ଜୀବନଶୈଳୀ

ହାତ ଗୋଡ ଝିମ ଝିମ ହେଇ ଯାଉଛି ତ ହେଇଯାନ୍ତୁ ସାବଧାନ ! ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା

ବନ୍ଧୁଗଣ ଏମିତି ତ ଅଧିକା ସମୟ ବସିରହିଲେ କିମ୍ବା ଠିଆ ହୋଇରହିଲେ ନଚେତ୍ କୌଣସି ଜାଗାରେ ବେସୀ ସମୟ ପ୍ରେସର ପକାଇଲେ ଆମର ହାତ ଗୋଡ ଝିମି ଝିମ ହୋଇଯାଏ । ଏହାକୁ ଆମେ ଅତି ସାଧାରଣ କଥା ବୋଲି ଭାବିଥାଉ । ହେଲେ ଯଦି ଆପଣଙ୍କର ସବୁବେଳେ ଏପରି ହାତ ଗୋଡ ଝିମ୍ ଝିମ୍ ହେଉଛି ତାହେଲେ ଆପଣଙ୍କ ପାଇଁ ଏହା କୌଣସି ସାଧାରଣ କଥା ହୋଇନଥାଏ ।

କାରଣ ଏହା କୌଣସି ବଡ ରୋଗ ହେବାର ପୂର୍ବଭାଷା ହୋଇଥାଏ । ସେଥିପାଇଁ ଯଦି ଆପଣଙ୍କ ହାତ ଗୋଡ ସବୁବେଳେ ସୁନ ହେଉ ଯାଉଥାଏ ତାହେଲେ ଆପଣ ଯେତେ ଶୀଘ୍ର ସମ୍ଭବ ଡକ୍ଟର ଙ୍କ ପରାମର୍ଶ ନିଅନ୍ତୁ । ତେବେ ଆଜି ଆମେ କହିବୁ ଯେ ଘରୋଇ ଉପଚାରରେ କିପରି ଆପଣ ନିଜର ହାତ ଗୋଡ଼ ଝିମ୍ ଝିମ୍ କୁ ଭଲ କରିପାରିବେ ।

ଯଦି ଆପଣଙ୍କ ହାତ ଓ ଗୋଡ଼ ଝିମ୍ ଝିମ୍ ହେଉଛି ତାହେଲେ ଆପଣ ଉଷୁମ ପାଣିର ସେକ ଦିଅନ୍ତୁ । ଏହା ଦ୍ବାରା ଆପଣଙ୍କୁ ବହୁତ୍ ଆରାମ ଲାଗିଥାଏ । ଏବଂ ଆପଣ ଶୀଘ୍ର ଭଲ ହୋଇଥାନ୍ତି । ସେକ ଦେବା ଦ୍ଵାରା ଝିମ୍ ଝିମ୍ ହେଉଥିବା ବନ୍ଦ ହୋଇଯାଇଥାଏ ।   ଯଦି ଆପଣ ନିୟମିତ ଭାବେ ନଡ଼ିଆ ତେଲ କିମ୍ବା ସୋରିଷ ତେଲକୁ ଉଷୁମ କରି ହାତ ଓ ପା ଦରେ ଘସନ୍ତି ତାହେଲେ ମଧ୍ୟ ଆପଣଙ୍କର ଏପରି ହାତ ଓ ଗୋଡ ଝିମ୍ ଝିମ୍ ହୋଇନଥାଏ ।

ମାଲିସ କରିବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ୍ ଭାବରେ ହୋଇଥାଏ ଯାହା ଦ୍ଵାରା ଏହି ଝିମା ରୋଗ କମିଯାଇଥାଏ । ଯଦି ଆପଣ ପ୍ରତେକ ଦିନ ହାତ ଓ ଗୋଡର ବ୍ୟାୟାମ କରନ୍ତି ତେବେ ମଧ୍ୟ ହାତ ଗୋଡ ଝିମ୍ ଝିମ୍ ହେବା ବନ୍ଦ ହୋଇଥାଏ । ଗୋଟିଏ ଚାମଚ ଡାଲଚିନି ଗୁଣ୍ଡରେ ୨ ଚାମଚ ମହୁ ମିଶାଇ ପ୍ରତେକ ଦିନ ସକାଳୁ ଖାଲି ପେଟରେ ଏବଂ କରନ୍ତୁ ।

ଏହା ଦ୍ବାରା ଆପଣ ସୁସ୍ଥ ରହିବା ସହ ଏହି ଝିମା ରୋଗ ମଧ୍ୟ କମିଥାଏ । ଆପଣ ଖାଦ୍ୟରେ ଭିଟାମିନ ବ ଏବଂ ଭିଟାମିନ ବ ୧୨ ର ଖାଦ୍ୟ ସେବନ କଲେ ଆପଣଙ୍କର ଏ ସବୁ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଖାଦ୍ୟରେ ଅଣ୍ଡା, ମାଛ, କଦଳୀ, ସୋୟାବଡି, କ୍ଷୀର ଦହି ଇତ୍ୟାଦି ଖାଇବା ଦ୍ବାରା ହାତ ଗୋଡ ଝିମ୍ ଝିମ୍ ବନ୍ଦ ହୋଇଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button