ନୀତି

ସ୍ତ୍ରୀର ପ୍ରେମିକଙ୍କ ଲୁହ ‌ଦେଖି ପାରିଲେ ନାହିଁ ସ୍ବାମୀ, ନେଲେ ଏଭଳି ପଦକ୍ଷେପ – Utkal Mail


ନୂଆଦିଲ୍ଲୀ: ବଲିଉଡ ସିନେମା ‘ହମ ଦିଲ ଦେ ଚୁକେ ସନମ’ ଭଳି କାହାଣୀ ଉତ୍ତରପ୍ରଦେଶର ଦେବରିୟାରେ ଦେଖିବାକୁ ମିଳିଛି। ଏଠାରେ ଜଣେ ପ୍ରେମିକ ବିବାହିତା ପ୍ରେମିକ‌ାକୁ ଦେଖ‌ା କରିବା ପାଇଁ ତାର ଶାଶୁଘରେ ପହଞ୍ଚିଥିଲେ। ଏବିଷୟରେ ସ୍ବାମୀ ଖବର ପାଇବା ପରେ ସେ ସ୍ତ୍ରୀକୁ ପାଖକୁ ଡାକି ତାର ମତାମତ ନେଇଥିଲେ। ‌ଶେଷରେ ସେ ସ୍ତ୍ରୀର ଖୁସି ପାଇଁ ତାର ବିବାହ ପ୍ରେମିକ ସହ କରାଇ ଦେଇଥିଲେ। ଏହି ବିବାହ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଦେବରିୟା ଜିଲ୍ଲାର ବରିୟାପୁର ନଗର ପଞ୍ଚାୟତରେ ଏହି ଘଟଣା ଘଟିଛି।  ଏଠାରେ ରହୁଥିବା ଯୁବକ ଆକାଶ ଶାହଙ୍କ ବିବାହ ବିହାର ରାଜ୍ୟର ଗୋପାଳଗଞ୍ଜ ଜିଲ୍ଲାର ଭୋରି ଅଞ୍ଚଳସ୍ଥ ଏକ ଗ୍ରାମରେ ଜଣେ ଯୁବତୀଙ୍କ ସହିତ ହୋଇଥିଲା। ସବୁକିଛି ଠିକଠାକ ଚାଲୁଥିବା ବେଳେ ଗତ ଶୁକ୍ରବାର ସ୍ତ୍ରୀର ପ୍ରେମିକ ଆସି ଘରେ ପହଞ୍ଚିଥିଲେ।ସ୍ତ୍ରୀ ପ୍ରେମିକଙ୍କୁ ହଠାତ ଦେଖି ଯେତିକି ଖୁସି ହୋଇଥିଲା ସେତିକି ଭୟଭୀତ ବି ହୋଇଯାଇଥିଲା।

ଏହି ଘଟଣାକୁ ନେଇ ସ୍ବାମୀ ଆକାଶ ଶାହ କହନ୍ତି, ‘ଏହି ଘଟଣା ବିଷୟରେ ଜାଣିବା ପରେ ମୁଁ ନିରାଶ ହୋଇଯାଇଥିଲି। ତା’ପରେ ମନକୁ ବୁଝାଇ ସ୍ତ୍ରୀ ଓ ଗ୍ରାମବାସୀଲଙ୍କ ସହିତ କଥା ହୋଇଥିଲି। ସ୍ତ୍ରୀ ଏବେ ବି ତାର ପ୍ରେମିକଙ୍କୁ ଭଲ ପାଉଛି ବୋଲି କହିବା ସହିତ ପ୍ରେମିକ ବି ତାର ପ୍ରେମିକାକୁ ଭୁଲି ପାରୁ ନାହିଁ ବୋଲି କହିଥିଲେ। ଏହାପରେ ମୁଁ ଦୁହିଁଙ୍କ ଖୁସି ପାଇଁ ପୁଣିଥରେ ସ୍ତ୍ରୀଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରି ତାଙ୍କ ପ୍ରେମିକଙ୍କ ସହିତ କରାଇ ଦେଇଥିଲି।’




Related Articles

Leave a Reply

Your email address will not be published. Required fields are marked *

Back to top button