ବିଚାର

ହୋଲିକା ଅଗ୍ନିର ପାଉଁଶ ନେଇ କରନ୍ତି ଏହି ଖାସ ଉପାୟ, ରାତାରାତି ହୋଇଯିବେ ମାଲାମାଲ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଏହିବର୍ଷ ହୋଲି ପର୍ବ ଦିନ ମହା ସଂଯୋଗ ହେବାକୁ ଯାଉଛି। ଏହିଦିନ ଖାସ ପ୍ରୟୋଗ କରି ଆପଣ ନିଜ ଅଭିଳାଷା ପୂରଣ କରି ପାରିବେ। ଧର୍ମ ଗ୍ରନ୍ଥ ଅନୁସାରେ ହୋଲିକା ଦହନ ଭଦ୍ରା ନକ୍ଷତ୍ର ପୂର୍ଣ୍ଣିମା ତିଥିରେ ପାଳିତ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ହୋଲିକା ଅଗ୍ନିର ପାଉଁଶରୁ ଆପଣ କିପରି ନିଜ ଜୀବନର ସମସ୍ୟାକୁ ଦୂର କରି ପାରିବେ।

ବ୍ୟବସାୟରେ ମାନ୍ଦାବସ୍ଥା, ସମ୍ପର୍କରେ ତିକ୍ତତା, ନକାରାତ୍ମକ ଉର୍ଜାର ପ୍ରକୋପ ରହିଥିଲେ, ହୋଲିକା ଦହନ ପାଉଁଶକୁ ନେଇ ଛୋଟ ଉପାୟ କରାଯାଇଥାଏ। ଏହି ଉପାୟକୁ କରିବା ଦ୍ଵାରା ଆପଣ ସମସ୍ତ କଠିନ ପରିସ୍ଥିତିରୁ ମୁକ୍ତି ପାଇଯିବେ।ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ହୋଲିକା ଦହନ ଦିନ ଆପଣ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କୁ ବିଧି ପୂର୍ବକ ପୂଜାର୍ଚ୍ଚନା କରନ୍ତୁ। ତାପରେ ଗାଈ, କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ।ଏହିଦିନ ଆପଣ ଅସହାୟ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଦାନ କରି ପାରିବେ।

ଧନ ବୃଦ୍ଧି ହେବା ପାଇଁ ଆପଣ ଗୋଲେ ଲାଲ କପଡ଼ାରେ ହୋଲିକା ଅଗ୍ନିର ପାଉଁଶ ନେଇ ବାନ୍ଧି ଦିଅନ୍ତୁ। ଏପରି ଏହାକୁ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଦେଖିବେ ଖୁବ୍ ଶୀଘ୍ର ଆପଣ ଧନବାନ ହୋଇଯିବେ। ଘରେ ପ୍ରସ୍ତୁତ ହୋଇଥିବା ବ୍ୟଞ୍ଜନରୁ କିଛି ହୋଲିକା ଅଗ୍ନିରେ ଅର୍ପଣ କଲେ ଦେବୀ ଅନ୍ନପୂର୍ଣ୍ଣା ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଘରେ କେବେବି ଅନ୍ନ ଅଭାବ ରହିବ ନାହିଁ।

ଯଦି ବିବାହିତ ଦମ୍ପତିଙ୍କ ମଧ୍ୟରେ ବିବାଦ ଲାଗି ରହୁଛି ବା ଘରେ ନକାରାତ୍ମକ ବାତାବରଣ ସୃଷ୍ଟି ହେଉଛି, ତାହେଲେ ଆପଣ ଅଳ୍ପ ଅଟା ନେଇ ହୋଲିକା ଅଗ୍ନିରେ ଅର୍ପଣ କରନ୍ତୁ। ବେଳେବେଳେ ସୋନ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ପାଇ ପାରି ନଥାନ୍ତି। ତେଣୁ ଗୋଟେ ହଳଦିଆ କପଡା ନିଅନ୍ତୁ ଏବଂ ସେଥିରେ ସାତଟି ଗୋମତୀ ଚକ୍ର ଓ ଗୋଟେ ଏକ ଟଙ୍କା ମୁଦ୍ରା ରଖି ବାନ୍ଧି ଦିଅନ୍ତୁ। ତାପରେ ହୋଲିକା ଅଗ୍ନି ଚାରିପଟରେ ହାତ ଯୋଡ଼ି ପରିକ୍ରମା କରନ୍ତୁ ଏବଂ ଅଗ୍ନିରେ ଅର୍ପଣ କରି ଦିଅନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଆର୍ଥିକ ସଙ୍କଟ ଦୂର ହୋଇଯିବ ଏବଂ ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button