ନୀତି

ରାତିରେ କରୁଛନ୍ତି କି ଏହି କାମ, ଭୋଗିବାକୁ ପଡିପାରେ ଅନେକ ଅସୁବିଧା

କଥାରେ ଅଛି କର୍ମ କରି ଚାଲ ବୀର ପରି ଅଭାବ କଷଣ ଯିବ ସରି। କର୍ମ କରିବା ଆଦୌ ପାପ ନୁହେଁ। ଯେକୌଣସି ବ୍ୟକ୍ତି ଯେକୌଣସି କାର୍ଯ୍ୟକୁ ଖୁସିର ସହ କରିପାରିଲେ ଉତ୍ତମ। ମାତ୍ର ସବୁ କାର୍ଯ୍ୟ ସବୁ ସମୟରେ କରାଯାଏନି। ନିୟମ ବହିର୍ଭୁତ କାର୍ଯ୍ୟ କରିବା ଆଦୌ କାମ ନକରିବା ସହ ସମାନ। କେବଳ କାମ କାହିଁକି, ଆହୁରି ଅନେକ କଥା ରହିଛି ଯାହା ରାତିରେ କରିବା ଅନୁଚିତ। ସେ ସଂପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି।

 

-ରାତିରେ ମୁଣ୍ଡରେ ତେଲ ଲଗାନ୍ତୁ ନାହିଁ। ଲକ୍ଷ୍ମୀପୁରାଣରେ ଲେଖା ଅଛି ରାତିରେ ତେଲ ଲଗାଇଲେ ଘରୁ ଲକ୍ଷ୍ମୀ ଛାଡ଼ିଯାଆନ୍ତି। ବିଜ୍ଞାନୀମାନେ ମତ ଦିଅନ୍ତି ରାତିରେ ମୁଣ୍ଡରେ ତେଲ ଲଗାଇଲେ ଅଧିକ କେଶ ଝଡ଼େ। କାରଣ ତକିଆରେ ଲାଗିରହିଥିବା ଅଦୃଶ୍ୟ ଧୂଳିଗୁଡ଼ିକୁ କେଶରେ ଲାଗିଥିବା ତୈଳ ଟାଣି ଧରେ। କେଶ ମୂଳରେ ଧୂଳି ଜମି ଶୀଘ୍ର କେଶ ଝଡ଼ିଥାଏ।

-ରାତିରେ ଘର ଝଡ଼ା ପୋଛା କରନ୍ତୁ ନାହିଁ କିମ୍ବା ଲୁଗା ସଫା ମଧ୍ୟ କରନ୍ତୁ ନାହିଁ। ପୌରାଣିକ ଦୃଷ୍ଟିରୁ ଏହା ଅଶୁଭ ହୋଇଥାଏ। କେବଳ ପୌରାଣିକ ନୁହେଁ ବିଜ୍ଞାନ ମଧ୍ୟ ଏସବୁକୁ ବାରଣ କରେ। ରାତିରେ ଲୁଗା ସଫା କରିବା ବା ଘର ପୋଛା ମାରିବା ଦ୍ୱାରା ଥଣ୍ଡା ଆଶଙ୍କା ରହିଥାଏ ବୋଲି ଆପଣ ବି ଜାଣିଥିବେ। ମାତ୍ର ଘର ଝଡ଼ା ଝଡ଼ି କରିବା ବି ଅନୁଚିତ। ଯେଉଁ ଧୂଳିଗୁଡ଼ିକ ଆମ ଅଜାଣତରେ ନାକ, କାନରେ ପଶିଯାଇଥାଏ ସେଗୁଡ଼ିକ ରାତିରେ ଶୋଇବା ସମୟରେ ଜମାଟ ବାନ୍ଧି ଯାଆନ୍ତି। ଏହା ଶରୀର ପ୍ରତି କ୍ଷତିକାରକ ହୋଇଥାଏ।Fruits and vegetables

-ରାତିରେ କିିଛି ଖାଇବା ଜିନିଷ ନେଇ ମଧ୍ୟ ବାରଣ ରହିଛି। ଶାଗ, କାକୁଡ଼ି, ଭାତ, କୌଣସି ପ୍ରକାର ଗରିଷ୍ଠ କିମ୍ବା ଥଣ୍ଡା ଦବ୍ର୍ୟ ଖାଆନ୍ତୁ ନାହିଁ। ଏହା ଠିକ୍‌ ଭାବେ ହଜମ ହୋଇନଥାଏ ଏବଂ ନାନା ରୋଗ ଘାରିଥାଏ। ରାତିରେ କଦଳୀ ପତ୍ରରେ ଖାଇବାରେ ମଧ୍ୟ ବାରଣ ରହିଛି।

-ନଖ କାଟିବା ନେଇ ମଧ୍ୟ ବାରଣ ରହିଛି। ରାତିରେ ନଖ କାଟିବା ମଧ୍ୟ ଏକ ଅଶୁଭଙ୍କର କାର୍ଯ୍ୟ ବୋଲି ପୁରାଣରେ ବର୍ଣ୍ଣିତ। ଅବଶ୍ୟ ଏହାର କୌଣସି ବିଜ୍ଞାନ ମତ ରହିଛି କି ନାହିଁ ତାହା ଆମେ ଜାଣିନାହୁଁ।

-ରାତିରେ ବ୍ୟାୟ୍ୟାମ କରନ୍ତୁ ନାହିଁ। ସକାଳୁ ଉଠିବା ପରେ ବ୍ୟାୟ୍ୟାମ କରିବା ଦେହ ପକ୍ଷେ ଯେତେ ଲାଭଦାୟକ ଥାଏ ରାତିରେ ଶୋଇବା ପୂର୍ବରୁ ବ୍ୟାୟ୍ୟାମ କରି ଶୋଇବା ସେହି ପରିମାଣରେ କ୍ଷତିକାରକ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button