତି ଖଟି ପିଲା ଦେଖିଥିବା ଆଶାକୁ ପୂରଣ କରିବାକୁ ଚେଷ୍ଟା କରିଛନ୍ତି । ଝିଅର ମୁଣ୍ଡ କୁଣ୍ଡାଇବାରୁ ଆରମ୍ଭ କରି ଜୋତାର ଫିତା ବାନ୍ଧିବା ଯାଏ ସବୁ କାମ ବାପା ନିଜେ ହାତରେ କରନ୍ତି ।

ଯଦି ମୋ ବାପା ଭଳି ବାପା ସମସ୍ତକୁ ମିଳନ୍ତି ତେବେ ସବୁ ଝିଅମାନେ ନିଜର ଲକ୍ଷ୍ୟ ସ୍ଥଳକୁ ଆରାମରେ ପହଞ୍ଚିପାରିବେ । ସତରେ ବାପାର ପ୍ରେମ ମା ‘ପରି ପ୍ରକାଶିତ ହୋଇନପାରେ ମାତ୍ର ଝିଅକୁ ସୁନ୍ଦର ଜୀବନ ଟିଏ ପ୍ରଦାନ କରିବା ପାଇଁ ବାପାର ବର୍ଷ ବର୍ଷ ପରିଶ୍ରମ ଗଚ୍ଛିତ ହୋଇରହିଥାଏ ।



