ଜୀବନଶୈଳୀ

ରାସ୍ତାରେ ଭୁଲରେ ବି ଡେଇଁକି ପାର ହୁଅନ୍ତୁ ନାହିଁ ଏହି ଜିନିଷ, ନହେଲେ …

ଆମେ ରାସ୍ତାରେ ଯାଉଥିବା ସମୟରେ ବହୁତ ଜିନିଷ ପଡିଥିବାର ଦେଖିଥାଉ । ଏହି ସବୁ ଜିନିଷ ପ୍ରତି ଧ୍ୟାନ ନଦେଇ ଆମେ ଏହାକୁ ଡେଇଁ କରି ଚାଲି ଯାଇଥାଉ । ବିଭିନ୍ନ ସମୟରେ ବିଭିନ୍ନ ଲୋକେ ରାସ୍ତା ଉପରେ ବହୁତ ପ୍ରକାର ବର୍ଯ୍ୟ ବସ୍ତୁ ପକାଇଥାନ୍ତି । ମାତ୍ର ଆମେ କିଛି ନଜାଣି ଏହାକୁ ମାଡିକରି କିମ୍ବା ଏହାକୁ ଡେଇ କରି ଚାଲି ଯାଇଥାଉ । ମାତ୍ର କିଛି ଜିନିଷ ଏପରି ଅଛି ଯାହାକୁ ଆମେ ଡେଇଁ କରି ଯିବା ଉଚିତ ନୁହେଁ ।

ଏହା କରିବା ଦ୍ୱାରା ବହୁତ କକ୍ଷତି ହୋଇଥାଏ । ଏହି ଜିନିଷ ପ୍ରତି ଧ୍ୟାନ ଦେବା ଆବଶ୍ୟକ । କିଛି ଲୋକ ମାନେ ଘରେ ଲେମ୍ବୁ ଲଙ୍କା ଲଗାଇଥିବାର ଆପଣ ଜାଣିଥିବେ କିମ୍ବା ଦେଖିଥିବେ ।

ସେହି ଲୋକ ମାନେ ଏହାକୁ ଆଡେ ସିଆଡେ ପକାଇ ଥାନ୍ତି । ଯଦି ଆପଣ ସେହି ଗୁଡିକୁ ଦେଖିବେ ରାସ୍ତାରେ ପଡିଥିବାର ତାହାଲେ ଏହାକୁ ଭୁଲ ରେ ବି ଡେଇଁ କରି ଯିବା ଉଚିତ ନୁହେଁ । ଦିତୀୟ ଜିନିଷ ଟି ହେଉଛି ବାଳ ବ ଛୁଟି । ଯଦି ରାସ୍ତାରେ ଛୁଟି ପଡିଥାଏ ତେବେ ଏହାକୁ ଭୁଲ ରେ ଡେଇକରି ଯାଆନ୍ତୁ ନାହିଁ କରଣ ଏହାକୁ ଏକ ଅପବିତ୍ର ଜିନିଷ ଆକାରରେ ଦେଖାଯାଏ ।

ଯଦି ଖାଦ୍ୟରେ ଚୁଟି ପଡ଼ିଯାଏ ତେବେ ଏହାକୁ ବ୍ୟବହାର ହୀନ ବୋଲି କୁହାଯାଏ । ତେଣୁ ଏହାକୁ କେବେ ବି ଡେଇକରି ଯିବେ ନାହିଁ । ଆମେ ନୀତିଦିନ କିଛି ନ କିଛି ପୂଜା କରିଥାଉ । ଯେଉଁ ସମୟରେ ବଡ ବଡ ପୂଜା ହୁଏ ଆମେ ମୁଖ୍ୟତଃ ହୋମ କରିଥାଉ । ଏହି ପୂଜା ସାମଗ୍ରୀ ଗୁଡିକୁ ମୁଖ୍ୟତଃ ଜଳ ରେ ବିସର୍ଜନ କରିଥାଉ । ମାତ୍ର କିଛି ଲୋକ ଅଛନ୍ତି ଯେଉଁମାନେ ପୂଜା ସରିଲା ପରେ ଏହି ସବୁ ଜିନିଷ କୁ ବାହାରେ ଫୋପାଡ଼ି ଦେଇ ଥାନ୍ତି ।

ଆପଣ ମାନେ କେବେ ବି ଏହି ଅବ୍ୟବହୃଯ୍ୟ ପୂଜା ସାମଗ୍ରୀ ଗୁଡିକୁ ଡେଇକରି ଯାଆନ୍ତୁ ନାହିଁ । ଅନ୍ୟ ଏକ ଜିନିଷ ହେଉଛି ଗାଧୋଇ ସାରିଥିବା ପାଣି । ଆମେ ବାହାରେ ଗାଧୋଉଥିବା ସମୟରେ ଗାଧୁଆ ପାଣି କୁ ରାସ୍ତା ରେ ଢାଳି ଦେଇଥାଉ। ଯଦି ଆପଣ ଜାଣିଛନ୍ତି ଯେ ସେହି ପାଣି ଗାଧୁଆ ପାଣି ଅଟେ ତେବେ ଏହାକୁ ଡେଇ କରି କେବେବି ଯାଆନ୍ତୁ ନାହିଁ ।

ଆପଣ ଯଦି କିଛି ପୁଣ୍ୟ କାର୍ଯ୍ୟ କିମ୍ବା ଭଗବାନ ଦର୍ଶନ କରିବାକୁ ଯାଉଛନ୍ତି ତେବେ କିଛି ଅପବିତ୍ର ଜିନିଷ କୁ ଛୁଅନ୍ତୁ ନାହିଁ ।କାରଣ ଭଗବାନ ଙ୍କ ପାଖକୁ ଯିବା ଏକ ପୁଣ୍ୟ କାମ ସେଥିପାଇଁ ଏହି ସବୁ ଜିନିଷ କୁ କେବେବି ଡେଇଁ କରି ଯାଆନ୍ତୁ  ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button